ମୁମ୍ବାଇ ମହାଟକ୍କର : ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ, ମ୍ୟାଚ୍‌ ଦେଖିବାକୁ ଲାଗିବ ସେଲିବ୍ରିଟିଙ୍କ ଭିଡ

Published By : Prameya-News7 Bureau | November 15, 2023 IST

ମୁମ୍ବାଇ ୧୫।୧୧ : ବିଶ୍ୱକପ୍‌ ୨୦୨୩ । ବୁଧବାର ମୁମ୍ବାଇର ଓ୍ୱାଙ୍ଖେଡ ଷ୍ଟାଡିୟମ୍‌ରେ ଖେଳାଯିବ ବିଶ୍ୱକପ୍‌ର ପ୍ରଥମ ସେମି ଫାଇନାଲ । ଆଉ ଏହି ମ୍ୟାଚ୍‌ ଦେଖିବାକୁ ସମସ୍ତଙ୍କ ମନରେ ବେଶ୍‌ ଉତ୍କଣ୍ଠା ଭରି ରହିଛି । ତେବେ ଓ୍ୱାଙ୍ଖେଡରେ ଟିମ୍‌ ଇଣ୍ଡିଆକୁ ଚିୟର ଅପ୍‌ କରିବାକୁ ସାମିଲ ହେବେ ଅନେକ ସେଲିବ୍ରିଟି । ଏହାସହିତ ଷ୍ଟାଡିୟମ୍‌ରେ ଦେଖିବାକୁ ମିଳିବ ଅନେକ ବିଶିଷ୍ଟ ଉଦ୍ୟୋଗପତିଙ୍କ ଭିଡ ।

ଖବର ଅନୁଯାୟୀ, ବୁଧବାର ଦିନ ମୁମ୍ବାଇର ଓ୍ୱାଙ୍ଖେଡ ଷ୍ଟାଡିୟମ୍‌ରେ ଖେଳାଯିବ ବିଶ୍ୱକପ୍‌ ୨୦୨୩ର ପ୍ରଥମ ସେମି ମୁକାବିଲା । ଆଉ ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ । ତେବେ ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁସାରେ, ଆଜିର ମ୍ୟାଚ୍‌ ଦେଖିବାକୁ ଲାଗିପାରେ ବହୁ ବଲିଉଡ୍‌ ତଥା ଟଲିଉଡ୍‌ ସେଲିବ୍ରିଟିଙ୍କ ଭିଡ । ଖାସ୍ କରି ମେଗାଷ୍ଟାର ରଜୀନକାନ୍ତ, ସଲ୍‌ମାନ୍‌ ଖାନ୍‌, ଅମିର ଖାନ୍‌ ଆଦି ଉପସ୍ଥିତ ରହିବେ ।

ସେପଟେ ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପତ୍ନୀ ତଥା ମୁମ୍ବାଇ ଇଣ୍ଡିଆନ୍ସର ମାଲିକ ନୀତ ଅମ୍ବାନୀ ମଧ୍ୟ ଆଜିର  ମ୍ୟାଚ୍‌ ଦେଖିବାକୁ ଆସିବେ । ଏହାବାଦ୍‌ ଆହତ ସମସ୍ୟାରୁ ବାଦ୍‌ ପଡିଥିବା ଟିମ୍‌ ଇଣ୍ଡିଆର ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟ ମଧ୍ୟ ଖେଳ ଦେଖିବାକୁ ଆସିବେ । ସମସ୍ତେ ଟିମ୍‌ ଇଣ୍ଡିଆକୁ ସେମି ମୁକାବିଲାରେ ଚିୟର ଅପ୍‌ କରିବାକୁ ଯୋଗଦେବେ ।

wp:embed {"url":"https://www.prameyanews7.com/david-beckham-will-watch-india-new-zealand-semi-final-in-wankhede/","type":"wp-embed","providerNameSlug":"prameya-news-7"}
https://www.prameyanews7.com/david-beckham-will-watch-india-new-zealand-semi-final-in-wankhede/
/wp:embed

ଅନ୍ୟପଟେ ଇଂଲଣ୍ଡର ପୂର୍ବତନ ଫୁଟବଲର ଡେଭିଡ ବେକହମ୍ ଭାରତ ଆସୁଛନ୍ତି ।ସେ ବି ଭାରତ-ନ୍ୟୁଜିଲ୍ୟାଣ୍ଡ ସେମିଫାଇନାଲ ମ୍ୟାଚ୍‌ ଦେଖିବେ । କେବଳ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ ଦେଖିବାକୁ ଡେଭିଡ୍ ବେକହମ ଭାରତ ଆସୁଛନ୍ତି ବୋଲି ଜଣାପଡିଛି । ସେହିପରି ସୋମବାର ଜର୍ମାନ ଫୁଟବଲର ଥୋମାସ ମୁଲର ଟିମ୍‌ ଇଣ୍ଡିଆ ଜର୍ସି ପିନ୍ଧି ଏକ ଭିଡିଓ ସେୟାର କରିଥିଲେ । ଟିମ୍‌ ଇଣ୍ଡିଆକୁ ସେମି ମୁକାବିଲା ନେଇ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ ।

ସୂଚନାଯୋଗ୍ୟ ଯେ,  ଚଳିତ ୱାର୍ଲଡକପରେ ମଧ୍ୟ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ଟିମ୍‌ ମୁହାଁମୁହିଁ ହୋଇଛନ୍ତି। ଗ୍ରୁପ ଷ୍ଟେଜ୍‌ ଉଭୟ ଟିମ୍‌ ମଧ୍ୟରେ ମୁକାବିଲା ହୋଇଥିଲା। ଉଭୟ ଟିମ୍‌ ଲଗାତାର ୪-୪ଟି ମ୍ୟାଟ୍‌ ଜିତି ଜଣେ ଜଣକର ସମ୍ମୁଖୀନ ହୋଇଥିଲେ। ଏଠାରେ ଟିମ୍‌ ଇଣ୍ଡିଆ ବାଜିମାତ କରି ନ୍ୟୁଜିଲ୍ୟାଣ୍ଡକୁ ବେଶ୍ ସହଜରେ ପରାସ୍ତ କରିଥିଲା। ଏହି ମ୍ୟାଚ୍‌କୁ ଭାରତ ୪ଟି ୱିକେଟ୍‌ରେ ଜିତିଥିଲା।

wp:embed {"url":"https://www.prameyanews7.com/deputy-speaker-election-in-nov-21/","type":"wp-embed","providerNameSlug":"prameya-news-7"}
https://www.prameyanews7.com/deputy-speaker-election-in-nov-21/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.