oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ମୌସୁମୀ ଅଧିବେଶନ: ବସିଲା ସର୍ବଦଳୀୟ ବୈଠକ, ହେଲେ ଆସିଲେନି ଅନେକ ପାର୍ଟିର ନେତା

16/07/2022 at 6:34 PM

ନୂଆଦିଲ୍ଲୀ: ୧୭ମ ଲୋକସଭାର ମୌସୁମୀ ଅଧିବେଶନ ଜୁଲାଇ ୧୮ରୁ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ବାଚସ୍ପତି ଓମ ବିର୍ଲାଙ୍କ ଅଧ୍ୟକ୍ଷତାରେ ଶନିବାର ବସିଛି ସର୍ବଦଳୀୟ ବୈଠକ। ଏଥିରେ ବାଚସ୍ପତି ମୌସୁମୀ ଅଧିବେଶନ କେମିତି ସୁରୁଖୁରୁରେ ଚାଲିବ ସେ ନେଇ ଶାସକ ଏବଂ ବିରୋଧୀ ଦଳଗୁଡିକର ସହଯୋଗ କାମନା କରିଛନ୍ତି। ହେଲେ ବୈଠକକୁ ଆସିଲେନି ଅନେକ ପାର୍ଟିର ନେତା।

ବାଚସ୍ପତି ଓମ ବିର୍ଲା କହିଛନ୍ତି, ଏହା ସ୍ଵାଧୀନତାର ୭୫ତମ ବର୍ଷପୂର୍ତ୍ତିର ଅଧିବେଶନ। ଏଥିପାଇଁ ସକରାତ୍ମକ ଏବଂ ସାଥର୍କ ଆଲୋଚନା ହେଉ। ହେଲେ ସର୍ବଦଳୀୟ ବୈଠକରେ କଂଗ୍ରେସ ଏବଂ ଡିଏମକେ ବ୍ୟତୀତ ଅଧିକାଂଶ ପାର୍ଟିର ନେତା ଅନୁପସ୍ଥିତି ଥିଲେ।

ବାଚସ୍ପତିଙ୍କ ଦ୍ଵାରା  ଡକାଯାଇଥିବା ବୈଠକରେ ବିରୋଧୀ ଦଳରୁ  କେବଳ କଂଗ୍ରେସର ଅଧୀର ରଞ୍ଜନ ଚୌଧୁରି, ଡିଏମକେରୁ ଟିଆର ବାଲୁ ଏବଂ ଓ୍ଵାଇଏସଆରପି ସାଂସଦ ପିଭି ମିଥୁନରେଡ୍ଡୀ ଯୋଗ ଦେଇଥିଲେ। ଟିଏମସି, ଏନସିପି, ସମାଜବାଦୀ ପାର୍ଟି, ବିଏସପି, ବିଜେଡି, ଏନସିପି, ଜେଏମଏମ, ଟିଆରଏସ, ଟିଡିପି, ନ୍ୟାସନାଲ କନଫରେନ୍ସ, ଅକାଳି ଦଳ ଏବଂ ଅନ୍ୟ ପାର୍ଟିର କୌଣସି ନେତା ବି ଯୋଗ ଦେଇନଥିଲେ।

ବିଜେପିରୁ କେନ୍ଦ୍ର ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମେଘଓ୍ଵାଲ ଏବଂ ସାଂସଦ ରମା ଦେବୀ ବୈଠକରେ ଯୋଗ ଦେଇଥିଲେ। ଅପନା ଦଳରୁ କେନ୍ଦ୍ର ମନ୍ତ୍ରୀ ଅନୁପ୍ରିୟା ପଟେଲ୍, ଏଲଜେପିରୁ ମନ୍ତ୍ରୀ ପଶୁପତି ପାରସ ଉପସ୍ଥିତ ଥିଲେ। ଜୁଲାଇ ୧୮ରୁ ଆରମ୍ଭ ହେଉଥିବା ମୌସୁମୀ ଅଧିବେଶନର ମୋଟ୍ ୨୬ ଦିନରେ ୧୮ କାର୍ଯ୍ୟ ଦିବସ ରହିଛି। ଅଗଷ୍ଟ ୧୨ରେ ଅଧିବେଶନ ସରୁଥିବା ବେଳେ ଅଗଷ୍ଟ ୧୦ରେ ଭେଙ୍କେୟା ନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୦ରେ ସମାପ୍ତ ହେଉଛି।

   Related Posts