ରାଉରକେଲା ୧୭।୦୪ : ନିର୍ବାଚନ ପୂର୍ବରୁ ସୀମାନ୍ତରେ ମାଓ କ୍ୟାମ୍ପ ଠାବ । ରାଉରକେଲା ଝାଡଖଣ୍ଡ ସୀମାନ୍ତ ଝାଡଖଣ୍ଡର ଗୋଏଲକେରା ଥାନା ଟେନ୍ଟୋ ଜଙ୍ଗଲରେ ଠାବ ହୋଇଛି ମାଓ କ୍ୟାମ୍ପ । କୁମ୍ବିଂ ଅପରେସନ ସମୟରେ ଠାବ ହୋଇଛି ମାଓ କ୍ୟାମ୍ପ ।
ଖବର ଅନୁଯାୟୀ, ବିଶେଷ ସୁତ୍ରରୁ ଖବର ମିଳିଥିଲା ଯେ ଏହି କ୍ୟାମ୍ପରେ ଟପ ମାଓନେତା ମିଶିର ବେଶ୍ରା ସହିତ ତା ସହଯୋଗୀ ମନଚୁ , ଚମନ ,ଅଜୟ ସହ ସାଗେନ ଅଙ୍ଗରିଆ କ୍ୟାମ୍ପରେ ରହି କିଛି ଅଘଟଣ ଘଟାଇବାକୁ ଯୋଜନା କରୁଛନ୍ତି । ଏହି ଖବର ପାଇ ସୁରକ୍ଷାକର୍ମୀ କରିଥିଲେ କୁମ୍ବିଂ ଅପରେସନ । ହେଲେ ପୋଲିସ ଅପରେସନ୍ ପୂର୍ବରୁ ଛତ୍ରଭଙ୍ଗ ଦେଇଥିଲେ ମାଓନେତା । ନିର୍ବଚନ ସମୟରେ କିଛି ଅଘଟଣ ଘଟାଇ ପାରନ୍ତି ମାଓବାଦୀ ଯାହାକୁ ନଜର ରଖି ଝାଡ଼ଖଣ୍ଡ , ରାଉରକେଲା ସହ ସୁନ୍ଦରଗଡ଼ ପୋଲିସ ପୁରା ଆଲର୍ଟରେ ରହିଛି ।
ତେବେ ଏହି ଚଢାଉରେ ବିପୁଳ ପରିମାଣର ସାମଗ୍ରୀ ଜବତ ହୋଇଛି । ଯେଉଁଥିରେ ବିଷାକ୍ତ ଲେପ ଥିବା ୨୧ଟି ତାର ଅଢ଼େଇ କିଲୋର ଗନ ପାଉଡ଼ର , ପାଞ୍ଚ କିଲୋ ଆମୋନିଆ ନାଇଟ୍ରେଟ ପାଉଡ଼ର , ଗୋଟିଏ କିଲୋ ସଲଫର ପାଉଡ଼ର ସହ ଅନେକ ମାଓ ସାମଗ୍ରୀ ରହିଛି।