କୁଣ୍ଡଳିରେ ସବୁ ଦୋଷ ନିବାରଣ କରିପାରେ ଏହି ମନ୍ତ୍ର, ଜଣନ୍ତୁ ଏହି ଶକ୍ତିଶାଳି ମନ୍ତ୍ରକୁ
31/07/2019 at 6:04 PM

କୁଣ୍ଡଳିରେ କୌଣସି ଦୋଷ ଦେଖା ଗଲେ ଏହାର ସଠିକ ମନ୍ତ୍ର ଜପ କରାଯିବା ଦରକାର। ଏହା ଦ୍ୱାରା ହେଉଥିବା ଦୋଷର ପ୍ରତିକାର ହୋଇଯାଏ। ଯଦି କୁଣ୍ଡଳିରେ ପିତୃଦୋଷ ଅଥବା ଗ୍ରହମାନେ ଅଶାନ୍ତ ରହୁଥାନ୍ତି ତେବେ ଜାତକକୁ ଅନେକ କଷ୍ଟ ଭୋଗିବାକୁ ପଡିଥାଏ। ଏଣୁ ଏହି ସବୁ ଦୋଷର ନିବାରଣ ନିତ୍ୟାନ୍ତ ଜରୁରି । ଯଦି ଆପଣଙ୍କ କୁଣ୍ଡଳିରେ କୌଣସି ପ୍ରକାର ଦୋଷ ଥାଏ ତେବେ ନିମ୍ନରେ ପ୍ରଦତ୍ତ କୌଣସି ମନ୍ତ୍ରକୁ ଜପ କରି ଦୋଷ ଶାନ୍ତି କରିପାରନ୍ତି।

ଜାତକରେ ପିତୃଦୋଷ ହେଉଥିଲେ ଶ୍ରୀକୃଷ୍ଣ ମୁଖାମୃତ ଗୀତା ପାଠ କରନ୍ତୁ। ଏହାକୁ ପାଠ କଲେ ପିତୃ ଦୋଷରୁ ମୁକ୍ତି ମିଳିଯିବ ଓ ଆପଣଙ୍କ ଜୀବନ ଉପରେ ଦୋଷର ଖରାପ ପ୍ରଭାବ ପଡିବ ନାହିଁ। ସେହିପରି ଯେଉଁମାନେ ଭୟଭୀତ ଅବସ୍ଥାରେ ରହୁଛନ୍ତି ସେମାନେ ଯଦି ଶ୍ରୀମଦ ଭାଗବତ ମହାପୁରାଣ ପାଠ କରିବେ ତାଙ୍କର ଭୟାତୁର ଭାବ ଦୂର ହେବା ସହ ସମସ୍ତ ବିପଦରୁ ମୁକ୍ତ ରହିବେ। ଆପଣ ନିଜେ ଏହା ପାଠ କରିପାରନ୍ତି ଅଥବା କୌଣସି ନୈଷ୍ଠିକ ବ୍ରାହ୍ମଣଙ୍କ ଦ୍ୱାରା ମଧ୍ୟ ପାଠ କରାଇ ପାରନ୍ତି। କୌଣସି ଗ୍ରହ ଯଦି ଅଶାନ୍ତ ଥାନ୍ତି ତେବେ ‘ଓଁ ନମୋ ଭଗବତେ ବାସୁଦେବାୟ’ ଜପ କରିବା ସହ ଦେଶୀ ଗାଈ ଘିଅରେ ୧୦୦୮ ଆହୁତି ଦିଅନ୍ତୁ। କେବଳ ‘ଓଁ ନମୋ ଭଗବତେ ବାସୁଦେବାୟ’ ଜପ କଲେ ବି ସମସ୍ତ ଗ୍ରହ ଦୋଷରୁ ମୁକ୍ତ ହୋଇ ପାରିବେ। ତେବେ ଏଥି ନିମନ୍ତେ ଦୈନିକ ୧୦୧ ମନ୍ତ୍ର ଜପ କରିବାକୁ ପଡିବ।

