ପୋଲିସକୁ ସଫଳତା, ବରଗଡ଼ ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ

Published By : Prameya-News7 Bureau | February 25, 2024 IST

ବରଗଡ଼ ୨୫।୦୨ : ବରଗଡ଼ ଜିଲ୍ଲା ପୋଲିସକୁ ସଫଳତା । ପାଇକମାଳ ଥାନା ଗନ୍ଧମାର୍ଦ୍ଦନ ପାହାଡ଼ ଉପରେ ଥିବା ଖଣ୍ଡିଝରଣ ଓ ନିକଟସ୍ଥ ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ ହୋଇଛି । ଏହି କ୍ୟାମ୍ପରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛି ବରଗଡ଼ ପୋଲିସ ।

{"id":913510,"sizeSlug":"full","linkDestination":"none"}

ଖବର ଅନୁଯାୟୀ,  ପାଇକମାଲ ଥାନା ଗନ୍ଧମାର୍ଦ୍ଦନ ପାହାଡ଼ ଉପରେ ଥିବା ଖଣ୍ଡିଝରଣ  ଓ ନିକଟସ୍ଥ ଜଙ୍ଗଲରେ ଚାଲିଥିଲା କମ୍ବିଂ ଅପରେସନ । ଏହି ସମୟରେ ଜଙ୍ଗଲରୁ ଏକ ମାଓ କ୍ୟାମ୍ପ ଠାବ କରିବା ସହ ବ୍ୟବହୃତ ଅନେକ ସାମଗ୍ରୀ ଜବତ କରିଛି ବରଗଡ଼ ପୋଲିସ । ଏବେବି ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ତେବେ ଗତ ୨୩ ତାରିଖ ପୋଲିସ-ମାଓବାଦୀ ମୁହାଁମୁହିଁ ହୋଇଥିଲେ । ଏପିରିକି ବରଗଡ଼- ବଲାଙ୍ଗୀର ଓ ମହାସମୁନ୍ଦ ଡିଭିଜନର ମାଓ ସଙ୍ଗଠନ ନିଜର ସ୍ଥିତି ଜାହିର କରିଥିବା ସୂଚନା ମିଳିଛି।

wp:embed {"url":"https://www.prameyanews7.com/pm-modi-praises-odia-couple/","type":"wp-embed","providerNameSlug":"prameya-news-7"}
https://www.prameyanews7.com/pm-modi-praises-odia-couple/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.