ବାଲିଗୁଡ଼ାରେ ମାଓ ବିରୋଧୀ ପୋଷ୍ଟର

Published By : Prameya-News7 Bureau | August 24, 2020 IST

ବାଲିଗୁଡ଼ା ୨୪।୦୮: କନ୍ଧମାଳ ଜିଲ୍ଲାରୁ ବାଲିଗୁଡା ଥାନା ରାଇପଙ୍ଗା ଗାଁ ମାଓ ବିରୋଧୀ ପୋଷ୍ଟର ଲାଗିଛି । ପୋଷ୍ଟରେ ଗତ ୧୮ତାରିଖରେ ହୋଇଥିବା କଞ୍ଚାଲାଘୁ ହିଂସାକୁ ବିରୋଧ କରି ପୋଷ୍ଟର ମରାଯାଇଛି । inppf ପକ୍ଷରୁ ପୋଷ୍ଟର ମରାଯାଇଥିବା ସୂଚନା ।

ବାଲିଗୁଡା ଥାନା ରାଇପଙ୍ଗା ଗ୍ରାମରେ ପୋଷ୍ଟର ଲାଗିଛି । ଏହା ଏକ ନକ୍ସଲ ପ୍ରଭାବିତ ଅଞ୍ଚଳ । ନକ୍ସଲ ବିରୋଧୀ ପୋଷ୍ଟରରେ Inppf ଜିଲ୍ଲା କମିଟି ପକ୍ଷରୁ ନକ୍ସଲଙ୍କୁ ଖୁବ୍‌ ସମାଲୋଚନା କରାଯାଇଛି ।  ତେବେ ପୋଷ୍ଟରରେ କିଛି କଥା ଉଲ୍ଲେଖ ରହିଛି ଯେପରି…

୧. କଞ୍ଜାଲଘୁ ଠାରେ ଘଟାଯାଇଥିବା ହିଂସାକୁ ଆମେ ବିରୋଧ ଓ ନିନ୍ଦା କରୁଛୁ । କିଛି ନକ୍ସଲଙ୍କ ହତ୍ୟା ପ୍ରତିବାଦରେ ଏହି ହିଂସା କରାଯାଇଥିଲା । ଯାହାକି ଭୋକ ବିକଳରେ ତାଟିଆ କାମୁଡିବା ସାଦୃଶ୍ୟ  ।

୨. ସେସବୁ ତୁମର ସମ୍ପତି ନଥିଲା,  ଯାହା ତୁମେ ପୋଡିଦେଲ । ବିକାଶ କାମକୁ ବିରୋଧ କରି ପୋଡାଜଳା କେତେଦୂର ଯୁକ୍ତିଯୁକ୍ତ ? ଆଦିବାସୀର ବିକାଶ କାମରେ ତୁମେ ବିରୋଧୀ ନକ୍ସଲ ତୁମକୁ ଏହାର ଜବାବ ଦେବାକୁ ପଡିବ ।

୩ .ସେମାନେ ଆମମାନଙ୍କ ପାଇଁ ସହିଦ ନୁହନ୍ତି , ବହୁତ ଶୀଘ୍ର ଏହାର ପ୍ରତିଶୋଧ ନିଆଯିବ । ତୁମକୁ ଜଙ୍ଗଲ ଭିତରେ ଗୋଡେଇ ଗୋଡେଇ ବାହାର କରାଯିବ ।

୪. ଏ ଦେଶରେ  ତୁମର କୌଣସି ଅଧିକାର ନାହିଁ ।

ପଡୋଶୀ ଦେଶର ପ୍ରରୋଚନାରେ ଆମେ ଦେଶର କିଛି ଲୋକ ଏପରି କାର୍ଯ୍ୟ କରୁଛନ୍ତି । ଯାହାକି ଆମ ଆଦିବାସୀଙ୍କ ବିକାଶରେ ବାଧା ସୃଷ୍ଟି କରୁଛି ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.