Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଶକ୍ତିଶାଳୀ ହେବ ନୌସେନା: ୧୧ ପାଟ୍ରୋଲିଂ ଭାସେଲ ଓ ୬ ମିସାଇଲ୍ ଭାସେଲ କିଣିବାକୁ ୧୯ ହଜାର କୋଟିର ଡିଲ୍‌
  • ||
  • ବୁଲେଟ ଟ୍ରେନ୍ ପ୍ରକଳ୍ପ ପାଇଁ ଭାରତକୁ ୧୮,୭୫୦ କୋଟି ଓଡିଏ ଋଣ ଦେଲା ଜାପାନୀ ସଂସ୍ଥା
  • ||
  • ପ୍ରତିରକ୍ଷା ମନ୍ତ୍ରାଳୟ ଓ ଭାରତ ଇଲେକ୍ଟ୍ରୋନିକ୍ ଲିମିଟେଡ୍ ମଧ୍ୟରେ ୫,୪୯୮ କୋଟିର ଚୁକ୍ତି ସ୍ୱାକ୍ଷରିତ; EW କିଣିବ ଭାରତୀୟ ସଶସ୍ତ୍ର ବଳ
  • ||
  • କଟକ : କଟକ ଷ୍ଟେସନରୁ ଭଦ୍ରକ-ନୟାଗଡ ମେମୁ ଟ୍ରେନ୍‌ର ଶୁଭାରମ୍ଭ କଲେ ଦୁଇ କେନ୍ଦ୍ରମନ୍ତ୍ରୀ
  • ||
  • ନୂଆପଡା : ଟ୍ରାପ୍ କ୍ୟାମେରାରେ କଏଦ ହେଲା କଲରାପତରିଆ ବାଘ
  • ||
  • ଖଲ୍ଲିକୋଟ : ଋଷିକୁଲ୍ୟା ମୁହାଁଣରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ, ଏହାର ଓଜନ ୧୪୦ କିଲୋ
  • ||
  • ନାରାୟଣପାଟଣା : ମିଳିଲା ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ, ଜ୍ବାଇଁ ବିରୋଧରେ ହତ୍ୟା ଅଭିଯୋଗ
  • ||
  • କାଠୁଆ : ଜାମ୍ମୁକାଶ୍ମୀର କଠୁଆରେ ଭୟଙ୍କର ବିସ୍ଫୋରଣ, ପୂରା ଅଞ୍ଚଳରେ ହାଇଆଲର୍ଟ
  • ||
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||

Xiaomiରୁ ମନୁ ଜୈନଙ୍କ ଇସ୍ତଫା, ୯ ବର୍ଷ ଧରି କମ୍ପାନୀରେ କରିଥିଲେ କାମ

30/01/2023 at 9:14 PM

ନୂଆଦିଲ୍ଳୀ, ୩୦/୦୧: ସାଓମିର ଗ୍ଲୋବାଲ୍‌ ଭାଇସ୍‌ ପ୍ରେସିଡେଣ୍ଟ ଏବଂ ଭାରତ ପ୍ରାନ୍ତର ମୁଖ୍ୟ ପଦରୁ ଇସ୍ତଫା ଦେଲେ ମନୁ କୁମାର ଜୈନ। ମନୁ କୁମାର ସୋମବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ କମ୍ପାନୀରେ ଦୀର୍ଘ ୯ ବର୍ଷ ଧରି କାମ କରି ଆସୁଥିଲେ। ସେ ଏହି ଇସ୍ତଫା ଇଡି ଏବଂ ସାଓମି ମଧ୍ୟରେ ଜାରି ରହିଥିବା ଛକାପଞ୍ଝା ମଧ୍ୟରେ ଦେଇଛନ୍ତି। କମ୍ପାନୀ ଉପରେ ବିଦେଶୀ ମୁଦ୍ରା ଅଧିନିୟମର ଉଲ୍ଳଘଂନ ଅଭିଯୋଗ ଲଗାଇଛି ଇଡି। ସାଓମି ଯେତେବେଳେ ୨୦୧୪ ରେ ଭାରତରେ ପ୍ରବେଶ କରିଥିଲା। ଜୈନ କମ୍ପାନୀରେ ଯୋଗେ ଦେଇଥିଲେ। ସେ କମ୍ପାନୀ ଛାଡ଼ିବା ନେଇ ଟ୍ବିଟ୍‌ କରି କହିଛନ୍ତି।

