ସମସ୍ତେ ଶୋଇବା ପରେ ଆସିବ, ଥରେ ନୁହେଁ ଅନେକ ଥର ଦୁଷ୍କର୍ମ, ଚାର୍ଜସିଟରେ ଲିଙ୍ଗାୟତ ସନ୍ଥଙ୍କ ବିରୋଧରେ ଚାଞ୍ଚଲ୍ୟକର ଖୁଲାସା

Published By : Prameya-News7 Bureau | November 14, 2022 IST

ବେଙ୍ଗାଲୁରୁ: ନାବାଳିକାଙ୍କ ସହ ଯୌନ ଶୋଷଣ ମାମଲାରେ ଜେଲରେ ଥିବା ଲିଙ୍ଗାୟତ ସନ୍ଥ ଶିବମୂର୍ତ୍ତି ମୁରୁଧ ଶରଣାରୁଙ୍କ ବିରୋଧରେ କର୍ଣ୍ଣାଟକ ପୋଲିସ୍ ଅଦାଲତରେ ଚାର୍ଜସିଟ୍ ଦାଖଲ କରିଛି। ଏଥିରେ ଲିଙ୍ଗାୟତ ସନ୍ଥଙ୍କ ବିରୋଧରେ ଅନେକ ଚାଞ୍ଚଲ୍ୟକର ଖୁଲାସା କରାଯାଇଛି। ଚାର୍ଜସିଟରେ ଅଭିଯୋଗ କରାଯାଇଛି ଯେ, ସନ୍ଥ ୨୦୧୩ରୁ ୨୦୧୫ ମଧ୍ୟରେ ମଧ୍ୟ ରାତ୍ରିରେ ୧୩ ବର୍ଷୀୟ ନାବାଳିକାଙ୍କ ସହ ଅନେକ ଥର ଦୁଷ୍କର୍ମ କରିଥିଲା। ଯେତେବେଳେ ସମସ୍ତେ ଶୋଇ ପଡିବେ ସେହି ସମୟରେ ପଛ ଦ୍ଵାର ଦେଇ ସନ୍ଥଙ୍କ କୋଠରୀକୁ ଆସିବା ଏବଂ ସକାଳେ ଲୋକେ ଉଠିବା ପୂର୍ବରୁ ବାହାରି ଯିବାକୁ ନାବାଳିକାଙ୍କୁ ଆଦେଶ ଦିଆଯାଇଥିଲା।

ଚାର୍ଜସିଟରେ ଉଲ୍ଲେଖ ରହିଛି ଯେ, ୬୪ ବର୍ଷୀୟ ଲିଙ୍ଗାୟତ ସନ୍ଥ ଶିବମୂର୍ତ୍ତି ନାବାଳିକାଙ୍କୁ ସମସ୍ତେ ଶୋଇବା ପରେ କୋଠରୀକୁ ଡକାଉଥିଲା। ଦୁଷ୍କର୍ମ ସମୟରେ ନାବାଳିକାଙ୍କୁ ପଚାରୁ ବୁଝୁଥିଲା ଯେ, ଆସିବା ବେଳେ ତୁମକୁ କେହି ଦେଖି ନାହାନ୍ତି ତ। ଘଟଣା ସମୟରେ ନାବାଳିକାଙ୍କ ବୟସ ୧୩ ବର୍ଷ ହୋଇଥିଲା।

ଜଗଦଗୁରୁ ମୁରୁଗରାଜେନ୍ଦ୍ର ବିଦ୍ୟାପୀଠ ମଠ ଦ୍ଵାରା ପରିଚାଳିତ ହାଇସ୍କୁଲରେ ପଢୁଥିବା ଅତି କମରେ ଦୁଇ ନାବାଳିକାଙ୍କ ସହ ଯୌନ ଉତ୍ପୀଡନ ଅଭିଯୋଗରେ ଶରଣାରୁ ଚିତ୍ରଦୁର୍ଗ ଜେଲରେ ବନ୍ଦୀ ଅଛନ୍ତି। ତାଙ୍କୁ ସେପ୍ଟେମ୍ବର ୧ରେ ପୋକ୍ସୋ ଆଇନ ଆଧାରରେ ଗିରଫ କରାଯାଇଥିଲା। ଏହା ପୂର୍ବରୁ ଅଗଷ୍ଟ ୨୭ରେ ତାଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଥିଲା। ଅକ୍ଟୋବର ୨୭ରେ ତଦନ୍ତକାରୀ ଦଳ ଅଦାଲତରେ ୬୯୪ ପୃଷ୍ଠାର ଅଭିଯୋଗଫର୍ଦ୍ଦ ଦାଖଲ କରିଥିଲେ।

