ବନ୍ଧୁକ ଚାଳନାରେ ମନୁ, ଏଲାଭେନିଲ୍ ଓ ଦିବ୍ୟାଂଶଙ୍କୁ ମିଳିଲା ସ୍ବର୍ଣ୍ଣ ପଦକ, ସ୍କୋର ତାଲିକାର ଶୀର୍ଷରେ ରହିଛି ଭାରତ

Published By : Prameya-News7 Bureau | November 21, 2019 IST

ନୂଆଦିଲ୍ଲୀ୨୧/୧୧: ଆଇଏସ୍‌ଏସ୍‌ ଏଫ୍‌ ସୁଟିଂ ବିଶ୍ବକପର ବନ୍ଧୁକ ଚାଳନାରେ ଭାରତର ମନୁ ଭାକର, ଏଲାଭେନିଲ୍‌ ଓ ଦିବ୍ୟାଂଶ ଅଧିକ ସ୍କୋର ହାସଲ କରିଛନ୍ତି। ଚୀନର ପୁତିଆନରେ ଚାଲିଥିବା ୧୦ ମିଟର ମହିଳା ଏୟାର ପିସ୍ତଲ ଇଭେଣ୍ଟର ଫାଇନାଲରେ ୧୭ ବର୍ଷ ବୟସ୍କା ମନୁ ୨୪୪.୭ ସ୍କୋର କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେହିପରି ୧୦ ମିଟର ମହିଳା ଏୟାର ରାଇଫଲ ଇଭେଣ୍ଟରେ ଏଲାଭିନୀଲ୍ ୨୫୦.୮ ସ୍କୋର କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଏଥିସହ ୧୦ ମିଟର ପୁରୁଷ ରାଇଫଲ ଇଭେଣ୍ଟରେ ଦିବ୍ୟାଂଶ ୨୫୦.୧ ସ୍କୋର କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଭାରତ ତିନୋଟି ସ୍ବର୍ଣ୍ଣ ପଦକ ହାସଲ କରିବା ସହ ସ୍କୋରର ତାଲିକାର ଶୀର୍ଷରେ ରହିଛି।

କମନଓ୍ବେଲଥ୍‌ ଗେମ୍‌ସରେ ଗୋଲ୍ଡ ମେଡାଲ ଜିତିଥିବା ମନୁ ୧୦ ମିଟର ଇଭେଣ୍ଟରେ ୨୪୪.୭ ସ୍କୋର କରି ଜୁନିୟର ଓ୍ବାର୍ଲଡ୍ ରେକର୍ଡ ସୃଷ୍ଟି କରିଛନ୍ତି। ଏହା ପୂର୍ବରୁ ଅର୍ଥାତ ୨୦୧୮ ମସିହାରେ ଚୀନର ରେନକ୍ସନ ଜିୟାନ ୨୪୩.୩ ସ୍କୋରି କରି ରେକର୍ଡ ସୃଷ୍ଟି କରିଥିଲେ। ଚୀନ ସୁଟର୍ ରେନକ୍ସନଙ୍କ ରେକର୍ଡକୁ  ଭାରତର ମନୁ ଭାଙ୍ଗିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.