scan steel
web-baneer-728x90
WhatsApp Image 2023-12-06 at 12.52.17
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସୋସିଆଲ୍ ମିଡିଆ ଡିପିରେ ତ୍ରିରଙ୍ଗା ଫଟୋ ଲଗାଇଲେ ବିଜେପି ନେତା, ଭେରିଫାଏଡ୍ ଆକାଉଣ୍ଟରୁ ଗୋଲ୍ଡେନ୍ ଟିକ୍ କାଢ଼ି ନେଲା ଏକ୍ସ

13/08/2023 at 11:19 PM

ନୂଆଦିଲ୍ଲୀ: ହର ଘର ତ୍ରିରଙ୍ଗା ଅଭିଯାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସୋସିଆଲ୍ ମିଡିଆ ପ୍ରୋଫାଇଲ ପିକ୍‌ଚର ତ୍ରିରଙ୍ଗା ଫଟୋ ଲଗାଇବାକୁ ଅନୁରୋଧ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ବିଜେପି ନେତାମାନେ ନିଜ ନିଜ ସୋସିଆଲ୍ ମିଡିଆରେ ନିଜ ଫଟୋ ବଦଳରେ ତ୍ରିରଙ୍ଗା ପତାକା ଲଗାଇଥିଲେ।

ହେଲେ ଡିପି ବଦଳାଇବା ମାତ୍ରେ ନେତାଙ୍କ ପ୍ରୋଫାଇଲ୍‌ରୁ ଗୋଲ୍ଡେନ୍‌ ଟିକ୍ କାଢ଼ି ନେଲା ଟ୍ୱିଟର। ବିଜେପିର ଅନେକ ବଡ଼ ନେତା ତଥା କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପ୍ରୋଫାଇଲ୍‌ରୁ ଗୋଲ୍ଡେନ୍ ଟିକେଟ୍ ହଟିଆଯାଇଛି। ଏଥିରେ ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର ମଧ୍ୟ ରହିଛି।  

‘ଏକ୍ସ’ ଭେରିଫାଏଡ୍‌ ଆକାଉଣ୍ଟରେ ଗୋଲ୍ଡେନ୍‌ ଟିକ୍‌ ହରାଇଥିବା ନେତାମାନେ ହେଲେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର, ଗୋଆ ସିଏମ ଡ. ପ୍ରମୋଦ ସାୱନ୍ତ, ମଧ୍ୟପ୍ରଦେଶର ସିଏମ ଶିବରାଜ ସିଂ ଚୌହାନ, ଉତ୍ତରାକଣ୍ଡ ସିଏମ ପୁଷ୍କର ସିଂ ଧାମି। ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ମଧ୍ୟ ନିଜ ‘ଏକ୍ସ’ ଆକାଉଣ୍ଟରୁ ଗୋଲ୍ଡେନ୍ ଟିକ୍‌ ହରାଇଛନ୍ତି।

ପଢ଼ନ୍ତୁ-ଆତଙ୍କବାଦର ବାରୁଦରୁ ମୁକୁଳୁଛି ଜାମ୍ମୁ-କାଶ୍ମୀର: ହିଜବୁଲ ଆତଙ୍କବାଦୀର ଭାଇ ଉଡ଼ାଇଲେ ତ୍ରିରଙ୍ଗା

ସୋସିଆଲ ମିଡିଆ ପ୍ଲାଟଫର୍ମର ଏକ୍ସର ପିଲିସ ଅନୁସାରେ,ପ୍ରୋଫାଇଲ୍ ପ୍ରକୃତ ନାମ ସହ ଫଟୋ ବି ରିୟଲ ରହିବା ଦରକାର। ତେବେ ଏକ୍ସର କହିବା କଥା ହେଲା ସଂଶୋଧିତ ମାନଦଣ୍ଡ ଅନୁଯାୟୀ, ‘ଏକ୍ସ’ ମ୍ୟାନେଜମେଣ୍ଟ ବର୍ତ୍ତମାନ ନେତାଙ୍କ ପ୍ରୋଫାଇଲ ଗୁଡ଼ିକୁ ସମୀକ୍ଷା କରୁଛନ୍ତି। ଯଦି ଏହା ସମସ୍ତ ନିର୍ଦ୍ଦେଶାବଳୀକୁ ଉଚିତ ପାଳନ କରିଥିବେ ତେବେ ଆକାଉଣ୍ଟରେ ପୁଣିଥରେ ବ୍ଲୁ ଟିକ୍‌ ଟିକ୍ ପୁନଃ ଲଗାଇ ଦିଆଯିବ ବୋଲି କମ୍ପାନୀ କହିଛି।  

   Related Posts