ମାଣିଆବନ୍ଧ ସନ୍ତୋଷ ବିଶ୍ବାଳ ହତ୍ୟା ଘଟଣା, ପୋଲିସ୍ କହିଲା କେମିତି ଥିଲା ପୂରା ଷଡ଼ଯନ୍ତ୍ର

Published By : Prameya-News7 Bureau | September 22, 2023 IST

ଆଠଗଡ଼: ଉଗ୍ର ରୂପ ନେଇଥିଲା ପୂର୍ବ ଶତ୍ରୁତା। ଗାଡିରେ ଉଠାଇ ନେଲେ, ଲୁହା ରଡରେ। ମନ ବୁଝିଲାନି... ଦଉଡିରେ ବାନ୍ଧି ଗାଡିରେ ଘୋଷାଡି ଘୋଷାଡି ମାରି ଦେଲେ। ଆଉ ଶେଷରେ ଗାଁ ପାଖ ଜଙ୍ଗଲରେ ଫିଙ୍ଗି ଦେଲେ। ଗତ ୨ ତାରିଖରେ ମାଣିଆବନ୍ଧ ଥାନା ଯୋଡୁମୁ ଗାଁର ଯୁବକ ସନ୍ତୋଷ ବିଶ୍ବାଳଙ୍କୁ ଅତି ନିର୍ମମ ହତ୍ୟା ଘଟଣାର ଖୁଲାସା କରିଛନ୍ତି କଟକ ଜିଲ୍ଲା ଅତିରିକ୍ତ ଏସ୍‌ପି । ଏଭଳି ଢଙ୍ଗରେ ହତ୍ୟା କରିଥିବା ସ୍ବୀକାର କରିଛନ୍ତି ଅଭିଯୁକ୍ତ।

ସୂଚନାଥାଉକି, ଗତ ୨ ତାରିଖରେ ମାଣିଆବନ୍ଧ ଥାନା ଯୋଡୁମୁ ଗାଁ’ର ଯୁବକ ସନ୍ତୋଷ ବିଶ୍ବାଳଙ୍କୁ ଅତି ନିର୍ମମ ହତ୍ୟା ହୋଇଥିଲା। ଏହି ମାମଲାରେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର କାରଣ ପାଲଟିଥିଲା। ତିନୋଟି ସ୍ବତନ୍ତ୍ର ସ୍ବାର୍ଡ କରାଯାଇ ମୁଖ୍ୟ ଅଭିଯୁକ୍ତ ଗୌତମ ରାଉତ ସମେତ ୪ଜଣକୁ ଗିରଫ କରିଛି ମାଣିଆବନ୍ଧ ପୋଲିସ ।

ଆହୁରି ପଢ଼ନ୍ତୁ: ଯୁବକଙ୍କ ମିଳିଲା ଝୁଲନ୍ତା ମୃତଦେହ, ପରିଚୟ ଖୋଜୁଛି ପୋଲିସ

ପୂର୍ବରୁ ଜଣକୁ ଗିରଫ କରାଯାଇଥିବା ବେଳେ ଶୁକ୍ରବାର ୪ ଜଣକୁ ରାଜ୍ୟ ବାହାରୁ ବିଭିନ୍ନ ସ୍ଥାନରୁ ଚଢାଉ କରି ଗିରଫ କରିଯାଇଛି। ଏହାସହ ସେମାନଙ୍କ ଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ହେଉଥିବା ମାରଣ ଅସ୍ତ୍ର ସହ ମୋବାଇଲ ଜବତ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଗ୍ରାମାଞ୍ଚଳ ଅତିରିକ୍ତ ଏସ୍ପି କୃଷ୍ଣ ପ୍ରସାଦ ପଟ୍ଟନାୟକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.