Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଭଦ୍ରକ ସହରରେ ଛତୁ ଫୁଟିଲା ଭଳି ଗଢି ଉଠିଛି ବେସରକାରୀ ଶିକ୍ଷାନୁଷ୍ଠାନ, କିନ୍ତୁ ନାହିଁ ଅଗ୍ନିଶମ ଅନୁମତି

8/06/2019 at 4:46 PM

ଭଦ୍ରକ ୮|୬: ଭଦ୍ରକ ସହରରେ ଛତୁ ଫୁଟିଲା ଭଳି ଗଢି ଉଠିଛି ବେସରକାରୀ ଶିକ୍ଷାନୁଷ୍ଠାନ । ଚାରିରୁ ପାଞ୍ଚ ମହଲା ବିଶିଷ୍ଟ ଅନେକ ଆବାସିକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ବି ରହିଛି । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଭଦ୍ରକ ସହରର କୌଣସି ଗୋଟିଏ ବି ଶିକ୍ଷାନୁଷ୍ଠାନରେ ଫାୟାର ପରମିଶନ ନାହିଁ । ପାଞ୍ଚ ମହଲା ବିଶିଷ୍ଟ ଆବାସିକ ମହାବିଦ୍ୟାଳୟର ଗୃହକୁ ଉଦଘାଟନ କରିଛନ୍ତି ନିଜେ ଜିଲ୍ଲାପାଳ । ନାଲି ଫିତା କାଟି ଦେଇ କଲେକ୍ଟର ସାହେବ ପଳାଇଲେ, ହେଲେ ଦେଖିବାକୁ ଭୁଲିଗଲେ ଫାୟାର ପରମିଶନ ପାଇଛି କି ନାହିଁ । 

ଏହି ସବୁ ଶିକ୍ଷାନୁଷ୍ଠାନ ରହିଛି ଭଦ୍ରକ ସହରରେ । ସୁନ୍ଦର, ସୁ-ଉଚ୍ଚ, ଚକାଚକ ପ୍ରାସାଦ । ଭଲ ଦି-ପଇସା ବି ସମସ୍ତେ ରୋଜଗାର କରୁଛନ୍ତି । ତେବେ ସମସ୍ତେ ଭୁଲି ଯାଇଛନ୍ତି ଅଗ୍ନିଶମ ବିଭାଗରୁ ଅନୁମତି ନେବା ପାଇଁ । କେମିତି ବା ଭୁଲିବେନି, ଏଠି ପା ଆକ୍ସନ ନାହିଁ । କାଁ ଭାଁ କେଉଁଠି ଅଗ୍ନିନିର୍ବ।ପକ ଯନ୍ତ୍ର ଲାଗିଛି । ତେବେ ସେ ସବୁର ଏକ୍ସପାଇରୀ ହୋଇଯାଇଛି ।   

କୌଣସି ଶିକ୍ଷାନୁଷ୍ଠାନର ଫାୟାର ପରମିଶନ ନାହିଁ । ଆଉ ଏଭଳି ଶିକ୍ଷାନୁଷ୍ଠାନକୁ ନିଜେ ଭଦ୍ରକ ଜିଲ୍ଲାପାଳ ଯାଇ ନାଲି ଫିତା କାଟି ଉଦଘାଟନ କରିଛନ୍ତି । ଆଉ ସେହି ଫଳକ ବି ଲାଗି ରହିଛି । ଯେଉଁଠି ନିଜେ ଜିଲ୍ଲାପାଳ ଏସବୁକୁ ଦେଖୁ ନାହାଁନ୍ତି ଘରୋଇ ଶିକ୍ଷାନୁଷ୍ଠାନର ମାଲିକ କାହାକୁ ବା ଭୟ କରିବେ । 

   Related Posts