ଲଗାଣ ବର୍ଷାରେ ବେହାଲ କଳାହାଣ୍ଡି, ଏବେବି ବାହ୍ୟଜଗତରୁ ବିଚ୍ଛିନ୍ନ ଅନେକ ଗାଁ

Published By : Prameya-News7 Bureau | August 08, 2019 IST

କଳାହାଣ୍ଡି ୮|୮: କଳାହାଣ୍ଡି ବନ୍ୟା ବିତ୍ପାତ । ଲାଞ୍ଜିଗଡ ବ୍ଲକର ୫୨ ଗୋଟି ଗାଁ ଓ ଥୁଆମୁଳ-ରାମପୁର ବ୍ଲକର ୨୧୨ଟି ଗାଁ ପ୍ରଭାବିତ ହୋଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ରାସ୍ତା ଧୋଇଯିବା ସହ ଗଛ ପଡି ଯାତାୟତ ବାଧାପ୍ରାପ୍ତ ହୋଇଛି । ଇନ୍ଦ୍ରାବତୀ ଜଳଭଣ୍ଡାରରେ ବିଦ୍ୟୁତ୍ ଉତ୍ପାଦନ ବନ୍ଦ ରହିଛି ।

{"id":142058}

ମଗଂଳପୁର ବ୍ୟାରେଜର ପାଚଂ ଗୋଟି ଗେଟରୁ ବନ୍ୟା ପାଣି ନିଷ୍କାଷନ ଜାରି ରହିଛି । ହାତୀ ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଥିବାବେଳେ ପାଣି କ୍ରମଶଃ କମୁଥିବାରୁ ବିରିପୁର ଓ ମାଟିଖାଲ ଗାଁ ରୁ ପାଣି କମିଛି । ହାତୀ ନଦୀ କୁଳିଆ ଗାଁର ସୁରକ୍ଷା ପାଇଁ ଲୋକଙ୍କୁ ଜିଲ୍ଲା ପ୍ରଶାସନ ସ୍କୁଲକୁ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା କରିଛନ୍ତି । ମାତ୍ର ୩୦ ଜଣ ସ୍ଲୁଲରେ ଆଶ୍ରୟ ନେଇଥିଲେ ।

{"id":142059}

ଗାଁରେ ପସିଥିବା ପାଣି କମିଛି । ଜିଲ୍ଲା ପ୍ରଶାସନ ବିଚ୍ଛିନ୍ନ ଜାତୀୟ ରାଜପଥର ମରାମତି ତଥା ଗଛ ଉପୁଡି ରାସ୍ତା ଅବରୋଧକୁ ସ୍ବାଭାବିକ କରିବାକୁ ପ୍ରାଥମିକତା ଦେଉଥିବା ସୂଚନା ଦେଇଛନ୍ତି । ବର୍ଷ। ଓ ପାଣି ନିଷ୍କାସନ ପରେ ପ୍ରକୃତ କ୍ଷୟକ୍ଷତି ଆକଳନ ହୋଇପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.