ରାଜଧାନୀରୁ ମହିଳା ଡିଏସ୍‌ପିଙ୍କଠାରୁ ଲୁଟ୍ ଘଟଣା, ଗ୍ୟାଙ୍ଗ୍‌ର ମାଷ୍ଟରମାଇଣ୍ଡ ମନୁଆ ସହ ୨ ସଦସ୍ୟ ଗିରଫ

Published By : Prameya-News7 Bureau | August 08, 2020 IST

ଭୁବନେଶ୍ବର ୮।୮: ମହିଳା ଡିଏସ୍‌ପିଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍ କରିବା ଘଟଣାରେ କମିଶନରେଟ୍ ପୋଲିସକୁ ସଫଳତା ମିଳିଛି । ସ୍ପେଶାଲ ସ୍କ୍ବାଡ୍ ଏହି ଗ୍ୟାଙ୍ଗକୁ ଠାବ କରିଛି । ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ମନୋଜ ବେହେରା ଓରଫ ମନୁଆ ସହ ଦୁଇ ଜଣଙ୍କୁ ପୋଲିସ ଗିରଫ କରିଛି । ସେମାନଙ୍କଠାରୁ ଗୋଟିଏ ବନ୍ଧୁକ, ଗୁଳି ଓ ଲୁଟ୍ ସାମଗ୍ରୀ ଜବତ କରିଛି । ଆସନ୍ତାକାଲି ପୋଲିସ ଗ୍ୟାଙ୍ଗକୁ ଗିରଫ କରି କୋର୍ଟ ଚାଲାଣ କରିବ ବୋଲି ଜଣାପଡିଛି ।

ସ୍କ୍ବାଡ୍ ଏହି ଟିମ୍ ଲୁଟେରା ଗ୍ୟାଙ୍ଗକୁ ଧରିବାକୁ ଉଦ୍ୟମ ଚଳାଇଥିଲା । ତଦନ୍ତ ବେଳେ ପୋଲିସ ଏକାଧିକ ଗ୍ୟାଙ୍ଗକୁ ହେପାଜତକୁ ନେଇ ଜେରା କରିଥିଲା । ଜେରା ବେଳେ ମନୁଆ ଗ୍ୟାଙ୍ଗ୍ ଏଥିରେ ସଂପୃକ୍ତ ଥିବା ଜାଣିବାକୁ ପାଇଥିଲା । ପରେ ତାକୁ ଧରିବା ପାଇଁ ଚଢାଉ ଆରମ୍ଭ ହୋଇଥିଲା । ପୋଲିସ ମନୁଆକୁ ଖୋଜୁଥିବା ଜାଣିବା ପରେ ସେ ଭୁବନେଶ୍ବରରୁ ଫେରାର ହୋଇଯାଇଥିଲା । ଏହି ଗ୍ୟାଙ୍ଗ ନାଁରେ ରାଜଧାନୀ ଓ ଉପକଣ୍ଠ ଥାନାରେ ଏକାଧିକ ମାମଲା ରହିଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ୟୁନିଟ୍-୩ ସ୍ଥିତ ସରକାରୀ ବାସଭବନ IV B 25/3 ରେ ସକାଳ ୬ଟା ୪୫ ମିନିଟରେ ଭିଜିଲାନ୍ସ ଡିଏସପି ତନୁଜା ମହାନ୍ତି ଝାଡୁ କରୁଥିବା ସମୟରେ ଲୁଟ୍ ଘଟିଥିଲା । ସିନେମା ଶୈଳୀରେ ଡିଏସପିଙ୍କଠାରୁ ଲୁଟ୍ କରିଥିଲେ ଲୁଟେରା ।

ଘର ଗେଟ୍ ଆଗରେ ଆସି ଲୁଟେରା ଦୁଇ ଜଣ ଠିଆ ହେବା ସହ ଡିଏସପିଙ୍କୁ ଆପଣଙ୍କ ଫୋନ୍ ଆସିଛି କହିଥିଲେ । ନିଅନ୍ତୁ ଫୋନରେ କଥା ହୁଅନ୍ତୁ ବୋଲି କହି ଫୋନ୍ ଦେବାକୁ ଗ୍ରୀଲ୍ ଖୋଲି ଭିତରକୁ ପଳାଇ ଆସିଥିଲେ । ତାପରେ ବନ୍ଧୁକ ଦେଖାଇ ବେକରୁ ସୁନାଚେନ୍ ଲୁଟି ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.