ତୃତୀୟ ପର୍ଯ୍ୟାୟ ପାଇଁ କାଲି ଶେଷ ହେବ ନାମାଙ୍କନ: ବିଭିନ୍ନ ସ୍ଥାନରୁ ହେବିୱେଟ କଲେ ନାମାଙ୍କନ

Published By : Prameya-News7 Bureau | April 03, 2019 IST

ଭୁବନେଶ୍ବର ୩|୪: ତୃତୀୟ ପର୍ଯ୍ୟାୟ ପାଇଁ କାଲି ଶେଷ ହେବ ନାମାଙ୍କନ । ଏହାସହ ଚତୁର୍ଥ ପର୍ଯ୍ୟାୟ ପାଇଁ ମଧ୍ୟ ଗତକାଲିଠୁ ନାମାଙ୍କନ ଆରମ୍ଭ ହୋଇଯାଇଛି । ତେଣୁ ଆଜି ବିଭିନ୍ନ ସ୍ଥାନରେ ପ୍ରାର୍ଥୀ ନାମାଙ୍କନ ଦାଖଲ ସହ ଶକ୍ତିପ୍ରଦର୍ଶନ କରିଛନ୍ତି । ତିନି ପ୍ରମୁଖ ଦଳ ବିଜେଡି, ବିଜେପି, କଂଗ୍ରେସର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ସହ ଅନ୍ୟ ଦଳ ଓ ସ୍ବାଧୀନ ପ୍ରାର୍ଥୀ ଆଜି ନୋମିନେସନ କରିଛନ୍ତି ।

{"id":99780}

ବାଜା, ବାଣ ସହ ଚାଲିଛି ଶୋଭାଯାତ୍ରା ।  ଜିନ୍ଦାବାଦ ନାରାରେ କମ୍ପୁଛି ମୈଦାନ । ନାମାଙ୍କନ ପାଇଁ ଦଳବଳ ସହ ବାହାରିଛନ୍ତି ପ୍ରାର୍ଥୀ । କଟକ ଲୋକସଭା ଆସନ ଲାଗି ଆଜି ୩ ପ୍ରମୁଖ ନେତା ନାମାଙ୍କନପତ୍ର ଦାଖଲ କରିଛନ୍ତି।

{"id":99782}

ବିଜେଡି ପ୍ରାର୍ଥୀ ଭର୍ତ୍ତୃହରି ମହତାବ, ବିଜେପି ପ୍ରାର୍ଥୀ ପ୍ରକାଶ ମିଶ୍ର ଏବଂ କଂଗ୍ରେସ ପ୍ରାର୍ଥୀ ପଞ୍ଚାନନ କାନୁନଗୋ ପ୍ରମୁଖ ଶକ୍ତି ପ୍ରଦର୍ଶନ ସହ ବିଶାଳ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ସେହିପରି କଟକ-ଚୌଦ୍ବାରା ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ସୌଭିକ ବିଶ୍ବାଳ ମଧ୍ୟ ଆଜି ନୋମିନେସନ କରିଛନ୍ତି ।

{"id":99778}

ଭୁବନେଶ୍ବର ଏକାମ୍ରର ବିଜେଡି ପ୍ରାର୍ଥୀ ଅଶୋକ ପଣ୍ଡାଙ୍କ ରାଲି। ଶକ୍ତି ପ୍ରଦର୍ଶନ କରିଛନ୍ତି ଅଶୋକ।  ପିପିଲି ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀ, ନିମାପଡ଼ା ପାଇଁ ବିଜେଡି ପ୍ରାର୍ଥୀ ସମୀର ରଂଜନ ଦାସ ବିଶାଳ ଶୋଭାଯାତ୍ରାରେ ଯାଇ ନାମାଙ୍କନ କରିଛନ୍ତି ।

