ବସ୍‌ଷ୍ଟାଣ୍ଡରେ ମାଓ ବ୍ୟାନର, ପୋଲିସ ଇନ୍‌ଫର୍ମରଙ୍କୁ ସରେଣ୍ଡର ପାଇଁ ଆହ୍ବାନ

Published By : Prameya-News7 Bureau | February 23, 2021 IST

ମୁନିଗୁଡା ୨୩।୨: ଦୀର୍ଘ ବର୍ଷ ପରେ ରାୟଗଡା ଜିଲ୍ଲା ଚନ୍ଦ୍ରପୁର ଥାନାର ହନୁମନ୍ତପୁର ବସଷ୍ଟାଣ୍ଡ ନିକଟରେ ମାଓ ବ୍ୟାନର ଲଗାଯାଇଥିବା ଦେଖିବାକୁ ମିଳିଛି । ଏହି ବ୍ୟାନରରେ ଚନ୍ଦ୍ରପୁର, ହନୁମନ୍ତପୁର ଓ ଜାର୍ପାର କିଛି ଲୋକ ପୋଲିସ ଇନଫର୍ମର ସାଜି ପୋଲିସକୁ ଖବର ଦେଉଛନ୍ତି, ସେମାନେ ୨୫.୨.୨୦୨୧ ରେ ସରେଣ୍ଡର କରିବାକୁ ଆହ୍ବାନ ଦିଆଯାଇଛି । ନଚେତ୍ ସେମାନଙ୍କୁ ପ୍ରଜାକୋର୍ଟରେ ହାଜର କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ଏହି ବ୍ୟାନରଟିକୁ ସିପିଆଇ ମାଓବାଦୀ ବଂଶଧାରା ଘୁମୁସର ନାଗାବଳୀ ଡିଭିଜିନାଲ କମିଟି ତରଫରୁ ଲଗାଯାଇଥିବା  ଉଲ୍ଲେଖ ରହିଛି । ଦୀର୍ଘ ବର୍ଷ ପରେ ବ୍ୟାନର ଲଗାଯାଇଥିବା ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ଥିବାବେଳେ CRPF ଯବାନମାନେ ପହଞ୍ଚି ବ୍ୟାନରକୁ କାଢିନେଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.