କଟକରେ ମିଶ୍ରଣ ପର୍ବ, ବିଜେଡିରେ ମିଶିଲେ ଅନେକ କଂଗ୍ରେସ କର୍ମୀ

Published By : Prameya-News7 Bureau | April 16, 2024 IST

କଟକ ୧୬/୦୪: ବିଜେଡି ବାରବାଟୀ କଟକ ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । କଟକ ଜିଲ୍ଲା ସଭାପତି ତଥା ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ନେତୃତ୍ବରେ ୧୫ ନଂ ୧୭ନଂ ଓ ୧୯ ନଂ ଓ୍ୱାର୍ଡରୁ କୋଡିଏରୁ ଅଧିକ କଂଗ୍ରେସ କର୍ମୀ ବିଜେଡିରେ ଯୋଗଦେଇଛନ୍ତି । 

ଏହି ମିଶ୍ରଣ ପର୍ବରେ ବାରବାଟୀ କଟକ ବିଜେଡି ପ୍ରାର୍ଥୀ ପ୍ରକାଶ ବେହେରା ମଧ୍ୟ ଉପସ୍ଥିତ ଥିଲେ । କଂଗ୍ରେସ କର୍ମୀଙ୍କ ଯୋଗଦାନ ବିଜୁ ଜନତା ଦଳକୁ ଅଧିକ ଶକ୍ତିଶାଳୀ କରିବ । ଏଥିସହ ବିଜେଡିରେ ଯୋଗ ଦେଇଥିବା କର୍ମୀ ମାନେ ଆଗାମୀ ନିର୍ବାଚନରେ ବିଜେଡି ପାଇଁ କାର୍ଯ୍ୟ କରିବା ସହ ବିଜୁ ଜନତା ଦଳର ପ୍ରାର୍ଥୀଙ୍କୁ ଜିତାଇବାରେ କାର୍ଯ୍ୟ କରିବେ ବୋଲି କହିଛନ୍ତି ଜିଲ୍ଲା ସଭାପତି। 

ତେବେ ମୂଖ୍ୟମନ୍ତ୍ରୀଙ୍କ ଜନ କଲ୍ୟାଣ କାର୍ଯ୍ୟ ଓ ବିଭିନ୍ନ ଗରିବ ଯୋଜନାରେ ବହୁ ସୁଫଳ ମିଳିଥିଲା । ଯେଉଁଥିପାଇଁ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିବା କହିଛନ୍ତି କର୍ମୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.