ମାଓ ଶିବିର ଠାବ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ
24/08/2020 at 3:17 PM

ମାଲକାନଗିରି ୨୪।୮: ମାଲକାନଗିରି ଜିଲ୍ଲାରେ ମାଓ ଶିବିର ଠାବ କଲା ପୋଲିସ । କାଲିମେଳା ଥାନା ଅନ୍ତର୍ଗତ କୁରୁବ ଓ ସୁଧାକୁଣ୍ଟା ଗାଁ ମଝି ଜଙ୍ଗଲରେ ମାଓବାଦୀମାନେ ଅସ୍ତ୍ରଶସ୍ତ୍ର ଲୁଚାଇ ରଖିଥିବା ବେଳେ ସୋମବାର ଏସଓଜି ଓ ବିଏସଏଫବାହିନୀ ମିଳିତ ଭାବେ ଏହାକୁ ଜବତ କରିଥିଲେ ।

ପୂର୍ବରୁ କାଲିମେଳା ଅଞ୍ଚଳରେ ମାଓବାଦୀମାନେ ସକ୍ରିୟ ରହିଥିବା ବେଳେ ବିଏସଏଫ ମୁତୟନ ପରେ ସେମାନେ ଚିତ୍ରକୋଣ୍ଡା ଅଞ୍ଚଳକୁ ଚାଲି ଯାଇଛନ୍ତି । ହେଲେ ସେମାନଙ୍କ ଅସ୍ତ୍ରଶସ୍ତ୍ର ସଂପର୍କରେ ଗୁଇନ୍ଦା ସୂଚନା ପାଇଁ ଜବାନମାନେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ।
Related Posts
ବିପଦ ସଙ୍କେତ ଉପରେ ଜଳକା ନଦୀ, ଭୟଭୀତ ଅବସ୍ଥାରେ ୭ ପଞ୍ଚାୟତବାସୀ
12 August 2022