ଅବ୍ୟବସ୍ଥା ଘେରରେ କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର; ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ସ୍ଥାନୀୟ ବାସିନ୍ଦା

Published By : Prameya-News7 Bureau | October 19, 2022 IST

କଣ୍ଟାବାଞ୍ଜି ୧୯/୧୦ : କଣ୍ଟାବାଞ୍ଜି ଡାକ୍ତରଖାନା ଏବେ ଅବ୍ୟବସ୍ଥା ଦେଇ ଗତି କରୁଛି। ଏଠାକୁ ଆସୁଥିବା ରୋଗୀ ଠିକରେ ଚିକିତ୍ସା ସେବା ପାଉନାହାନ୍ତି। ରୋଗୀ କଲ୍ୟାଣ ସମିତି ବୈଠକରେ ଯାହା କିଛି ନିଷ୍ପତି ହେଉଛି ତାହା ଡାକ୍ତରଖାନା ପ୍ରଶାସନ ଠିକରେ ମାନୁନି। ଏହି ନିଷ୍ପତ୍ତିକୁ ମଧ୍ୟ ରେଜିଷ୍ଟରରେ ଲେଖିବାକୁ ସମୟ ଗଡ଼ି ଯାଉଛି। ବୈଠକରେ କେବଳ ଡାକ୍ତରଖାନା ଅଧିକାରୀ, ସ୍ଥାନୀୟ ବିଧାୟକ, ଏନଏସି ନଗରପାଳ ଏବଂ ରୋଗୀ କଲ୍ୟାଣ ସମିତି ସଦସ୍ୟମାନଙ୍କୁ ନେଇ ହେଉଥିବା ବେଳେ ବୈଠକର ନିଷ୍ପତି କାଗଜ କଲମରେ ରହିଯାଉଛି। ତେବେ ଡାକ୍ତରଖାନାର ସମସ୍ୟା ଦୂର କରିବା କରିବାକୁ ବଲାଙ୍ଗୀର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲଦାର ସମୀର ବେହେରାଙ୍କୁ ୧୪ ଦଫା ସମ୍ବଳିତ ଦାବିପତ୍ର ଦିଆଯାଇଛି

ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତରଙ୍କ ସହ ସମସ୍ତ କର୍ମଚାରୀ ବାୟୋମାଟ୍ରିକରେ ନିଜ ଉପସ୍ଥାନ ବାଧ୍ୟତାମୂଳକ କରିବା, ନିରାମୟ ଔଷଧ ଭଣ୍ଡାର ୨୪ ଘଣ୍ଟିଆ ଖୋଲିବା, ଡାକ୍ତରଙ୍କ ଡ୍ୟୁଟି ସାମୟସାରଣୀ ସାର୍ବଜନିକ କରିବା, ସମସ୍ତ ବିଶେଷଜ୍ଞ ଡାକ୍ତର ସକାଳ ଏବଂ ସନ୍ଧ୍ୟାରେ ଓପିଡିରେ ରହିବା, ନୂଆ କିଣାଯାଇଥିବା ଏକ୍ସ-ରେ ଯନ୍ତ୍ର କାର୍ଯ୍ୟକ୍ଷମ କରିବା, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉପଖଣ୍ଡ ଚିକିତ୍ସାଳୟ ମାନ୍ୟତା ଦେବା, ଡାକ୍ତରଖାନାର ସମସ୍ତ କର୍ମଚାରୀ ପରିଚୟ ପତ୍ର ପିନ୍ଧିବା, ପରିମଳ ବ୍ୟବସ୍ଥା ସୁଧାର କରିବା ସହ ପାନୀୟ ଜଳର ସ୍ଥାୟୀ ସମାଧାନ, ଖାଲି ପଡିଥିବା ପଦବି ଶିଘ୍ର ପୂରଣ କରିବା, ବିଶେଷଜ୍ଞ ଡାକ୍ତର ସକାଳ ଏବଂ ସଂନ୍ଧ୍ୟା ସମୟରେ ଓପିଡିରେ ରହିବା, ଲେବର ରୁମରେ ବ୍ୟାପକ ଅର୍ଥ କାରବାର ଭଳି ଅନେକ ଗୁରୁତ୍ୱପୁର୍ଣ୍ଣ ଦାବି ପୁରଣ କରିବା ପାଇଁ କୁହାଯାଇଛି । ଦାବି ପୁରଣ ନହେଲେ ଆସନ୍ତା ୧୫ ଦିନ ମଧ୍ୟରେ ପ୍ରେସ କ୍ଲବର ସଦସ୍ୟ ଏବଂ ଜନସାଧାରଣ ଡାକ୍ତରଖାନା ଆଗରେ ଅନିର୍ଦ୍ଧିଷ୍ଟ ସମୟ ପାଇଁ ଅନଶନ କରିବେ ବୋଲି ପ୍ରେସ କ୍ଲବ ପକ୍ଷରୁ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.