କନ୍ଧମାଳ-ବୌଦ୍ଧ ସୀମାରେ କମ୍ବିଂ ଅପରେସନ୍ ଜୋରଦାର, ବହୁ ମାଓ ସାମଗ୍ରୀ ଜବତ

Published By : Prameya-News7 Bureau | July 12, 2021 IST

ଫୁଲବାଣୀ ୧୨।୭: କନ୍ଧମାଳ-ବୌଦ୍ଧ ସୀମାନ୍ତ ଗୋଛାପଡ଼ା ଥାନା ଅନ୍ତର୍ଗତ ଉମା ଜଙ୍ଗଲରେ କମ୍ବିଂ ଜୋରଦାର । ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀମାନେ ୨ଟି ଦେଶୀ ବନ୍ଧୁକ ସହ ବହୁ ମାଓ ସାମଗ୍ରୀ ଜବତ କରିଥିବା କନ୍ଧମାଳ ଏସପି ବିନିତ ଅଗ୍ରୱାଲ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।  

{"id":479367,"sizeSlug":"large","linkDestination":"none"}

ଜବତ ମାଓ ସାମଗ୍ରୀ ମଧ୍ୟରେ ୨ଟି ଦେଶୀ ବନ୍ଧୁକ, ମାଓ ପୋଷାକ, ଛତା, ଜୋତା, ବ୍ୟାଟେରୀ ରହିଛି । ତାର, ମେଡ଼ିସିନ, ରେଡିଓ ଆଦି ଜବତ କରିଥିବା କନ୍ଧମାଳ ଏସପି ସୂଚନା ଦେଇଛନ୍ତି । ତେବେ ଦୀର୍ଘ ୮ଘଣ୍ଟା ଧରି ଚାଲିଥିବା ଗୁଳି ବିନିମୟରେ ରକ୍ତମୁଖା ଲାଲବାହିନୀର ଗୁଳିରେ ୨ ଯବାନ ଗୁରୁତର ହୋଇଥିଲେ। ଏହାପରେ କନ୍ଧମାଳ ଜିଲ୍ଲାରେ ଥିବା ମାଓ ଗତିବିଧି ଅଞ୍ଚଳଗୁଡିକ ଉପରେ ପୋଲିସ ସତର୍କ ଦୃଷ୍ଟି ରଖିବା ସହ  ଅପରେସନ କ୍ଲିନ୍ ଉପରେ ଗୁରୁତ୍ଵ ଦିଆଯାଉଥିବା କନ୍ଧମାଳ ଏସପି ସୂଚନା ଦେଇଛନ୍ତି ।  

{"id":479368,"width":751,"height":422,"sizeSlug":"large","linkDestination":"none"}

କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ, ବାଲିଗୁଡ଼ା, କ.ନୂଆ ଗାଁ, ଫିରିଙ୍ଗିଆ, ଗୋଛାପଡା ଓ ଫୁଲବାଣୀ ସଦର, କୋଟଗଡ, ଦାରିଙ୍ଗବାଡି, ରାଇକିଆ ଆଦି ଥାନା ଅଞ୍ଚଳରେ ମାଓବାଦୀଙ୍କ ଚଳପ୍ରଚଳ ରହିଛି । ବିଭିନ୍ନ ସମୟରେ ସୁରକ୍ଷାକର୍ମୀମାନେ ନିୟମିତ କମ୍ବିଂ ଅପରେସନ କରି ଅନେକ ମାଓ କ୍ୟାମ୍ପ ଧ୍ବସ୍ତ କରିବା ସହ ବହୁ ମାଓ ସାମଗ୍ରୀ ଜବତ କରିଛନ୍ତି । ତଥାପି ମଧ୍ୟ ମାଓବାଦୀ ବିଭିନ୍ନ ଜଙ୍ଗଲରେ କ୍ୟାମ୍ପ କରି ରହିଛନ୍ତି । କମ୍ବିଂ ବେଳେ ଘଞ୍ଚ ଜଙ୍ଗଲର ସୁଯୋଗ ନେଇ ଖସି ପଳାଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.