ଛିନ୍ଦୱାଡା ୨୨।୨: ମଧ୍ୟପ୍ରଦେଶ କଂଗ୍ରେସରେ କମଲ ନାଥଙ୍କୁ ନେଇ ସନ୍ଦେହର ବାଦଲ ହଟିଗଲାଣି, ହେଲେ ପାର୍ଟିକୁ ଝଟକା ଲାଗିବା ବନ୍ଦ ହେଉନି। ଏଥର ବିଜେପି କମଲନାଥଙ୍କ ଗଡ଼ ମନେ କରାଯାଉଥିବା ଛିନ୍ଦୱାଡାରେ ସିନ୍ଧି କରିଛି ଓ ଏଥିରେ ବିଜେପି ପକ୍ଷରୁ ମୁଖ୍ୟ ଭୂମିକା ନିର୍ବାହ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଯାଦବ । ବୁଧବାର ମୁଖ୍ୟମନ୍ତ୍ରୀ ଛିନ୍ଦୱାଡା ଗସ୍ତରେ ଯାଇଥିବା ବେଳେ ଜନଆଭାର ଯାତ୍ରା ଆୟୋଜନ କରିଥିଲେ। ଏହି ଅବସରରେ ମୋହନ ଯାଦବ କଂଗ୍ରେସର ଦିଗ୍ଗଜ ନେତାଙ୍କୁ ବିଜେପିରେ ସାମିଲ କରାଇବା ସହ ସଙ୍ଗଠନକୁ ମଜଭୁତ କରିବା କାମରେ ଲଗାଇ ଦେଇଛନ୍ତି।
କମଲ ନାଥଙ୍କ ଗଡ଼ ଛିନ୍ଦୱାଡାର ଯେଉଁ ନେତାମାନେ ବିଜେପିରେ ଯୋଗ ଦେଇଛନ୍ତି, ସେମାନେ ଏକଦା କମଲ ନାଥଙ୍କ ପାଖ ଲୋକ ଭାବେ ପରିଚିତ ହେଉଥିଲେ। ବିଜେପିରେ ଯୋଗ ଦେଇଥିବା ଲୋକଙ୍କ ମଧ୍ୟରେ କଂଗ୍ରେସ ସାଧାରଣ ସମ୍ପାଦକ ଉଜ୍ଜ୍ୱଲ ସିଂହ ଚୌହାନ ମଧ୍ୟ ଅଛନ୍ତି। ତାଙ୍କ ଛଡା କର୍ପୋରେଟର, ସରପଞ୍ଚ ଓ ଜନପଦ ସଦସ୍ୟ ଓ କାର୍ଯ୍ୟକର୍ତ୍ତା ମଧ୍ୟ ଅଛନ୍ତି। ଏହି ସବୁ ନେତାମାନେ ବିଜେପି ଉପରେ ସେମାନଙ୍କ ଆସ୍ଥା ପ୍ରକଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯାଦବ ଛିନ୍ଦୱାଡାରେ ଏକ ଜନସଭା କରି ଏହି ନେତାମାନଙ୍କୁ ଦଳରେ ସ୍ୱାଗତ କରିଛନ୍ତି।
{"id":912445,"width":839,"height":489,"sizeSlug":"full","linkDestination":"none"}
ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଥିଲେ ଯେ ଏବେବି ଏପରି ଲୋକେ ଅଛନ୍ତି ଯେଉଁମାନେ ଦୁଇଛକିରେ ଛିଡା ହୋଇଛନ୍ତି। ତେବେ ଆଗାମୀ ଦିନମାନଙ୍କରେ ସେମାନେ ମଧ୍ୟ ବିଜେପିରେ ଯୋଗ ଦେବେ। ଯାଦବ ଏହି ଅବସରରେ ଲୋକସଭା ନିର୍ବାଚନରେ ଛିନ୍ଦୱାଡା ଆସନରୁ ବିଜେପି ପ୍ରାର୍ଥୀଙ୍କ ବିଜୟ ସୁନିଶ୍ଚିତ କରିବାକୁ ନିବେଦନ କରିଛନ୍ତି। ତେବେ ପଳାୟନପନ୍ଥୀ ଦଳ ଛାଡିଥିବାରୁ ଦଳ ଉପରେ ସେପରି କୌଣସି ପ୍ରଭାବ ପଡିବାର ନାହିଁ ବୋଲି କଂଗ୍ରେସ କହିଛି।
ଛିନ୍ଦୱାଡାରେ ବିଜେପି ଜିଲ୍ଲାଧ୍ୟକ୍ଷ କହିଛନ୍ତି ଯେ ଏଠାରେ ପାଖାପାଖି ୧୫ଶହରୁ ଅଧିକ କାର୍ଯ୍ୟକର୍ତ୍ତା ଓ ନେତା କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଛନ୍ତି। ଏମାନଙ୍କ ମଧ୍ୟରୁ ୭୦୦ରୁ ଅଧିକ କାର୍ଯ୍ୟକର୍ତ୍ତା ନବଗଠିତ ପାଣ୍ଢୁର୍ଣ୍ଣା ଜିଲ୍ଲାର। ବିଜେପିରେ ଯୋଗଦେଇଥିବା ଲୋକଙ୍କ ମଧ୍ୟରେ ପାଣ୍ଢୁର୍ଣ୍ଣା ନଗରପାଳିକା ଅଧ୍ୟକ୍ଷ ସନ୍ଦିପ ଘାଟୋଡେ, ନଗରପାଳିକା କର୍ପୋରେଟର, ଜିଲ୍ଲା ଜନପଦ ସଦସ୍ୟ ଓ ୧୬ ସରପଞ୍ଚ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। ପାଣ୍ଢୁର୍ଣ୍ଣା ବିଧାନସଭା ନିର୍ବାଚନମଣ୍ଡଳି ହୋଇଥିବା ବେଳେ ଛିନ୍ଦୱାଡା ଲୋକସଭା ଆସନ କ୍ଷେତ୍ରରେ ଆସୁଛି।
{"id":912447,"width":839,"height":472,"sizeSlug":"full","linkDestination":"none"}
ଉଲ୍ଲେଖଯୋଗ୍ୟଯେ କମଲ ନାଥ ଛିନ୍ଦୱାଡାରୁ ଲଗାତାର ୯ ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ସେ ଲଗାତାର ଦୁଇ ଥର ଏଠାରୁ ବିଧାନସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ। ଏବେ ଏଠାରୁ କମଲ ନାଥଙ୍କ ପୁଅ ନକୁଲ ନାଥ ସାଂସଦ ଅଛନ୍ତି। ଏହା ଏକମାତ୍ର ଏପରି ନିର୍ବାଚନମଣ୍ଡଳୀ ଯାହାକୁ ବିଜେପି ୨୦୧୯ ନିର୍ବାଚନରେ ବି କଂଗ୍ରେସ ହାତରୁ ଛଡେଇ ପାରିନଥିଲା। ମୋଦି ଲହରରେ ସେ ବର୍ଷ ନିର୍ବାଚନରେ ବିଜେପି ୨୯ରୁ ୨୮ଟି ଆସନରେ ବିଜୟୀ ହୋଇଥିଲା। ହେଲେ ଛିନ୍ଦୱାଡାରେ ମୋଦି ଲହର କାମ ଦେଇ ନଥିଲା।