scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆତଙ୍କ ଖେଳାଉଛି କରୋନା ଭାଇରସ୍‌ର ନୂଆ ଷ୍ଟ୍ରେନ୍ : ବ୍ରିଟେନ୍ ସହ ସୀମା ସିଲ୍ କଲା ୟୁରୋପ, ଭାରତରେ ମଧ୍ୟ ଜରୁରୀ ବୈଠକ

21/12/2020 at 10:36 AM

ଲଣ୍ଡନ ୨୧।୧୨: ବ୍ରିଟେନରେ କରୋନା ଭାଇରସ୍‌ର ଏକ ନୂଆ ଷ୍ଟ୍ରେନ୍ ସାରା ବିଶ୍ବ ପାଇଁ ଚିନ୍ତାର କାରଣ ପାଲଟିଛି । ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ପରିସ୍ଥିତି ଏବେ ଅଣାୟତ୍ତ ହୋଇପଡିଛି । ପୂର୍ବାପେକ୍ଷା ଭାଇରସ୍‌ ଏବେ ତାର ରୂପ ବଦଳାଇ ଅଧିକ ଭୟଙ୍କର ହେବାରେ ଲାଗିଛି । କରୋନାର ଏହି ନୂଆ ଷ୍ଟ୍ରେନ୍ ଯୋଗୁଁ ୟୁରୋପ, ବ୍ରିଟେନ୍ ସହ ଯୋଗାଯୋଗ ବିଚ୍ଛିନ୍ନ କରିଛି । ୟୁରୋପର ଅନେକ ସହର ବ୍ରିଟେନ୍ ସୀମା ସିଲ୍ କରିଛନ୍ତି । ସେହି ସହର ଏବଂ ବ୍ରିଟେନ୍ ମଧ୍ୟରେ ଯାତାୟତକୁ ରଦ୍ଦ କରିଦିଆଯାଇଛି । ଗୋଟିଏ ଦିନରେ ନୂଆ ଷ୍ଟ୍ରେନ୍ ଦ୍ବାରା ସଂକ୍ରମିତଙ୍କ ସଂଖ୍ୟା ୩୫ ହଜାରରୁ ଅଧିକ ହେବା ଯୋଗୁଁ ୟୁରୋପୀୟର ସଂଘର ଅନେକ ଦେଶ ଏବେ ଚିନ୍ତାରେ ପଡିଛନ୍ତି । ଫଳରେ ବ୍ରିନେଟ୍ ରୁ ଆସୁଥିବା ସମସ୍ତ ବିମାନ ରଦ୍ଦ କରିଦେଇଛନ୍ତି । ଫ୍ରାନ୍ସ, ଜର୍ମାନ, ନେଦରଲ୍ୟାଣ୍ଡ, ବେଲଜିୟମ୍, ଅଷ୍ଟ୍ରିଆ ଏବଂ ଇଟାଲୀରେ ବ୍ରିଟେନ୍ ଯାତ୍ରା ଉପରେ ରୋକ୍ ଲଗାଇ ଦିଆଯାଇଛି ।

ଅନ୍ୟପଟେ ଫ୍ରାନ୍ସରେ ରବିବାର ମଧ୍ୟରାତି ପରଠାରୁ ୪୮ ଘଣ୍ଟା ପାଇଁ ସବୁ ପ୍ରକାରର ଯାତ୍ରା ଉପରେ ରୋକ୍ ଲଗାଇଦିଆଯାଇଛି । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଏହାଦ୍ବାରା ବ୍ରିଟେନ୍ ଯାଉଥିବା ଲୋକ ପ୍ରଭାବିତ ହେବେନାହିଁ । ଜର୍ମାନରୁ ଆସୁଥିବା ସମସ୍ତ ବିମାନ ମଧ୍ୟ ରଦ୍ଦ କରାଯାଇଛି । ନେଦରଲ୍ୟାଣ୍ଡ ମଧ୍ୟ ବର୍ଷ ଶେଷ ପର୍ଯ୍ୟନ୍ତ ବିମାନ ସେବା ରଦ୍ଦ କରିଛି । ନୂଆ ଷ୍ଟ୍ରେନ୍ ର ସଂକ୍ରମଣକୁ ଦେଖି ଙି ଅବଧି ଆହୁରି ମଧ୍ୟ ବଢାଯାଇପାରେ । ବେଲଜିୟମ୍ ମଧ୍ୟ ବିମାନ ସେବା ଉପରେ ରୋକ୍ ଲଗାଇଛି । ଏହାସହ ରେଳ ସେବା ମଧ୍ୟ ବନ୍ଦ ରହିଛି । ସେହିଭଳି ଅଷ୍ଟ୍ରିଆ ଏବଂ ଇଟାଲୀରୁ ବ୍ରିଟେନ୍ କୁ ମଧ୍ୟ ବିମାନ ସେବା ବନ୍ଦ ରହିଛି । ପୂର୍ବରୁ ବୋରିସ ଜନସନ ମଧ୍ୟ କହିଥିଲେ ଯେ, କରୋନାର ନୂଆ ଷ୍ଟ୍ରେନ୍ ଆସିଗଲାଣି । ଯାହା ପୂର୍ବର ଭାଇରସ୍ ଅପେକ୍ଷା ଅଧିକ କ୍ଷତିକାରକ ଏବଂ ସଂକ୍ରାମକ ।

ବ୍ରିଟେନ୍ ରେ କରୋନା ଭାଇରସ୍ ର ନୂଆ ଷ୍ଟ୍ରେନ୍ ଚିହ୍ନଟ ପରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଜେଏମଜିର ଜରୁରୀ ବୈଠକ ଡାକିଛି । ସ୍ବାସ୍ଥ୍ୟ ମହାନିର୍ଦ୍ଦେଶକଙ୍କ ନେତୃତ୍ବରେ ଏହି ବୈଠକ ଅନୁଷ୍ଠିତ ହେବ । ଏହି ନୂଆ ଷ୍ଟ୍ରେନ୍ ର ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ରିଟେନ୍ ମଧ୍ୟ ଲକ୍ ଡାଉନ୍ ଲାଗୁ କରିଦେଇଛି ।

   Related Posts