ମାଲକାନଗିରି ପୋଲିସକୁ ସଫଳତା, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

Published By : Prameya-News7 Bureau | October 21, 2022 IST

ମାଲକାନଗିରି ୨୧/୧୦: ମାଲକାନଗିରି ଜିଲ୍ଲାରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ । ମାଥିଲି ଥାନା ଅନ୍ତର୍ଗତ ତୁଳସୀ ପାହାଡରେ କମିଂ ଅପରେସନ ଚାଲିଥିବା ବେଳେ ଛତିଶଗଡ ଦରଭା ମାଓ ସଂଗଠନର ଏକ ଡମ୍ପକୁ ଖୋଜି ବାହାର କରିଥିଲେ ସୁରକ୍ଷା କର୍ମୀ । ଯାହା ମଧ୍ୟରେ ରହିଛି ବିପୁଳ ପରିମାଣର ବିସ୍ଫୋରକ ସହ ଦୁଇଟି ବନ୍ଧୁକ, ଛଅଟି ଲ୍ୟାଣ୍ଡମାଇନ, ଗୋଟିଏ ଲାପଟପ ଓ ମାଓବାଦୀଙ୍କ ପୋଷାକ ଓ ପ୍ରଚାର ପତ୍ର ।

ବିଏସଏଫ ଓ ଏସଓଜି ବାହିନୀର ମିଳିତ କୁମିଂ ଅପରେସନ ବେଳେ ଏହି ସବୁ ମାଓ ସାମଗ୍ରୀ ଜବତ ହୋଇଥିବା ମାଲକାନଗିରି ଏସଡିପିଓ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.