scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମାତିଲେ ମାଓବାଦୀ, ଜେସିବି ପୋଡିବା ସହ ଲ୍ୟାଣ୍ଡମାଇନରେ ଉଡାଇଲେ କ୍ୱାର୍ଟର

25/08/2023 at 10:59 AM

ନୂଆପଡା ୨୫/୦୮: ଥମୁନି ମାଓ ହିଂସା । ଜାରି ରହିଛି ମାଓବାଦୀଙ୍କ ବର୍ବର କାଣ୍ଡ । ଏହାରି ଭିତରେ ନଜର ଆସିଛନ୍ତି ମାଓବାଦୀଙ୍କ ବର୍ବର କାଣ୍ଡ । ମାଓବାଦୀମାନେ ଜେସିବି ପୋଡିବା ସହ ଲ୍ୟାଣ୍ଡ ମାଇନ୍‌ ଲଗାଇ ଫରେଷ୍ଟ କ୍ୱାର୍ଟର ଉଡାଇଥିବା ସୂଚନା । ନୂଆପଡା ଥାନା ଅଭୟାରଣ୍ୟ ଭିତରେ ଥିବା ଗୋଲାବନ୍ଧ ଗାଁରେ ଘଟଣା ।

ସୂଚନା ଥାଉକି, ଗୁରୁବାର ବିଳମ୍ବିତ ରାତିରେ ପାଖାପାଖି ୫୦ରୁ ଉର୍ଦ୍ଧ୍ୱ ମାଓବାଦୀ ଆସି ଘଟାଇଥିଲେ ନାରକୀୟ କାଣ୍ଡ । ଜେସିବି ପୋଡିବା ସହ ଲ୍ୟାଣ୍ଡ ମାଇନ୍‌ ଲଗାଇ ଫରେଷ୍ଟ କ୍ୱାର୍ଟର ଉଡାଇଥିବା ସୂଚନା । ପୋଲିସ ପକ୍ଷରୁ ମାଓ ଦମନ କାର୍ଯ୍ୟକ୍ରମକୁ ବିରୋଧ କରାଯାଇଥିବା ଅଭିଯୋଗ । ଆସନ୍ତା ୨୫ ଅଗଷ୍ଟକୁ ଗରିଆବନ୍ଧ, ଧମତରୀ, ନୂଆପଡା, ନବରଙ୍ଗପୁର ଓ କାଙ୍କେର ଜିଲ୍ଲାରେ ବିରୋଧି ଦିବସ ପାଳନ କରିବାକୁ ପୋଷ୍ଟର ମାଧ୍ୟମରେ ଆହ୍ୱାନ । ପୋଷ୍ଟରରେ ଭାକପା ନୂଆପଡା ମୈନପୁର ଡିଭିଜନ କମିଟୀ ମାଓବାଦୀ ବୋଲି ଉଲ୍ଲେଖ ରହିଛି ।

   Related Posts