୨୦୧୪ ରେ ସାଓମିରେ ଯୋଗ ଦେଇଥିଲେ:

ମନୁ ଜୈନ ୨୦୧୪ ରେ ସାଓମିରେ ଯୋଡ଼ି ହୋଇ ନିଜର ଯାତ୍ରା ଆରମ୍ଭ କରିଥିଲେ ମନୁ। ସାଓମିରେ ପ୍ରଥମେ ମ୍ୟାନେଜିଙ୍ଗ୍‌ ଡାଇରେକ୍ଟର ଭାବରେ କାମ ଦିଆଯାଇଥିଲା ଏବଂ ସାଓମିକୁ ଭାରତ ଆଣିବା ଏବଂ ଏଠାରେ କାମ କରିବାର ମହତ୍ବପୂର୍ଣ୍ଣ କାର୍ଯ୍ୟ ଦିଆଯାଇଥିଲା। ଏହା ପରେ ନିଜର କାର୍ଯ୍ୟଦକ୍ଷତା ବଳରେ ବିକ୍ରି ଏବଂ ସବୁଠୁ ସଫଳ ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍ ଭାବରେ ଭାରତରେ ସ୍ଥାପିତ କରିଥିଲେ ମନୁ କୁମାର ଜୈନ। ସେ ବର୍ତ୍ତମାନ, ଭାରତ, ବାଙ୍ଗଲାଦେଶ, ନେପାଳ, ଭୁଟାନ ଏବଂ ଶ୍ରୀଲଙ୍କା ପାଇଁ ସାଓମିର ଗ୍ଲୋବାଲ୍‌ ଭାଇସ୍‌ ପ୍ରେସିଡେଣ୍ଟ ଏବଂ ଭାରତରେ ମ୍ୟାନେଜିଙ୍ଗ୍‌ ଡାଇରେକ୍ଟର ଥିଲେ। ଭାରତରେ ବିକ୍ରି ମାମଲାରେ ସାଓମି ଏବେ ଟପ୍ ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଭାବରେ ରହିଛି।

ମନୁ କୁମାର ଲାଇଫ୍‌ଷ୍ଟାଇଲ ଏବଂ ଫ୍ୟାସନ ଓ୍ବେବସାଇଟ୍ Jabong.com ର କୋ-ଫାଉଣ୍ଡର ଭାବରେ ମଧ୍ୟ ରହିଛନ୍ତି। ବିଟେକ୍ ପରେ ହେଡଷ୍ଟ୍ରଙ୍ଗ ପାଇଁ ବରିଷ୍ଠ ସହଯୋଗୀ ଭାବରେ କାମ କରିଥିଲେ। ଆଇଆଇଟି ଦିଲ୍ଲୀରୁ ପଢ଼ୁଥିବାବେଳେ ସେ ଇନଭେଷ୍ଟମେଣ୍ଟ ବ୍ୟାଙ୍କ୍ ପାଇଁ କୋଡ୍‌ ଲେଖୁଥିଲେ ଏବଂ ସଫ୍ଟଓୟାର ସଲ୍ୟୁସନ ଦେଉଥିଲେ। ମେ ୨୦୦୫ ପର୍ଯ୍ୟନ୍ତ ସେ ଛାଡ଼ିବା ପର୍ଯ୍ୟନ୍ତ ସେଠାରେ ଦୁଇ ବର୍ଷ ପର୍ଯ୍ୟନ୍ତ ସେଠାରେ କାମ କରିଥିଲେ। ସେ ଟାଟା ଆଡମିନିଷ୍ଟ୍ରେଟିଭ୍‌ ସର୍ଭିସେସ୍‌ରେ ମଧ୍ୟ କାମ କରିଥିଲେ।

   Related Posts