ମନୁସ୍ମୃତି ପରି ଗ୍ରନ୍ଥ ଭାରତୀୟ ମହିଳାଙ୍କୁ ସମ୍ମାନଜନକ ସ୍ଥାନ ଦେଇଛି: ଦିଲ୍ଲୀ ହାଇକୋର୍ଟର ବିଚାରପତି

Published By : Prameya-News7 Bureau | August 11, 2022 IST

ନୂଆଦିଲ୍ଲୀ: ଭାରତର ମହିଳା ଭାଗ୍ୟବାନ କାରଣ ମନୁସ୍ମୃତି ପରି ଗ୍ରନ୍ଥ ତାଙ୍କୁ ସମ୍ମାନଜନକ ସ୍ଥାନ ଦେଉଛି ବୋଲି ଦିଲ୍ଲୀ ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ ପ୍ରତିଭା ଏମ ସିଂ କହିଛନ୍ତି । ବାର ଏବଂ ଆଣ୍ଡ ବେଞ୍ଚର ରିପୋର୍ଟ ଅନୁସାରେ, ବିଚାରପତି ପ୍ରତିଭା ଏମ ସିଂ କହିଛନ୍ତି, 'ମୁଁ ବାସ୍ତବରେ ଅନୁଭବ କରେ ଯେ ଆମେ ଭାରତୀୟ ବହୁତ ଭଗ୍ୟବାନ ଏବଂ ଏହାର କାରଣ ଏହା ଯେ ଆମ ଶସ୍ତ୍ର ସବୁବେଳେ ମହିଳାଙ୍କୁ ସମ୍ମାନଜନକ ସ୍ଥାନ ଦେଇଛି । ମନୁସ୍ମୃତିରେ କୁହାଯାଇଛି, ଯଦି ଆଣପ ମହିଳାଙ୍କୁ ସମ୍ମାନ କରୁ ନାହାନ୍ତି ତେବେ ଆପଣ ଯେଉଁ ପୂଜା ପାଠ କରୁଛନ୍ତି ତାର କୌଣସି ମୂଲ୍ୟ ନାହିଁ' ।

ଏହାସହ ସେ କହିଛନ୍ତି, 'ମହିଳାଙ୍କ ସମ୍ମାନ କିପରି କରାଯିବ ତାହା ଆମର ପୂର୍ବ ପିଢି ଏବଂ ବୈଦିକ ଶାସ୍ତ୍ର ଭଲ ଭାବେ ଜାଣିଥିଲେ ବୋଲି ମୁଁ ଅନୁଭବ କରେ'। ଫେଡେରେସନ ଅଫ୍ ଇଣ୍ଡିଆନ ଚାମ୍ୱର୍ସ ଅଫ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରୀ (ଫିକ୍କି) ଦ୍ୱାରା ଆୟୋଜିତ ଏକ ସମ୍ମିଳନୀର ଉଦ୍ଦଘାଟନୀ ସମାରୋହ ଉଦବୋଧନ ଦେଇ ବିଚାରପତି ସିଂ କହିଛନ୍ତି, ଏୟିଆର ଦେଶ ଗୁଡିକ ମହିଳାଙ୍କ ସମ୍ମାନ କରିବାରେ ବେଶ ଆଗରେ ଅଛନ୍ତି ।

ସେ କହିଛନ୍ତି, 'ତଳ ସ୍ତରରେ ମହିଳାଙ୍କ ସହ ହେଉଥିବା ହିଂସା ଏବଂ ଖରାପ ବ୍ୟବହାରକୁ ଅଣଦେଖା କରିବାକୁ ମୁଁ କହୁନାହିଁ, କିନ୍ତୁ ଉଚ୍ଚ ଏବଂ ମଧ୍ୟମ ସ୍ତରରେ ଆମେ ମହିଳାଙ୍କ ଭାଗିଦାରୀ ବୃଦ୍ଧିକୁ ଦେଖିଛୁ '। ଏହାସହ କର୍ମକ୍ଷେତ୍ରରେ ଥିବା ମହିଳାଙ୍କୁ ଭାରତୀୟ ପ୍ରଣାଳୀର ମୌଳିକ ମୂଲ୍ୟକୁ ମଜବୁତ କରିବା ଏବଂ ଯୌଥ ପରିବାରେ ରହିବା ପାଇଁ ସେ ଅପିଲ କରିଛନ୍ତି । ନ୍ୟାୟମୂର୍ତ୍ତି ସିଂ କହିଛନ୍ତି ଯେ, 'ଯୌଥ ପରିବାର ବ୍ୟବସ୍ଥା ଜାରି ରହିବା ଦରକାର କାରଣ ଏହାର ଲାଭ ଏକା ରହୁଥିବା ପରିବାର ତୁଳାନାରେ ବେଶ ଅଧିକ'।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.