ସମ୍ୱଲପୁରରେ ବିଭିନ୍ନ ଓକିଲ ସଂଘର ସଦସ୍ୟ; ଶାନ୍ତ ବାତାବରଣ ପାଇଁ କଲେ ଆଲୋଚନା
19/12/2022 at 4:02 PM

ସମ୍ୱଲପୁର ୧୯/୧୨: ସମ୍ବଲପୁରରେ ଓକିଲ ଆନ୍ଦୋଳନ ଓ ଗିରଫଦାରି ପରେ ସମ୍ବଲପୁରରେ ବିଭିନ୍ନ ବାର୍ର ସଦସ୍ଯ ପହଞ୍ଚିଛନ୍ତି। ଭୁବନେଶ୍ୱର, ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼, ନୀଳଗିରି ଓ ବାଲେଶ୍ୱର ଓକିଲ ସଙ୍ଘର ସଦସ୍ୟମାନେ ସେଠାରେ ସ୍ଥିତି ପରଖିଛନ୍ତି। ଓକିଲ ଗିରଫଦାରୀ ପରେ ସମ୍ବଲପୁରରେ ଉପୁଜିଥିବା ସମସ୍ଯା ତଥା ସାମ୍ପ୍ରତିକ ପରିସ୍ଥିତିର ସେମାନେ ଆଲୋଚନା କରିଛନ୍ତି। କେମିତି ପୂର୍ବ ପରି କୋର୍ଟ କାର୍ଯ୍ଯ ସ୍ବାଭାବିକ ହେବ? ଓକିଲ, ପୋଲିସ ଓ ଜଜଙ୍କ ମଧ୍ଯରେ ସମନ୍ବୟ ରହିବ ସେନେଇ ଓକିଲମାନେ ଆଲୋଚନା କରିଛନ୍ତି। ଭୁବନେଶ୍ୱରରୁ ଆସିଥିବା ୩ ଜଣିଆ ଟିମ୍ ଜ଼ିଲ୍ଲା ଜଜ, ଆଇଜି ଓ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଛି।
ଘଟଣାର ଯାଞ୍ଚ ପରେ ହାଇକୋର୍ଟର ମୁଖ୍ୟ ବିଚାରପତି, ସୁପ୍ରିମ କୋର୍ଟ ଓ ରାଷ୍ଟ୍ରପତିଙ୍କୁ ରିପୋର୍ଟ ଦେବେ। ଜେଲରେ ଥିବା ସମ୍ବଲପୁର ଓକିଲ ସଙ୍ଘର ସଭାପତିଙ୍କ ସହିତ ଅନ୍ୟ ସଦସ୍ୟଙ୍କୁ ମଧ୍ୟ ସାକ୍ଷାତ କରଛନ୍ତି। ଏପର୍ଯ୍ଯନ୍ତ ଭଙ୍ଗାରୁଜା ଘଟଣାରେ ପୋଲିସ ପର୍ଯ୍ଯାୟକ୍ରମେ ୨୭ ଜଣ ଆଇନଜିବୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଓକିଲମାନେ ଭଙ୍ଗାରୁଜା କରି ନାହାନ୍ତି ବରଂ ଜିଲ୍ଲା ଦୌରଜଜଙ୍କୁ ସୁରକ୍ଷିତ ଭାବେ କୋର୍ଟ ରୁମରୁ ବାହାରକୁ ଆଣିଥିବା ସେମାନେ ଦାବି କରିଛନ୍ତି।