୧୦ ବର୍ଷ ବଡ ବ୍ୟବସାୟୀଙ୍କୁ ଡେଟ୍‌ କରୁଛନ୍ତି ମାନୁଷୀ, ଲିଭ୍‌-ଇନ୍‌କୁ ନେଇ ଚର୍ଚ୍ଚା

Published By : Prameya-News7 Bureau | November 23, 2022 IST

ମୁମ୍ଵାଇ ୨୩।୧୧: ମାନୁଷୀ ଚିଲ୍ଲର୍ ୫ବର୍ଷ ପୂର୍ବେ ମିସ୍ ୱାର୍ଲ୍ଡ ଟାଇଟଲ୍ ଜିତିଥିଲେ। ଏହି ଟାଇଟଲ୍ ଜିତିବା ପରେ ମାନୁଷୀ ଅକ୍ଷୟ କୁମାରଙ୍କ ସହ ଫିଲ୍ମ 'ସମ୍ରାଟ ପୃଥୀରାଜ'ରେ ବଲିଉଡଡେବ୍ୟୁ କରିଥିଲେ। ଏହି ଚଳଚ୍ଚିତ୍ରରେ ମାନୁଷୀ ସଂୟୋଗିତାଙ୍କ ଭୂମିକାରେ ଅଭିନୟ କରିଥିଲେ। ଚଳଚ୍ଚିତ୍ରଟି ବକ୍ସ ଅଫିସରେ କିଛି ବିଶେଷ ପ୍ରଦର୍ଶନ କରିପାରିବ ନଥିଲା। କିନ୍ତୁ ବର୍ତ୍ତମାନ ମନୁଷୀଙ୍କ ଡେଟିଂ ଖବରକୁ ନେଇ ଚର୍ଚ୍ଚା ଜୋର ଧରିଛି।

Manushi Chhillar: इस बिजनेसमैन को डेट कर रही हैं मानुषी छिल्लर? ब्वॉयफ्रेंड  संग लिव-इन में हो गई है शिफ्ट! - Manushi Chhillar dating this businessman  nikhil kamath Shifted to live in ...

ଖବର ଅନୁଯାୟୀ ମାନୁଷୀ ଦୀର୍ଘ ଦିନ ଧରି ଜଣେ ବଡ ବ୍ୟବସାୟୀଙ୍କୁ ଡେଟ କରୁଛନ୍ତି। କହିବାକୁ ଗଲେ ବ୍ୟବସାୟିକ ବ୍ୟକ୍ତି ଅଭିନେତ୍ରୀଙ୍କଠାରୁ ପ୍ରାୟ ୧୦ ବର୍ଷ ବଡ । ବ୍ୟବସାୟୀଙ୍କ ନାମ ନିଖିଲ କାମାଟ। ନିଖିଲ କାମତ। ସେ ଜଜେରୋଧାର ସହ-ପ୍ରତିଷ୍ଠାତା ତଥା କୋ ଫାଉଣ୍ଡର। କୁହାଯାଉଛି କି ଏହି ଦୁଇଜଣ ୨୦୨୦ କି ୨୦୨୧ ବର୍ଷରୁ ପରସ୍ପରକୁ ଡେଟ୍ କରୁଛନ୍ତି । ଋଷିକେଶ ଯାତ୍ରା ସମୟରେ ଦୁହେଁ ଏକାଠି ନଜର ଆସିଥିଲେ।

ଏହାରି ଭିତରେ ମାନୁଷୀ ଏବଂ ନିଖିଲ ଲିଭ୍‌-ଇନ୍‌ରେ ରହୁଥିବାର ଖବର ମଧ୍ୟ ରହିଛି। ହେଲେ ଉଭୟ ଏପର୍ଯ୍ୟନ୍ତ ସେମାନଙ୍କ ସମ୍ପର୍କ ବିଷୟରେ କୌଣସି ଅଫିସିଆଲ୍ ବିବୃତ୍ତି ଦେଇନାହାଁନ୍ତି । ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ ମାନୁଷୀ ଏବଂ ବ୍ୟବସାୟୀଙ୍କ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ତାଙ୍କ ପରିବାର ଏବଂ ବନ୍ଧୁମାନଙ୍କୁ ଜଣା। କିନ୍ତୁ ଉଭୟ ଏପର୍ଯ୍ୟନ୍ତ ସେମାନଙ୍କ ସମ୍ପର୍କକୁ ଅଫିସିଆଲ୍‌ କରିବାକୁ ଚାହୁଁନାହାଁନ୍ତି। ନିଖିଲଙ୍କ ନାମ ମାନୁଷୀଙ୍କ ସହ ଜଡିତ ହେବା ମାତ୍ରେ ସେ ଲାଇମଲାଇଟକୁ ଆସିଥିଲେ। କହିବାକୁ ଗଲେ ୨୦୧୯ରେ ଇଟାଲୀରେ ଅମଣ୍ଡାଙ୍କୁ ବିବାହ କରିଥିଲେ । ହେଲେ ସେମାନଙ୍କର ବିବାହ ଅଧିକ ଦିନ ତିଷ୍ଠି ନଥିଲା ଏବଂ ଛାଡପତ୍ର ନେଇଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.