ପ୍ରାୟତଃ କୁଣ୍ଡଳିରେ ଦୋଷ ହେବା ଯୋଗୁ ଲୋକେ ମାନସିକ ଅଶାନ୍ତିରେ ରହନ୍ତି। ଲଗାତାର ମାନଷିକ ଅଶାନ୍ତି ଯୋଗୁ ଲୋକ ଦୁଃଖି ଦେଖାଯାଏ। ଏଣୁ ଏଭଳି ପରିସ୍ଥିତିରେ ନିୟମିତ ‘ ହରେ ରାମ ହରେ ରାମ ରାମ ରାମ ହରେ ହରେ , ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ’ ଜପ କରନ୍ତୁ। ମାନସିକ ଅଶାନ୍ତି ଦୂର ହେବାସହ କୁଣ୍ଡଳି ଦୋଷ ମଧ୍ୟ ଦୂର ହୋଇଯିବ। ଏହି ମନ୍ତ୍ରକୁ ଆପଣ ସନ୍ଧ୍ୟାରେ ୧୬ ଥର ଜପ କରନ୍ତୁ। ଭଗବାନ ଶ୍ରୀକୃଷ୍ଣଙ୍କ ସହ ଅନେକ ମନ୍ତ୍ର ଜଡିତ ଏଥିରେ ଦ୍ୱାଦଶାକ୍ଷର ମନ୍ତ୍ର ମୂଳମନ୍ତ୍ର। ଏହା ବହୁତ ଶକ୍ତିଶାଳୀ । ଏହି ମନ୍ତ୍ର ଜପ କରିବା ଦ୍ୱାରା ଜୀବନର ସମସ୍ତ ସମସ୍ୟା ମନକୁ ମନ ଦୂର ହୋଇଯାଏ। ଯଦି ଆପଣଙ୍କ କୌଣସି କାର୍ଯ୍ୟ ହୋଇ ପାରୁ ନାହିଁ ତେବେ ଏହି ମନ୍ତ୍ରକୁ ନିଶ୍ଚିତ ଜପ କରନ୍ତୁ। ଏହି ମନ୍ତ୍ର ହେଉଛି

‘ ନମୋ ଭଗବତେ ବାସୁଦେବାୟ’।।
ବିନିଯୋଗଃ ଅଶ୍ୟ ଶ୍ରୀ ଦ୍ୱାଦଶାକ୍ଷର ଶ୍ରୀକୃଷ୍ଣ ମନ୍ତ୍ରସ୍ୟ ନାରଦ ଋଷି ଗାୟତ୍ରୀ ଛନ୍ଦଃ ଶ୍ରୀକୃଷ୍ଣ ଦେବତା, ବିଜଂ ନମଃ ଶକ୍ତି, ସର୍ବାର୍ଥ ସଦ୍ଧୟେ ଜପ ବିନିଯୋଗଃ।।
ଧ୍ୟାନଃ
ଚିନ୍ତାଶମ ୟୁକ୍ତ ନିଜଦୋଃ ପରିରବ୍ଧ କାନ୍ତମାଲିଙ୍ଗିତଂ ସଜଲ ନୈନ କରଣ ପତ୍ନ୍ୟା।
ଋଷ୍ୟାଦିନ୍ୟାଶ ପଞ୍ଚାଙ୍ଗ ନ୍ୟାସ ନାରଦାୟେ ଋଷଭେ ନମଃ ଶିରଶି।
ହୃଦୟାୟ ନମଃ ଗାୟତ୍ରୀ ଛନ୍ଦସେ ନମଃ ମୁଖେ । ନମୋ ଶିରଶେ ସ୍ୱାହା
ଶ୍ରୀକୃଷ୍ଣ ଦେବତାୟେ ନମଃ , ହୃଦି ଭଗବତେ ଶିଖାୟେ ବୌଷଟ୍।
ବିଜାୟ ନମଃ, ଗୁହ୍ୟୋ। ବାସୁଦେବାୟ କବଚାୟ ହୁମ୍ ।
ନମଃ ଶକ୍ତୟେ ନମଃ ପାଦୋୟ। ନମୋ ଭଗବତେ ବାସୁଦେବାୟ ଅସ୍ତ୍ରାୟ ଫଟ୍ ।।
ଏହି ମନ୍ତ୍ରକୁ ଆପଣ ଦିନରେ ଦୁଇ ଥର ଜପି ପାରିବେ। ଏଥିପାଇଁ କୌଣସି ମନ୍ଦିରକୁ ଯାଇ ଭଗବାନ ଶ୍ରୀକୃଷ୍ଣଙ୍କୁ ଚିତରେ ସ୍ମରଣ ପୂର୍ବକ ମନ୍ତ୍ର ଜପ କରିପାରନ୍ତି।