ସକାଳ ୪ଟା ପୂର୍ବରୁ ଦୁଷ୍କର୍ମ

ଚାର୍ଜସିଟରେ ନାବାଳିକାଙ୍କ ସହ କଣ ଘଟିଥିଲା ତାହା ଦର୍ଶାଯାଇଛି। ପୀଡିତା କହିଛନ୍ତି, ୨୦୧୨ରେ ମାଆଙ୍କ ମୃତ୍ୟୁ ସମୟରେ ମୁଁ ସପ୍ତମ ଶ୍ରେଣୀରେ ପଢୁଥିଲି। ମୋର ବାପା ମୁରୁଘ ମଠର ପ୍ରିୟଦର୍ଶିନୀ ହାଇସ୍କୁଲରେ ମୋର ନାମ ଲେଖାଇଥିଲେ ଏବଂ ମୁଁ ଅକ୍କା ମହାଦେବୀ ଛାତ୍ରୀନିବାସରେ ରହିଥିଲି। ସେଠାରେ ଲିଙ୍ଗାୟତ ସକାଳ ୪ଟା ପୂର୍ବରୁ ମୋ ସହିତ ଦୁଷ୍କର୍ମ କରୁଥିଲା। କେହି ଉଠିବା ପୂର୍ବରୁ ମୋତେ ପଠାଇ ଦିଆଯାଉଥିଲା।

ହୋଷ୍ଟେଲ ଓ୍ଵାଡେନ ସାମିଲ୍

ପୀଡିତାଙ୍କ ମୁତାବକ, ଶ୍ରୁତି ଏବଂ ଅପୂର୍ବା ଯେବେ ହୋଷ୍ଟେଲର ଓ୍ଵାଡେନ ଥିଲେ, ସେହି ସମୟରେ କୌଣସି ସମସ୍ୟା ହେଉନଥିଲା। କିନ୍ତୁ ୨୦୧୩-୧୪ରେ ରଶ୍ମି ନାମକ ମହିଳା ହୋଷ୍ଟେଲ ଓ୍ଵାଡେନ ଭାବେ ଆସିଲେ ସମସ୍ୟା ଆରମ୍ଭ ହୋଇଥିଲା। ରଶ୍ମି ମୋତେ ରାତି ୯ଟାରେ ଫଳ ଏବଂ ଟଙ୍କା ଆଣିବା ପାଇଁ ଲିଙ୍ଗାୟତ ସନ୍ଥଙ୍କ ନିକଟକୁ ପଠାଇ ଦେଉଥିଲେ। ମୁଁ ଦୁଇ ତିନି ଥର ଅନ୍ୟ ଝିଅଙ୍କ ସହ ସେଠାକୁ ଯାଇଥିଲି। କିଛି ଦିନ ପରେ ଅନ୍ୟ ଝିଅମାନେ ଯିବାକୁ ମନା କରି ଦେଇଥିଲେ। ମୁଁ ରାତିରେ ସମସ୍ତେ ଶୋଇବା ପରେ ପଛ ଦ୍ଵାର ଦେଇ ସନ୍ଥଙ୍କ କୋଠରୀକୁ ଯାଉଥିଲି। ସେ ମୋତେ ଡ୍ରାଏ ଫୁଡ୍ ଏବଂ ଚୋକଲେଟ୍ ଦେଉଥିଲେ ଏବଂ ମୋର ଦୁଷ୍କର୍ମ କରୁଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.