ସରଗରମ ରହିବ ବିଧାନସଭା, ବିଭିନ୍ନ ପ୍ରସଙ୍ଗରେ ହେବ ଜୋରଦାର ଆଲୋଚନା
30/09/2023 at 9:47 AM

ଭୁବନେଶ୍ୱର ୩୦/୦୯: ଆଜି ବିଧାନସଭା ସଭାର ପ୍ରଶ୍ନ କାଳରେ ପର୍ଯ୍ୟଟନ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟା ଲଘୁ ସମ୍ପ୍ରଦାୟ ଓ ପଛୁଆଁବର୍ଗ କଲ୍ୟାଣ, ମହିଳା ଓ ଶିଶୁ ବିକାଶ, ଅବକାରୀ, ଆଇନ, ମିଶନ ଶକ୍ତି, ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗର ଆଲୋଚନା ରହିଛି । କିନ୍ତୁ ଗୁରୁବାର ଠରୁ ଗୃହ ଅଶାନ୍ତ ରହିଛି ।
ବିରୋଧୀଙ୍କ ମେଣ୍ଟାଲ ହେଲଥ ଡ଼ିଜ ଅର୍ଡର ଶଦ୍ଦ ବିଧାନସଭା ବିବରଣୀରୁ ବାଦ ଦେବାକୁ ଦାବି କରି ଗୃହ ମଧ୍ୟଭାଗରେ ହୋହଲ୍ଲା ନାରାବଜି କରିବା ସହ ବାଚସ୍ପତିଙ୍କ ଉପରକୁ ଡାଲି ମାଡ଼ କରିଥିଲେ. ଯେଉଁଥିପାଇଁ ବାଚସ୍ପତି ବିରୋଧୀ ଦଳ ମୁଖ୍ୟସଚେତକ ମୋହନ ମାଝୀ ଏବଂ ବିଧାୟକ ମୁକେଶ ମହାଲିଙ୍ଗ କୁ ସସସ୍ପେଣ୍ଡ କରିଥିଲେ ବାଚସ୍ପତି ।
ବିରୋଧୀ ଦଳ ନେତା କହୁଛନ୍ତି ଯୁକ୍ତି ବଢିଛନ୍ତି ଜେ ବାଚସ୍ପତିଙ୍କୁ ଡାଲି ଉପହାର ଦେଇଥିଲେ. କିନ୍ତୁ ତାଙ୍କର ବିଧାୟକ ଙ୍କୁ ସସସ୍ପେଣ୍ଡ କରିବାକୁ ନେଇ ଜୋର ପ୍ରତିବାଦ କରିବାକୁ ଚେତାବନୀ ଦେଇଛନ୍ତି. ଏପଟେ କଂଗ୍ରେସ ଗୃହରେ ପକ୍ଷପାତିତା କଥା ଉଠାଇବ. ଏପଟେ ବିଜେଡି ମଧ୍ୟ ପ୍ରଥମ ମହିଳା ବାଚସ୍ପତିଙ୍କ ବିରୋଧୀଙ୍କ ଏଭଳି ଅସମ୍ମାନ ବିରୋଧ କରିବ ବୋଲି ସୂଚନା ରହିଛି ।
you can also read…