ମାସିକ ଧର୍ମରେ ବିଳମ୍ବ କିମ୍ବା ଅନିୟମିତତାର ହୋଇପାରେ ଅନେକ କାରଣ : ଭୁଲରେ ମଧ୍ୟ କରନ୍ତୁନି ଅଣଦେଖା

Published By : Prameya-News7 Bureau | August 21, 2020 IST

ଭୁବନେଶ୍ୱର ୨୧/୦୮ : ମାସିକ ଧର୍ମ ମହିଳାମାନଙ୍କ ସ୍ୱାଭାବିକ ପ୍ରକ୍ରିୟା | ନିୟମିତ ମାସିକ ଧର୍ମ ସଂକେତ ଦେଇଥାଏ ଯେ ଶରୀରର ମହତ୍ଵପୁର୍ଣ ଅଙ୍ଗ ଠିକ କାମ କରୁଛି | ସମାନ ଅନ୍ତରାଳରେ ମାସିକ ଋତୁସ୍ରାବ ହେବା ସ୍ୱାଭାବିକ ବୋଲି କୁହାଯାଏ | ହର୍ମୋନ ସ୍ଥର ବଢିବା ଓ କମିବା ମାସିକ ଋତୁଚକ୍ରକୁ ନିୟନ୍ତ୍ରଣ କରିଥାଏ |

ଡାକ୍ତରଙ୍କ କହିବାନୁଯାୟୀ, ମାସିକ ଧର୍ମରେ ଅନିୟମିତତା ଚିନ୍ତାଜନକ ନୁହେଁ | ଏହାର କିଛି କାରଣ ହୋଇଥାଇପାରେ | ଏ ସମ୍ପର୍କରେ ମହିଳାମାନେ ଜାଣିବା ଆବଶ୍ୟକ |

ଓଭାରି ଶିଷ୍ଟ - ଓଭାରି ଶିଷ୍ଟ ଅନିୟମିତ ମାସିକ ଧର୍ମର ଏକ ବଡ କାରଣ | ପଲିସିସ୍ଟିକ ଓଭାରି ସିଣ୍ଡ୍ରୋମ ପ୍ରଜନନ କ୍ଷମତା କମ ହେବାସହ ଜଡିତ | ଏଠାରେ ମହିଳାଙ୍କ ଶରୀର ପୁରୁଷ ହର୍ମୋନ ଉତ୍ପାଦନ ଆରମ୍ଭ କରିଥାଏ ଏବଂ ଏହାର ପରିଣାମ ସ୍ୱରୂପ ଅନିୟମିତ ଋତୁସ୍ରାବ ହୋଇଥାଏ | ଏହାର ଚିକିତ୍ସା କରାଇବା ଜରୁରୀ | ଅସାମାନ୍ୟ କିମ୍ବା ଅଧିକ ସମୟ ଯାଏଁ ମାସିକ ଧର୍ମ ନ ହେଲେ ମୁହଁରେ ଏବଂ ଶରୀରରେ ଅତ୍ୟଧିକ ଚୁଟି ବିକାଶ ହୋଇଥାଏ, ଓଜନ ବଢିଥାଏ, ମୁହଁରେ ବ୍ରଣ ହୋଇଥାଏ, ତ୍ୱଚା ତେଲିଆ ହୋଇଥାଏ | ଏହିସବୁ ପଲିସିସ୍ଟିକ ଓଭାରି ସିଣ୍ଡ୍ରୋମର ଲକ୍ଷଣ |

{"id":318140,"sizeSlug":"large"}

ଅଧିକ ଚିନ୍ତା ବା ଅବସାଦ ମାସିକ ଧର୍ମ ଚକ୍ରକୁ ଅନିୟମିତ କରିଥାଏ | ଅବସାଦ ଯୋଗୁଁ ଶରୀରରେ ହର୍ମୋନ ପ୍ରଭାବିତ ହୋଇଥାଏ | ସେଥିପାଇଁ ଅବସାଦର ପରିଚାଳନା କରିବା ଆବଶ୍ୟକ | ଏହା ନକଲେ ମହିଳାଙ୍କୁ ଅନେକ ଅସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହୋଇଥାଏ |

ଡାକ୍ତରଙ୍କ କହିବାନୁଯାୟୀ, ଅଧିକ ଓଜନ ବଢିବା ମହିଳାଙ୍କ ପାଇଁ ଅସ୍ୱାସ୍ଥ୍ୟକର | ଓଜନ ବଢିବା ଦ୍ୱାରା ଗର୍ଭ ଧାରଣରେ ସମସ୍ୟା ସୃଷ୍ଟି ହୋଇଥାଏ ଏବଂ ମାସିକ ଧର୍ମ ମଧ୍ୟ ଅନିୟମିତ ହୋଇଥାଏ | ଅତିରିକ୍ତ ଓଜନ କାରଣରୁ ହର୍ମୋନ ପ୍ରଭାବିତ ହୋଇଥାଏ | ଫଳରେ ମାସିକ ଋତୁସ୍ରାବ ବିଳମ୍ବ ହୋଇଥାଏ | ସେଥିପାଇଁ ନିଜକୁ ଫିଟ ରଖିବାକୁ ନିୟମିତ ବ୍ୟାୟାମ କରିବା ଉଚିତ |

{"id":318141,"width":566,"height":436,"sizeSlug":"large"}

ମହିଳା ବ୍ୟବହାର କରୁଥିବା ଗର୍ଭ ନିରୋଧକ ବଟିକା ମାସିକ ଋତୁଚକ୍ରକୁ ପ୍ରଭାବିତ କରିପାରନ୍ତି | ଏହି ବଟିକା ଅଣ୍ଡାସୟର ଅଣ୍ଡାକୁ ରିଲିଜ ହେବାରେ ରୋକିଥାଏ | ବେଳେବେଳେ ଆଣ୍ଟିଡେପ୍ରେସାଣ୍ଟର ସେବନ କରିବାରୁ ମାସିକ ଧର୍ମରେ ବିଳମ୍ବ ହୋଇଥାଏ | ଏହା ମଧ୍ୟ ଅନିୟମିତତାର କାରଣ ହୋଇପାରେ |

(ବି: ଦ୍ର : ଏହା ସାଧାରଣ ଟାହ୍ୟା ଉପରେ ଆଧାରିତ | କୌଣସି ସମସ୍ୟା ଥିଲେ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ | ବିଶେଷଜ୍ଞଙ୍କ ପରାମର୍ଶ ବିନା କୌଣସି ପଦକ୍ଷେପ ନିଅନ୍ତୁ ନାହିଁ |)

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.