{"id":99779}

ଆଠଗଡ଼ରୁ ବିଜେଡି ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥ ପ୍ରମୁଖ ନାମାଙ୍କନ ଭରିଛନ୍ତି । ଢେଙ୍କାନାଳ ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ କାମାକ୍ଷା ପ୍ରସାଦ ସିଂହଦେଓ, ଢେଙ୍କାନାଳ ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ସୁଧୀର ସାମଲ, ବିଜେପି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପାତ୍ର ନାମାଙ୍କନ କରିଛନ୍ତି ।

{"id":99783}

ସେହିପରି ଆନନ୍ଦପୁର ବିଧାନସଭା ଆସନ ପାଇଁ ବରିଷ୍ଟ କଂଗ୍ରେସ ନେତା ଜୟଦେବ ଜେନା ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହାକୁ ମିଶାଇ ନବମ ଥର ପାଇଁ ସେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ।

{"id":99773}

ଯାଜପୁର ବିଧାନସଭା ଆସନ ଲାଗି ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ, ସୁକିନ୍ଦା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଶରତ ରାଉତ, ବରୀ ବିଧାନସଭା ଆସନ ଲାଗି ବିଜେପି ପ୍ରାର୍ଥୀ ବିଶ୍ବ ମଲ୍ଲିକ, ବଡ଼ଚଣା ଆସନ ଲାଗି ବିଜେପି ପ୍ରାର୍ଥୀ ଅମର ନାୟକ ପ୍ରମୁଖ ସମର୍ଥକଙ୍କ ସହ ବିଶାଲ ରାଲିରେ ଆସି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି।

{"id":99767}

ସେହିପରି କେନ୍ଦ୍ରାପଡ଼ା ବିଧାନସଭା ଆସନ ଲାଗି କଂଗ୍ରେସ ପ୍ରାର୍ଥୀ ଗଣେଶ୍ବର ବେହେରା, ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକ ପ୍ରମୁଖ ନାମାଙ୍କନ ଦାଖଲ କରିଛନ୍ତି ।

{"id":99768}

ସେପଟେ କେନ୍ଦୁଝର ଲୋକସଭା ଆସନ ଲାଗି ବିଜେପି ପ୍ରାର୍ଥୀ ଅନନ୍ତ ନାଏକ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ତେଲକୋଇ ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ଧନୁର୍ଜୟ ସିଧୁ, ସଦର ବିଧାନସଭା ଆସନ ଲାଗି କଂଗ୍ରେସ ପ୍ରାର୍ଥୀ ବିଦ୍ୟାଧର ଦେହୁରୀ ଓ ସ୍ବାଧୀନ ପ୍ରାର୍ଥୀ ସୁବର୍ଣ୍ଣ ନାୟକ, ପାଟଣା ବିଧାନସଭା ଆସନ ଲାଗି ବିଜେଡି ପ୍ରାର୍ଥୀ ଜଗନ୍ନାଥ ନାୟକ, ବିଜେପି ପ୍ରାର୍ଥୀ ଭବାନୀ ଶଙ୍କର ନାୟକ ପ୍ରମୁଖ ନାମାଙ୍କନ ଭରିଛନ୍ତି ।

{"id":99761}

ସମ୍ବଲପୁର ଲୋକସଭା ପାଇଁ ବିଜେପି ପ୍ରାର୍ଥୀ ନିତେଶ ଗଙ୍ଗଦେବ, ସମ୍ବଲପୁର ବିଧାନସଭା ପାଇଁ ଜୟନାରାୟଣ ମିଶ୍ର, ରେଙ୍ଗାଳି ବିଧାନସଭା ପାଇଁ ବିଜେପି ପ୍ରାର୍ଥୀ ନାଉରି ନାୟକ ପ୍ରମୁଖ ନାମାଙ୍କନ ଦାଖଲ କରିଛନ୍ତି ।

{"id":99762}

ଗୁରୁବାର ଶେଷ ହେବ ତୃତୀୟ ପର୍ଯ୍ୟାୟ ଭୋଟ ପାଇଁ ନାମାଙ୍କନ । ଏହାସହ ଚତୁର୍ଥ ପର୍ଯ୍ୟାୟ ପାଇଁ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ନାମାଙ୍କନ ପ୍ରକ୍ରିୟା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.