ଏହି ମନ୍ତ୍ର ଜପ କରିବା ଦ୍ୱାରା କେବେ ମଧ୍ୟ ଦେଖିବାକୁ ପଡିବ ନାହିଁ ଦାରିଦ୍ର୍ୟ

Published By : Prameya-News7 Bureau | June 16, 2019 IST

ଭୁବନେଶ୍ୱର ୧୬/୬ : ହିନ୍ଦୁ ଧର୍ମରେ ହଜାର ହଜାର ପ୍ରକାର ସାଧନା ସମ୍ପର୍କରେ କୁହାଯାଇଛି । ସାଧନା ଦ୍ୱାରା ସିଦ୍ଧି ପ୍ରାପ୍ତ ହୋଇଥାଏ । ସାଂସାରିକ ଏବଂ ଆଧ୍ୟାତ୍ମିକ ଶାନ୍ତି ପାଇଁ ବ୍ୟକ୍ତି ସିଦ୍ଧି ପ୍ରାପ୍ତ କରିବାକୁ ଚାହିଁଥାଏ । ଆପଣ ଚାହୁଁଛନ୍ତି କି ଆପଣଙ୍କ କଥା ସମସ୍ତେ ମାନନ୍ତୁ, ଆପଣଙ୍କୁ ଦେଖି ସମସ୍ତେ ଆକର୍ଷିତ ହୁଅନ୍ତୁ, ନିଜ ଲୋକଙ୍କ ଉପରେ ଆପଣ ନିଜର ଆଧିପତ୍ୟ ବିସ୍ତାର କରିବାକୁ ଚାହୁଁଛନ୍ତି, ଆପଣ ସମସ୍ତଙ୍କ ହୃଦୟରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିବାକୁ ଚାହୁଁଛନ୍ତି କି ? ତାହେଲେ ଏହି ମନ୍ତ୍ର ଜପ କରନ୍ତୁ । ଏହି ମନ୍ତ୍ର ଜପ କରି ସମସ୍ତଙ୍କ ହୃଦୟରେ ନିଜ ପାଇଁ ସ୍ଥାନ ତିଆରି କରନ୍ତୁ ।

{"id":123483,"width":578,"height":434}

ଏହି ଉପାୟ କରିବା ପାଇଁ ଆବଶ୍ୟକୀୟ ସାମଗ୍ରୀ ହେଲା, ମୁଠାଏ ଲୁଣ, ଚନ୍ଦନ, ଧଳା ମହମବତୀ, ଧଳା କପଡା, ଗୋଟିଏ ଗୁଆ ।

{"id":123486,"width":585,"height":304}

ଉପାୟ – ଦକ୍ଷିଣ ଦିଗକୁ ମୁହଁ କରି ବସିବେ । ଧଳା କପଡା ଉପରେ ମୁଠାଏ ଲୁଣ ରଖିବେ । ଏହା ପାଖରେ ମହମବତୀ ଲଗାଇବେ । ତାପରେ ନିଜ ମଥାରେ ଓ ଧଳା କପଡାରେ ଚନ୍ଦନ ତିଳକ ଲଗାଇବେ । ଏହାପରେ ଗୋଟିଏ ହାତରେ ଗୁଆ ଧରି ଏହି ମନ୍ତ୍ର ୧୩୧ ଥର ଜପ କରିବେ । ମନ୍ତ୍ରଟି ହେଲା – “ଓଁମ୍ ନମୋ ଭଗବତେ କାମଦେବାୟ ୟସ୍ୟ ଦର୍ଶାୟୋ ଭବାମୀ ୟଶ୍ୟ ୟଶ୍ୟ ମମ୍ ମୁଖମ୍ ପଶ୍ଚତି ତଂତଂ ମୋହୟତି ସ୍ୱାହା”

{"id":123484,"width":580,"height":361}

ମନ୍ତ୍ର ଜପ କରିସାରିବା ପରେ ଲୁଣକୁ କପଡା ଉପରେ ରଖିଦେବେ । ଏହି ଉପାୟ ୧୧ ଦିନ ଯାଏଁ କରିବାକୁ ପଡିବ । ୧୧ ଦିନ ଗୁଆକୁ ଲୁଣ ଉପରେ ରଖି କପଡା ଗୁଡାଇ ଦେବେ । ଏହି କପଡାକୁ କୌଣସି ନଦୀ କିମ୍ବା ଝରଣାରେ ଭସାଇଦେବେ । ଏହି ଉପାୟ କରିବାର କିଛି ଦିନ ପରେ ଆପଣ ଏହାର ପ୍ରଭାବ ଦେଖିପାରିବେ । ଲୋକ ଆପଣଙ୍କ ଆଡକୁ ଆକର୍ଷିତ ହେବେ ।

{"id":123485,"width":572,"height":428}

ଏହି ଉପାୟ ବୁଧବାର ଦିନ ଆରମ୍ଭ କରିବାକୁ ହେବ । ୧୧ ଦିନ ଯାଏଁ ସେହି ଲୁଣ ଓ ଗୁଆ ଉପରେ ମନ୍ତ୍ର ପଢିବାକୁ ହେବ । ମହିଳାମାନେ ମାସିକ ଋତୁସ୍ରାବ ସମୟରେ ଏହି ଉପାୟ କରିବେନାହିଁ । କୌଣସି ମନ୍ତ୍ରକୁ ବାରମ୍ବାର ଦୋହରାଇବା ଆଧ୍ୟାତ୍ମିକ ମାର୍ଗର ପ୍ରାରମ୍ଭ ସାଧନା ବୋଲି ବିଚାର କରାଯାଏ । ଅଧିକାଂଶ ଲୋକ ମନ୍ତ୍ର ଜପ ନକରି ନିଜ ଭିତରର ଅଧ୍ୟାତ୍ମ ଚିନ୍ତାଧାରା ଏବଂ ଶକ୍ତିକୁ ଉପରକୁ ଉଠାଇବାରେ ଅସମର୍ଥ ହୋଇଥାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.