ମନ୍ତ୍ରୀଙ୍କ ଉତ୍ତରରେ ବିଧାୟକ ଖପ୍ପା , ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରି ରଖିଲେ ଅଭିଯୋଗ

Published By : Prameya-News7 Bureau | February 19, 2020 IST

ଭୁବନେଶ୍ୱର ୧୯।୨: ବିଧାନସଭାରେ ମନ୍ତ୍ରୀଙ୍କ ଉତ୍ତରକୁ ନେଇ ସଦସ୍ୟଙ୍କ ଅସନ୍ତୋଷ । ମନ୍ତ୍ରୀ ଗୃହରେ ସଠିକ ଉତ୍ତର ରଖୁନଥିବା ନେଇ ବୁଧବାର ବିଧାନସଭାରେ ଉଭୟ ଶାସକ ଓ ବିରୋଧୀ ସଦସ୍ୟ ଉଦବେଗ ପ୍ରକାଶ କରି ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମନ୍ତ୍ରୀ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଉତ୍ତର ରଖୁଛନ୍ତି ଓ ପ୍ରଶ୍ନ ଅନୁସାରେ ତଥ୍ୟ ଦେଉ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି । ସେପଟେ ଶାସକ ଦଳ ମୁଖ୍ୟ ସଚେତକ କହିଛନ୍ତି ମନ୍ତ୍ରୀ ସଠିକ ତଥ୍ୟ ଦେଉଛନ୍ତି । ହେଲେ ଯାହାର କିଛି ଅଡୁଆ ଅଛି ସେମାନେ ଏମିତି ଅଭିଯୋଗ କରୁଛନ୍ତି ।

{"id":226474,"sizeSlug":"large"}

ଉତ୍ତରକୁ ନେଇ ଅସନ୍ତୋଷ । ମନ୍ତ୍ରୀଙ୍କ ଉପରେ ଖପ୍ପା ମାନ୍ୟବର ସଦସ୍ୟମାନେ ।  ବିଧାନସଭାରେ ମନ୍ତ୍ରୀମାନେ ସଠିକ ଉତ୍ତର ରଖୁ ନାହାନ୍ତି ବୋଲି ସିଧା ଆକ୍ଷେପ କରିଛନ୍ତି । ପ୍ରଶ୍ନ ଗୋଟେ ମନ୍ତ୍ରୀଙ୍କ ଉତ୍ତର ଆଉ ଗୋଟେ । ସଦସ୍ୟ ମାନେ ଯାହା ଜାଣିବାକୁ ଚାହୁଁଛନ୍ତି ମନ୍ତ୍ରୀଙ୍କ ଉତ୍ତରରେ ସେ ତଥ୍ୟ ରହୁନି । ଏମିତିକି ବାଚସ୍ପତିଙ୍କ ରୁଲିଂରେ ବି ସଠିକ ସଠିକ ଉତ୍ତର ଦେଉନାହାନ୍ତି ମନ୍ତ୍ରୀ ।

{"id":226475,"sizeSlug":"large"}

ବିଧାନସଭାରେ ମନ୍ତ୍ରୀଙ୍କ ଉତ୍ତର କୁନେଇ ଏମିତି ଅଭିଯୋଗର ପାହାଡରେ ଠିଆ କରିଥିଲେ ଉଭୟ ଶାସକ ଓ ବିରୋଧୀ  ସଦସ୍ୟ । ବିଜେଡି ବିଧାୟକ କିଶୋର ମହାନ୍ତି ଆଜି ଶୂନ୍ୟ କାଳରେ ଯୋଗାଣ ମନ୍ତ୍ରୀ ଓ  ପର୍ଯ୍ୟଟନ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରିଥିଲେ । ମନ୍ତ୍ରୀ ଗୋଟିଏ ବିଷୟରେ ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ଉତ୍ତର ରଖିଥିବା ଦର୍ଶାଇଥିଲେ । ସେମିତି ଶାସକ ଦଳର ବିଧାୟକ ରାଜେନ୍ଦ୍ର ସାହୁ ବି ବାଚସ୍ପତିଙ୍କ ରୁଲିଂ କାର୍ଯ୍ୟକାରୀ ହେଉ ନଥିବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଶୂନ୍ୟ କାଳରେ ସାମନ ଅଭିଯୋଗ ଆଣି ଥିଲେ ।

{"id":226476,"sizeSlug":"large"}

 ସଦସ୍ୟଙ୍କ ଏପରି ଅଭିଯୋଗକୁ କିନ୍ତୁ ଗ୍ରହଣ କରି ନାହାନ୍ତି ସରକାର । ମନ୍ତ୍ରୀ ସବୁବେଳେ ସଠିକ ତଥ୍ୟ ଗୃହରେ ରଖୁଛନ୍ତି । ଯେଉଁ ସଦସ୍ୟଙ୍କ କିଛି ଅସୁବିଧା ହେଉଥିବ ସେମାନେ ସେମିତି ଅଭିଯୋଗ କରୁଥିବେ ଏହାର ଅର୍ଥ ମନ୍ତ୍ରୀ ସଠିକ ଉତ୍ତର ରଖୁ ନାହାନ୍ତି ନୁହେଁ ବୋଲି ଶାସକ ଦଳର ମୁଖ୍ୟ ସଚେତକ କହିଛନ୍ତି ।

{"id":226477,"sizeSlug":"large"}

ସେପଟେ ବିଧାନସଭା ଆଟେଣ୍ଡାନ୍‌ସରେ ବିଜେଡି ପାଲଲହଡା ବିଧାୟକ ମୁକେଶ ପାଲଙ୍କ ନାଁ ସ୍ଥାନରେ ପୂର୍ବତନ ବିଧାୟକଙ୍କ ନାଁ ଅଛି । ଏହା ସହ ଏକ ସରକାରୀ କାର୍ଯ୍ୟକ୍ରମରେ ତାଙ୍କ ନାଁ ନଥାଇ ଖାଲି ପାଲଲହଡା ବିଧାୟକ ଲେଖାଯାଇଥିବାରୁ ଶୂନ୍ୟକାଳରେ ସେ ଅସନ୍ତୋଷ ପ୍ରକାଶ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.