ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୨୦୨୪ରେ ଅନେକ ଆସିବେ; ନାମାଙ୍କନ ପତ୍ର ଦାଖଲ ପରେ ଏପରି କହିଲେ ଶିବଲ

25/05/2022 at 5:51 PM

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ବେଳକୁ ସ୍ଥିତି କିଛି ଅଲଗା ହେବ। ଅନେକ ଲୋକେ ଏକାଠୀ ଆସିବେ। ଆଜି ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବା ପରେ ଏରି କହିଛନ୍ତି ପୂର୍ବତନ କଂଗ୍ରେସ ନେତା କପିଲ ଶିବଲ। ନାମଙ୍କନ ପତ୍ର ଦାଖଲ କରିବା ପରେ ପରେ ସେ ମୋଦୀ ସରକାରଙ୍କ ବିରୋଧରେ ଯୁଦ୍ଧଂ ଦେହୀ ଡାକରା ଦେଇଛନ୍ତି। କଂଗ୍ରେସ ଠାରୁ ଅଲଗା ହୋଇ ଏକ ମେଣ୍ଟ କରି ମୋଦୀ ସରକାରର ବିରୋଧ କରିବାକୁ ଚାହୁଁଛୁ। ୨୦୨୪ରେ ଏମିତି ସ୍ଥିତି ହେଉ ଯେ ମୋଦୀ ସରକାରଙ୍କର ଯେଉଁ ଦୋଷ ତ୍ରୁଟି ରହିଛି ତାହା ସାଧାରଣ ଲୋକ ପାଖରେ ପହଞ୍ଚିଯାଉ ବୋଲି ଶିବଲ କହିଛନ୍ତି।

ଆଜି ରାଜ୍ୟସଭା ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିବାକୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି କପିଲ ଶିବଲ। ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ସହଯୋଗରେ ସେ ନିର୍ଦ୍ଦଳୀୟ ନିର୍ବାଚନ ଲଢ଼ିବେ। ନାମାନଙ୍କ ପତ୍ର ଦାଖଲ କରିବା ପରେ କପିଲ ଶିବଲ କଂଗ୍ରେସରୁ ଇସ୍ତଫା ଦେଇସାରିଥିବା ଖୁଲାସା କରିଛନ୍ତି। ମେ ୧୬ ତାରିଖରେ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ବୋଲି ଶିବଲ ଗଣମାଧ୍ୟମକୁ କହିଛନ୍ତି।

ଶିବଲ ଉତ୍ତର ପ୍ରଦେଶରୁ ରାଜ୍ୟସଭା ଆସନରୁ ପ୍ରତିନିଧିତ୍ୱ କରୁଥିବା ବେଳେ ତାଙ୍କ କାର୍ଯ୍ୟକାଳ ଜୁଲାଇ ମାସରେ ଶେଷ ହେଉଛି। ତେଣୁ କଂଗ୍ରେସରୁ ଇସ୍ତଫା ଦେଇ ନିର୍ଦ୍ଦଳୀୟ ଭାବେ ନିର୍ବାଚନ ଲଢ଼ିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଦେବେ ଦଳ ଛାଡ଼ିବା ନେଇ ଶିବଲ କହିଛନ୍ତି ଯେ ସେ ଦଳରେ ରହି ବି ସବୁବେଳେ ସ୍ୱାଧୀନ ଭାବେ ମତବ୍ୟକ୍ତ କରିଛନ୍ତି।

ମେ ୧୬ ତାରିଖରୁ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ୩୦-୩୧ ବର୍ଷର ସମ୍ପର୍କ ଭାଙ୍ଗି ଅଲଗା ହେବା ଏତେ ସହଜ ନୁହେଁ ବୋଲି ସେ କହିଛନ୍ତି। ଦଳ ଛାଡ଼ିବା ପରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ତାଙ୍କ ପ୍ରତି ଭଲ ସଦ୍‌ଭାବପୂର୍ଣ୍ଣ ବ୍ୟବହାର କରିଥିଲେ ବୋଲି କହିବା ସହିତ ସେ ସୋନିଆଙ୍କୁ ପ୍ରଶଂସା କରିଛନ୍ତି।

   Related Posts