ସର୍ଚ୍ଚ ଅପରେସନ୍ ବେଳେ ମାଓକ୍ୟାମ୍ପ ଠାବ; ବିପୁଳ ପରିମାଣର ନକ୍ସଲ ସାମଗ୍ରୀ ଜବତ
3/02/2023 at 7:04 PM

ଧର୍ମଗଡ଼ ୦୩/୦୨: ସର୍ଚ୍ଚ ଅପରେସନ୍ ବେଳେ ସୁରକ୍ଷାକର୍ମୀମାନେ ପୁଣି ଏକ ମାଓ କ୍ୟାମ୍ପ ଠାବ କରିଛନ୍ତି। ଏପରି ଘଟଣା କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତଗତ ପୁଜୁର୍ଗୁହା ଜଙ୍ଗଲରେ ହୋଇଛି। ଠାବ ହୋଇଥିବା ମାଓକ୍ୟାମ୍ପରୁ ବିପୁଳ ପରମାଣର ମାଓ ସାମଗ୍ରୀ ଏବଂ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।

ଖବର ଅନୁସାରେ, ପୁଜୁର୍ଗୁହା ଜଙ୍ଗଲ ଭିତରେ ମାଓ ଗତିବିଧି ନେଇ କଳାହାଣ୍ଡି ଆରକ୍ଷି ଅଧିକ୍ଷଙ୍କୁ ଜାଣିବାକୁ ପାଇଥିଲେ। ପରେ ସେଠାରେ ଏସପିଙ୍କ ନିର୍ଦ୍ଦେଶରେ ଡିଭିଏଫ୍ ଓ ସିଆର୍ପିଏଫ୍ ଯବାନମାନେ ସର୍ଚ୍ଚ ଅପରେସନ କରିଥିଲା। ସୁରକ୍ଷାକର୍ମୀଙ୍କ ଏହି ଚଢ଼ଉରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିବା ବେଳେ ସେଠାରେ ଏକ ମାଓ କ୍ୟାମ୍ପ ଠାବ କରାଯାଇଛି। ସେହି କ୍ୟାମ୍ପରୁ ଦେଶୀ ବନ୍ଧୁକ, ଡିଟୋନେଟର, ବ୍ୟାଟେରୀ, ମାଓ ପୋଷାକ, ଔଷଧ, ମାଓ ପୁସ୍ତିକା ସହିତ ଅନ୍ୟାନ୍ୟ ମାଓ ଉପକରଣ ପୋଲିସ ଜବତ କରିଛିl
ସୂଚନାଥାଉକି, ସେଠାରେ ଘୁମୁଷୁର ନାଗବଳୀ ଡିଭିଜନର ପ୍ରାୟ ୧୦ ରୁ ୧୫ ସିପିଆଇ ମାଓବାଦୀ କ୍ୟାମ୍ପ କରି ଏକ ଅଘଟଣ ଘଟାଇବାକୁ ଯୋଜନା କରୁଥିଲେ। କିନ୍ତୁ ସୁରକ୍ଷାକର୍ମୀଙ୍କ ଏହି କାର୍ଯ୍ୟାନୁଷ୍ଠାନ ଦ୍ୱାରା ସେମାନଙ୍କ ଯୋଜନା ପଣ୍ଡ ହୋଇଛି। ଏନେଇ କଳାହାଣ୍ଡି ଆରକ୍ଷି ଅଧିକ୍ଷକ ସନ୍ଧ୍ୟାରେ ସନ୍ଧ୍ୟାରେ ସାମ୍ୱାଦିକ ସମ୍ମିଳନୀ କରିବେ ବୋଲି କୁହାଯାଇଛି।