Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଏମ୍‌ସ ଓ କ୍ୟାପିଟାଲ ହସ୍ପିଟାଲରେ ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

4/06/2023 at 2:02 PM

ଭୁବନେଶ୍ୱର ୦୪।୦୬ : ଓଡିଶାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ।  ଏମସ୍ ଓ କ୍ୟାପିଟାଲ ହସ୍ପିଟାଲରେ ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ। ଉଭୟ ମେଡିକାଲରେ ଯାଇ ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତ ଦେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ।

ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ, ଦିଲ୍ଲୀର ୩ଟି ମେଡିକାଲରୁ ଆସିଛନ୍ତି ବିଶେଷଜ୍ଞ ଡାକ୍ତର ଟିମ୍। ସେମାନେ ଭୁବନେଶ୍ୱର ଏମ୍ସରେ ପହଞ୍ଚିବା ପରେ ବୈଠକ କରିବେ। ବାୟୁ ସେନାର ସ୍ଵତନ୍ତ୍ର ବିମାନରେ ସେମାନେ ଭୁବନେଶ୍ୱର ଆସିଛନ୍ତି। ଯେହେତୁ ୧୦୦ରୁ ଅଧିକ ଗୁରୁତର ରୋଗୀ ବାଲେଶ୍ଵର, ସୋର, ଭଦ୍ରକ ଓ କଟକ ମେଡ଼ିକାଲରେ ଅଛନ୍ତି। ସେମାନଙ୍କୁ କିଭଳି ଉତ୍ତମ ଚିକିତ୍ସା ମିଳିବ ।

ସେହିପରି  ଆବଶ୍ୟକତା ଅନୁସାରେ ଅନ୍ୟ କେଉଁ ମେଡ଼ିକାଲକୁ ସ୍ଥାନାନ୍ତର କରାଯିବ ସେ ନେଇ ଏମ୍ସ ନିର୍ଦ୍ଦେଶକ ଓ ଡାକ୍ତରୀ ଟିମ୍ ସହ ଆଲୋଚନା କରିବେ। ବିଶେଷଜ୍ଞ ଡ଼ାକ୍ତର ସାଥିରେ କିଛି ଚିକିତ୍ସା ଉପକରଣ ଓ ମେଡ଼ିସିନ ମଧ୍ୟ ସାଥିରେ ଆଣିଛନ୍ତି।

You Can Read :

   Related Posts