ସହିଦ ସପ୍ତାହ ପାଳନ ପାଇଁ ଅଡିଓ ଟେପ୍ ଜାରି କଲେ ମାଓ ସଙ୍ଗଠନ

Published By : Prameya-News7 Bureau | July 27, 2021 IST

ଚିତ୍ରକୋଣ୍ଡା ୨୭।୭: ଜୁଲାଇ ୨୮ ତାରିଖଠାରୁ ଅଗଷ୍ଟ ମାସ ୩ ତାରିଖ ପର୍ଯ୍ୟନ୍ତ ଶହୀଦ ସପ୍ତାହ ପାଳନ କରିବାକୁ ଜିଲ୍ଲାବାସୀଙ୍କୁ ଆହ୍ବାନ ଦେଇଛନ୍ତି ବର୍ଡର ମାଓ ସଙ୍ଗଠନ । କୋଭିଡ୍ କଟକଣା ଭିତରେ ଦେଶରେ ବଢୁଥିବା ଦରଦାମ ବୃଦ୍ଧି ପ୍ରତିବାଦରେ ଆନ୍ଧ୍ର ଓଡିଶା ବର୍ଡର ଗାଁକୁ ଗାଁ ଯାଇ ପ୍ରତିବାଦ ଭିତ୍ତିକ ବୈଠକ କରିବେ ଲାଲ୍ ବାହିନୀ ।

{"id":486565,"sizeSlug":"large","linkDestination":"none"}

୨୦୨୦/୨୧ ବର୍ଷରେ ୧୩ ଜଣ ମାଓବାଦୀ ସୁରକ୍ଷାକର୍ମୀଙ୍କ ଗୁଳିର ଶିକାର ହୋଇଥିବା ବେଳେ ୧୨ଜଣ ପ୍ରାଣ ହରାଇଛନ୍ତି ବୋଲି ଅଡିଓ ଟେପ୍ ମାଧ୍ୟମରେ ପ୍ରକାଶ କରିଛନ୍ତି ନକ୍ସଲପନ୍ଥୀ । ବିଶାଖାପାଟଣା ଜିଲ୍ଲାରେ ଜୁନ୍ ୧୬ ତାରିଖରେ ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଥିବା ୬ ଜଣ ଟପ୍ ମାଓ କମ୍ରେଡଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ସମସ୍ତ ଅଞ୍ଚଳବାସୀଙ୍କୁ ଅନୁରୋଧ କରିଛନ୍ତି ଆନ୍ଧ୍-ଓଡିଶା ମାଓ ସଂଗଠନ । ଏହି ସହିଦ ସପ୍ତାହ ପାଇଁ ସହିଦଙ୍କ ନାମରେ ସ୍ମୃତି ସ୍ତମ୍ଭ ପ୍ରସ୍ତୁତିରେ ଲାଗିପଡିଛନ୍ତି ଲାଲ୍ ବାହିନୀ । ପୃଥକ ପୃଥକ ସ୍ଥାନରେ ସହିଦ ସ୍ତମ୍ଭ ନିର୍ମାଣ ସହ ଆନ୍ଧ୍ର ଓଡ଼ିଶା ବୋର୍ଡର ଅଞ୍ଚଳଗୁଡିକରେ ସହିଦ ସପ୍ତାହ ପଳିବାକୁ ଅଡିଓ ଟେପ୍ ମାଧ୍ୟମରେ କହିଛନ୍ତି ନକ୍ସଲପନ୍ଥୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.