ମୁନିଗୁଡ଼ା ୨୪/୦୮: ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ରାମନାକୁପୁଲି ଛକରେ ଲାଗିଛି ମାଓ ବ୍ୟାନର ଓ ପୋଷ୍ଟର । ଏହି ବ୍ୟାନର ଓ ପୋଷ୍ଟର ସିପିଆଇ ମାଓବାଦୀ ବାଘୁନା ଡିଭିଜିନାଲ କମିଟି ତରଫରୁ ଲାଗିଥିଲା ଉଲ୍ଲେଖ ରହିଛି । ଏଥିରେ ୩ ପ୍ରମୁଖ ବିଜେଡି ନେତାଙ୍କୁ ଧମକ ଦିଆଯାଇଥିବା ଦେଖିବାକୁ ମିଳିଛି ।
ପୋଲିସ ନୀରିହ ଲୋକଙ୍କୁ ମିଥ୍ୟା କେଶ୍ରେ ପକାଇ ଜେଲ ରଖିବା ସହ ମାଡ ମାରୁଥିବାରୁ ତାଙ୍କୁ ନିର୍ଦୋଶରେ ସେମାନଙ୍କୁ ଖଲାସ କରାଯାଉ । ନଚେତ ଷଡଯନ୍ତ୍ର ଚଲାଇଥିବା ୩ ବିଜେଡି ନେତା ଆଇନ ତଥା ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ପୂର୍ବତନ ସାସଦ ତଥା ବିଜେଡି ରାଜ୍ୟ ଉପସଭାପତି ନାକିଡି ଭାସ୍କର ରାଓ ଓ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ତଥା ରାୟଗଡା ଜିଲ୍ଲା ବିଜେଡି ସଭାପତି ସୁଧିର ଦାସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏମିତି ଲେଖା ହୋଇଛି ପୋଷ୍ଟରରେ ।
you can also read...
wp:embed {"url":"https://www.prameyanews7.com/one-person-lost-his-life-in-jharkhand-maoist-area/","type":"wp-embed","providerNameSlug":"prameya-news-7"}