‘ବଡେ ମିଆଁ..ଛୋଟେ ମିଆଁ’ରେ ଟାଇଗର-ଅକ୍ଷୟଙ୍କ ଯୋଡି, ଅଭିନେତାଙ୍କ ସହ ଆକ୍ସନ ଫିଲ୍ମ କରିବେ ମାନୁଷୀ
27/11/2022 at 7:57 AM

ମୁମ୍ଵାଇ ୨୭।୧୧: ଅଲି ଅବ୍ବାସ ଜାଫରଙ୍କ ନିର୍ଦ୍ଦେଶିତ ମେଗା ବଜେଟ୍ ଫିଲ୍ମରେ ବଲିଉଡ ଅଭିନେତା ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫ ଖୁବ୍ ଶୀଘ୍ର ଏକାଠି ନଜର ଆସିବେ। ଟାଇଗର ଏବଂ ଅକ୍ଷୟଙ୍କ ବ୍ୟତୀତ ପୂର୍ବତନ ମିସ୍ ୱାର୍ଲ୍ଡ ମଧ୍ୟ ଚଳଚ୍ଚିତ୍ର ‘ବଡେ ମିଆଁ ଚୋଟ ମିଆଁ’ରେ ନଜର ଆସିବେ।
୨୦୨୩ ରେ ଶୁଟିଂ ଆରମ୍ଭ ହେବ –
ପିଙ୍କଭିଲ୍ଲାଙ୍କ ରିପୋର୍ଟ ଅନୁଯାୟୀ, ବାଶୁ ଏବଂ ଜ୍ୟାକି ଭଗ୍ନାନୀଙ୍କ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରରେ ଏକ ଆନ୍ତର୍ଜାତୀୟ ଆକ୍ସନ୍ ଟିମ୍ ରହିବ। ଯାହା ଫିଲ୍ମର ଆକ୍ସନ୍ ସିନ୍ର ସୁଟିଂ କରିବ। ନିର୍ଦ୍ଦେଶକ ଏହି ଚଳଚ୍ଚିତ୍ରକୁ ହିନ୍ଦୀ ସିନେମାର ସବୁଠୁ ବଡ ଆକ୍ସନ୍ ଫିଲ୍ମ କରିବାକୁ ଯୋଜନା କରୁଛନ୍ତି। ଏହାର ଶୁଟିଂ ଜାନୁଆରୀ ୨୦୨୩ରେ ଆରମ୍ଭ ହେବ ବୋଲି କୁହାଯାଉଛି।
ଏବେ ଫିଲ୍ମର ମୁଖ୍ୟ ନାୟିକାଙ୍କ ବିଷୟରେ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । ଏହି ଚଳଚ୍ଚିତ୍ରର ମୁଖ୍ୟ ନାୟିକା ଭୂମିକାରେ ଅଭିନୟ କରିବାକୁ ପୂର୍ବତନ ମିସ୍ ୱାର୍ଲ୍ଡ ମାନୁଷୀ ଚିଲାରଙ୍କୁ ବଛାଯାଇଛି। ପ୍ରକାଶ ଯେ, “ବାଡେ ମିଆଁ ଛୋଟେ ମିଆଁ ବଡ ଏଣ୍ଟରଟେନ୍ ସହ ପ୍ରସ୍ତୁତି କରାଯାଉଛି । ଅକ୍ଷୟ କୁମାରଙ୍କ ସହ ଆକ୍ସନ୍ ଫିଲ୍ମରେ ଟାଇଗର ଶ୍ରଫଙ୍କ ସହ ଯୋଡି ବନାଇବାକୁ ସ୍ଥିର କରିଛନ୍ତି। “
ଫିଲ୍ମର ସୁଟିଂ ହେବ
ଜାନୁୟାରୀ ୧୫ରୁ ଏହାର ଶୁଟିଂ ଆରମ୍ଭ ହେବ ବୋଲି ଆଶା କରାଯାଉଛି। ବର୍ତ୍ତମାନ ଏହାର ପ୍ରି- ପ୍ରଡକ୍ସନ୍ ଉପରେ କାମ ଜୋରସୋରରେ ଚାଲିଛ । ରିପୋର୍ଟ ଅନୁଯାୟୀ ଏହି ଫିଲ୍ମ ଡିସେମ୍ଵର ୨୦୨୩ କିମ୍ଵା ୨୦୨୪ରେ ରିଲିଜ୍ ହେବ । ଏହି ଟିମ୍ ଦେଶ ବିଦେଶର ପ୍ରମୁଖ ସ୍ଥାନ ଗୁଡିକରେ ଶୁଟିଂ କରିବେ।