ଜଙ୍ଗଲ ଭିତରୁ ମାଓ କ୍ୟାମ୍ପ୍ ଠାବ, ବହୁ ମାଓ ସାମଗ୍ରୀ ଜବତ

Published By : Prameya-News7 Bureau | July 09, 2022 IST

ନୂଆପଡା ୯।୭: ପଡୋଶୀ ଛତିଶଗଡ଼ ସୀମାନ୍ତ ପାଟଧରା ସଂରକ୍ଷିତ ଜଙ୍ଗଲରୁ ନୂଆପଡା ପୋଲିସ ଏସଓଜି, ଡିଭିଏଫ ଓ ସିଆରପିଏଫ ଜବାନଙ୍କ ସହାୟତାରେ ମାଓ କ୍ୟାମ୍ପ ଠାବ କରିବା ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ମାଓ ସାମଗ୍ରୀ ଜବତ କରାଯାଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ନୂଆପଡା ଏସପି ପ୍ରତ୍ୟୁଷ ଦିୱାକର ସୂଚନା ଦେଇଛନ୍ତି । ଗତମାସ ୨୧ ତାରିଖରେ ବୋଡେନ ଥାନା ପାଟଧରା ଜଙ୍ଗଲ ଭିତରେ ମାଓବାଦୀଙ୍କ ଗୁଳିରେ ତିନି ଜଣ CRPF ଯବାନ ସହିଦ ହୋଇଥିଲେ । ସେହିଦିନଠାରୁ ସେହି ଅଞ୍ଚଳରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଥିଲା ।

{"id":653757,"width":838,"height":461,"sizeSlug":"full","linkDestination":"none"}

ଶୁକ୍ରବାର SOG, DVF ଓ CRPF ଯବାନମାନେ କମ୍ବିଂ କରୁଥିବା ସମୟରେ ପଡୋଶି ଛତିଶଗଡ଼ ସୀମାନ୍ତବର୍ତ୍ତି ପାଟଧରା ଜଙ୍ଗଲ ଭିତରେ ଏକ ମାଓ କ୍ୟାମ୍ପ ଠାବ କରିଥିବା ବେଳେ ପ୍ରଥମେ ମାଓବାଦୀମାନେ ଯବାନଙ୍କ ଉପରକୁ ଗୁଳିମାଡ କରିଥିଲେ । ତାର ଜବାବରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଦୀର୍ଘ ଦୁଇ ଘଣ୍ଟା ଧରି ଗୁଳି ବର୍ଷା ହୋଇଥିଲା । ଯବାନଙ୍କ ପକ୍ଷରୁ ୨୮୪ ରାଉଣ୍ଡ ଗୁଳି ଚଳାଚଳ ପରେ ପାଖାପାଖି ୬୦ରୁ ଅଧିକ ହାର୍ଡକୋର ମାଓବାଦୀ ରହିଥିବା ବେଳେ ସେଠାରୁ ଛତ୍ରଭଙ୍ଗ କରିଥିବା ସୂଚନା ମିଳିଛି । ଠାବ ହୋଇଥିବା ମାଓ କ୍ୟାମ୍ପରୁ ଗୋଟିଏ ଏୟାର ଗନ, ରେଡିଓ, ସୋଲାର ପ୍ଲେଟ, ତାର, ଛତା, ସିଲେଇ ମେସିନ, ମାଓ ପୋଷାକ, ମାଓ ପୁସ୍ତିକା ସହ ଗର୍ଭପାତ ଔଷଧ ଭଳି ଅନେକ ସାମଗ୍ରୀ ଜବତ କରାଯାଇଛି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନୂଆପଡା ଏସପି ପ୍ରତ୍ୟୁଷ ଦିୱାକର ସୂଚନା ଦେଇଥିବା ବେଳେ ସିଆରପିଏଫ ୨୧୬ ବାଟାଲିୟନର କମାଣ୍ଡେଣ୍ଟ ରାଜେଶ ବତ୍ସ ପ୍ରତିକ୍ରିୟା ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.