ଗୁଜରାଟ ମୋରବିରେ ଭୁଶୁଡିଲା ଝୁଲା ପୋଲ; ମୃତକଙ୍କ ସଂଖ୍ୟା ୬୦କୁ ବୃଦ୍ଧି, ୫ ଦିନ ପୂର୍ବେ ହୋଇଥିଲା ମରାମତି

Published By : Prameya-News7 Bureau | October 30, 2022 IST

ମୋରବି: ଗୁଜରାଟର ମୋରବିରେ ରବିବାର ସନ୍ଧ୍ୟାରେ ବଡ ଦୁଃଖଦ ଅଘଟଣ ଘଟିଛି। ମଚ୍ଛୁ ନଦୀରେ ନିର୍ମିତ ଝୁଲା ପୋଲ ଭୁଶୁଡି ଯିବାରୁ ଏ ପର୍ଯ୍ୟନ୍ତ ୬୦ରୁ ଅଧିକ ଲୋକଙ୍କ ମୃତ୍ୟ ଘଟିଛି। ନଦୀରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ଏହାର ସ୍ପଷ୍ଟ ସୂଚନା ମିଳି ପାରିନାହିଁ ଯେ, ଦୁର୍ଘଟଣା ସମୟରେ ପୋଲରେ କେତେ ଲୋକ ଥିଲେ। କିନ୍ତୁ କୁହାଯାଉଛି ଯେ, ଦୁର୍ଘଟଣା ସମୟରେ ବଡ ସଂଖ୍ୟାରେ ଲୋକ ପୋଲରେ ଥିଲେ। ପୋଲିସ ଏବଂ ପ୍ରଶାସନ ସହିତ ସ୍ଥାନୀୟ ଲୋକ ବି ଉଦ୍ଧାର କାର୍ଯ୍ୟରେ ଜୁଟିଛନ୍ତି।

ଏହି ଦୁର୍ଘଟଣା ଆଜି ସନ୍ଧ୍ୟା ୭ଟାରେ ଘଟିଛି। ସେହି ସମୟରେ ପୋଲ ଉପରେ ୫୦୦ରୁ ଅଧିକ ଲୋକ ଥିବା କୁହାଯାଉଛି। ଏସବୁ ଲୋକ ଛଟ୍ ପୂଜା ପାଇଁ ଏଠାକୁ ଆସିଥିଲେ। ଦୁର୍ଘଟଣାରେ ପ୍ରାୟ ୪୦୦ ଲୋକ ନଦୀକୁ ଖସି ପଡିଥିବା ଆଶଙ୍କା କରାଯାଉଛି। ଆହତଙ୍କୁ ହସ୍ପିଟାଲ୍‌ରେ ପହଞ୍ଚାଇବା ପାଇଁ ଅନେକ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏନଡିଆରଏସଫର ତିନୋଟି ଦଳ ଦୁର୍ଘଟଣାସ୍ଥଳ ଅଭିମୁଖେ ବାହାରି ସାରିଛନ୍ତି।

wp:html /wp:html

ସୂଚନା ଅନୁଯାୟୀ, ମାତ୍ର ୫ ଦିନ ପୂର୍ବେ ଝୁଲା ପୋଲର ମରାମତି ପୁଣି ଥରେ ଲୋକଙ୍କ ପାଇଁ ଖୋଲା ଯାଇଥିଲା। ମରାମତି ପରେ ବି ଏତେ ବଡ ଦୁର୍ଘଟଣା ଘଟିବା ନିର୍ମାଣ କାର୍ଯ୍ୟକୁ ନେଇ ବଡ ପ୍ରଶ୍ନ ଉଠିଛି। ଉଦ୍ଧାରକାରୀ ଦଳ ୭୦ରୁ ଅଧିଲ ଲୋକଙ୍କୁ ଉଦ୍ଧାର କରି ହସ୍ପିଟାଲ୍‌ରେ ଭର୍ତ୍ତି କରିଛନ୍ତି। ଅନ୍ୟ ଲୋକଙ୍କ ସନ୍ଧାନ ଜାରି ରହିଛି। ସମସ୍ତ ଲୋକଙ୍କୁ ନଦୀରୁ କାଢିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ ଜାରି ରହିଛି।

ପୋଲିସ ମହାନିର୍ଦ୍ଦେଶକ ଆଶିଷ ଭାଟ୍ଟିଆ କହିଛନ୍ତି, ଏ ପର୍ଯ୍ୟନ୍ତ ମୃତକଙ୍କ ସଂଖ୍ୟା ୪୦ ଆଖପାଖ ରହିଛି। ମୃତକଙ୍କ ସଂଖ୍ୟା ଅଧିକ ବଢିପାରେ। ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ୍ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ପ୍ରତ୍ୟେକ ମୃତକଙ୍କ ପରିବାର ପ୍ରତି ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ଦେବାକୁ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନିଜର ସମସ୍ତ କାର୍ଯ୍ୟକ୍ରମ ବାତିଲ୍ କରିଥିବା କୁହାଯାଉଛି।

wp:html /wp:html

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ଅଧିକାରୀଙ୍କ ସହ ମୋରବି ଦୁର୍ଘଟଣାକୁ ନେଇ ଆଲୋଚନା କରିଛନ୍ତି। ଉଦ୍ଧାରକାରୀ ଦଳକୁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଭାବିତ ଲୋକଙ୍କୁ ଯଥା ସମ୍ଭବ ସାହାଯ୍ୟ କରିବାକୁ କହିଛନ୍ତି।

ପ୍ରଧାନମନ୍ତ୍ରୀ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ପରିଜନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ କୋଷରୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.