ହୋଲିରେ ଘରକୁ ଫେରିବା ହୋଇପାରେ କଷ୍ଟ, ଅନେକ ଟ୍ରେନ ବାତିଲ

Published By : Prameya-News7 Bureau | February 21, 2020 IST

ନୂଆଦିଲ୍ଲୀ ୨୧।୨:  ଚଳିତବର୍ଷ ହୋଲିରେ ଘରକୁ ଯିବାକୁ ଚାହୁଁଥିଲେ ଏବେଠାରୁ ନିଜର ଟ୍ରେନ ଓ ଟିକେଟ୍ କନଫର୍ମ କରାଇନିଅନ୍ତୁ। ନଚେତ ଆପଣଙ୍କୁ ଗସ୍ତ କାର୍ଯ୍ୟକ୍ରମ ବାତିଲ କରିବାକୁ ପଡିପାରେ। ଘନ କୁହୁଡି ଯୋଗୁ ଉତ୍ତର ରେଳ କର୍ତ୍ତୃପକ୍ଷ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ୪୬ଟି ଟ୍ରେନର ଯାତ୍ରା ବାତିଲ କରିଛନ୍ତି। ସେହିପରି ୪୦ଟି ଟ୍ରେନର ଯାତ୍ରା ହ୍ରାସ କରାଯାଇଥିଲା। ତେବେ ପାଗରେ ସେଭଳି ପରିବର୍ତ୍ତନ ହୋଇନଥିବାରୁ ରେଳବାଇଙ୍କ ନିଷ୍ପତ୍ତି ଅପରିବର୍ତ୍ତିତ ରହିଛି।

{"id":227320,"sizeSlug":"large"}

ଉତ୍ତର ରେଳ କର୍ତ୍ତୃପକ୍ଷ ବାତିଲ କରିଥିବା ୪୬ଟି ଟ୍ରେନରୁ ଅଧିକାଂଶ ୟୁପି ଓ ବିହାର ମାର୍ଗରେ। ଏଣୁ ଏହି ସବୁ ମାର୍ଗରେ ଯାତ୍ରା କରିବାକୁ ଥିବା ଲୋକେ ସେମାନଙ୍କ ଟ୍ରେନ କନଫର୍ମ କରିନେବା ଏବେଠୁ ଜରୁରି ହୋଇପଡିଛି। ଏଥିରୁ କିଛି ଟ୍ରେନ ପଶ୍ଚିମବଙ୍ଗକୁ ମଧ୍ୟ ସଂଯୁକ୍ତ କରୁଛନ୍ତି। ଏଣୁ ନିର୍ଦ୍ଧାରିତ ଦିନ ଯଦି ଟ୍ରେନ ନ ମିଳେ ତେବେ ହୋଲିରେ ଲୋକେ ଘରକୁ ଫେରିବାକୁ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।

{"id":227321,"sizeSlug":"large"}

ଉତ୍ତର ରେଳବାଇ ମୁଖପାତ୍ରଙ୍କ ଅନୁସାରେ ଉତ୍ତର ଭାରତର ପଞ୍ଜାବ, ହରିୟାଣା ଓ ପଶ୍ଚିମ ଉତ୍ତରପ୍ରଦେଶର ଅଧିକାଂଶ ଅଞ୍ଚଳରେ ଏବେବି ରାତିରେ ଘନ କୁହୁଡି ହେଉଛି। ଏଣୁ ରେଳଲାଇନରେ ଭିଜିବିଲିଟି ସମସ୍ୟା ଉପୁଜୁଛି। ସିଗ୍ନାଲ ଦେଖା ଯାଉନଥିବାରୁ ଦୁର୍ଘଟଣାର ଆଶଙ୍କା ରହୁଛି। ଏଣୁ ଟ୍ରେନଗୁଡିକୁ କର୍ତ୍ତୃପକ୍ଷ ବାଧ୍ୟ ହୋଇ ବାତିଲ କରିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.