scan steel
web-baneer-728x90
WhatsApp Image 2023-12-06 at 12.52.17
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମାଓ ସହିଦ ସପ୍ତାହ ପୂର୍ବରୁ କନ୍ଧମାଳରେ ଲାଗିଲା ମାଓ ବ୍ୟାନର

27/07/2023 at 11:06 AM

କନ୍ଧମାଳ ୨୭।୭: ମାଓ ସହିଦ ସପ୍ତାହ ପୂର୍ବରୁ କନ୍ଧମାଳରେ ଲାଗିଲା ମାଓ ବ୍ୟାନର । ସହିଦ ସପ୍ତାହ ପୂର୍ବରୁ କନ୍ଧମାଳରେ ମାଓ ବ୍ୟାନର ଲାଗିଛି । ଆସନ୍ତା ୨୮ ତାରିଖରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଲାଲ୍ ବାହୀନି ସହିଦ ସପ୍ତାହ ପାଳନ କରୁଛି । ଏହି ସମୟ ମଧ୍ୟରେ ମାଓବାଦୀ ମାନେ କିଛି ଅଘଟଣ ଘଟାନ୍ତି । ଏହି ସପ୍ତାହ ପୋଲିସ ପାଇଁ ଏକ ଚାଲେଞ୍ଜ ସୃଷ୍ଟି କରିଛି । ମାଓବାଦୀଙ୍କ ସହିଦ ସପ୍ତାହକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ମାଓ ପ୍ରବଣ ଅଞ୍ଚଳରେ କୁମ୍ବିଂ କରିବା ସହ କଡ଼ା ସୁରକ୍ଷା ମଧ୍ୟ ଗ୍ରହଣ କରାଯାଇଛି ।

ଗୁରୁବାର ଫିରିଙ୍ଗିଆ ଥାନା ଅନ୍ତର୍ଗତ ପାଇ ରାଜୁ ଓ ଗୋଛାପଡା ନିକଟ ବ୍ରିଜ୍‌ରେ ମାଓ ବ୍ୟାନର ଓ ପୋଷ୍ଟର ଦେଖିବାକୁ ମିଳିଛି । ଏହି ସପ୍ତାହକୁ ମାଓ ସଂଗଠନ ସହିଦ ସପ୍ତାହ ପାଳନ କରିବାକୁ ଏହି ବ୍ୟାନରରେ ଉଲ୍ଲେଖ ରହିଛି । ବ୍ୟାନର ଲାଗିବା ଫଳରେ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

ସେପଟେ ରାୟଗଡ଼ା ଜିଲ୍ଲା ନିୟମଗିରି ପାହାଡ଼ରେ ଥିବା ବିଭିନ୍ନ ଗାଁ ମାନଙ୍କରେ ମାଓବାଦୀଙ୍କ ତରଫରୁ ବ୍ୟାନର ଓ ପୋଷ୍ଟର ଲଗାଯାଇଛି । ଶୁକ୍ରବାରଠାରୁ ସହିଦ ସପ୍ତାହ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ପାଳନ କରିବା ପାଇଁ ଆହ୍ବାନ ଜଣାଇଛନ୍ତି ମାଓବାଦୀ । କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ପାରସାଲି ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗାଁ ମାନଙ୍କରେ ଏହି ପୋଷ୍ଟର ଓ ବ୍ୟାନର ଦେଖିବାକୁ ମିଳିଛି । ମୁଖ୍ୟତଃ ପାରସାଲି ପଞ୍ଚାୟତ କାର୍ଯ୍ୟାଳୟ ଓ ଡିକେଡିଏ କାର୍ଯ୍ୟାଳୟ ସମ୍ମୁଖରେ ବ୍ୟାନର ଓ ପୋଷ୍ଟର ଲଗାଇ ନିଜ ସ୍ଥିତି ଜାହିର କରିଛନ୍ତି ମାଓବାଦୀ । ଅଧିକ ସଂଖ୍ୟାରେ ଯୁବକ ଯୁବତୀ ପିଏଲଜିଏରେ ସାମିଲ ହେବାକୁ ମାଓବାଦୀମାନେ ନିବେଦନ ମଧ୍ୟ କରିଛନ୍ତି । ଏଣେ ଏହା ନଜରକୁ ଆସିବା ପରେ ପୋଲିସ ଓ ସିଆରପିଏଫ ଯବାନ ପହଞ୍ଚି ତାହା ଜବତ କରିଥିଲେ । ଏଥିସହ ନିୟମଗିରି ପାହାଡରେ କୁମ୍ବିଂ ଅପରେସନ ଜୋରଦାର କରାଯାଇଛି ।

You Can Read :

   Related Posts