ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗ ଚଳିତ ବର୍ଷ ପାଇଁ ଭୀଷଣ ତାତି ନେଇ ଚେତାବନୀ ଜାରି କରିଛି । ଏହାକୁ ନେଇ କେନ୍ଦ୍ର ସରକାର ମଧ୍ୟ ଏବେଠାରୁ ଆକ୍ଟିଭ ହୋଇଛନ୍ତି । ପାଣିପାଗ ବିଭାଗର ଚେତାବନୀ ପରେ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ବୁଧବାର ବଡ଼ ବୈଠକ କରିଛନ୍ତି । ଏଥିରେ ଆଇଏମଡି, ସ୍ୱାସ୍ଥ୍ୟ ବିଭାଗ ଏବଂ ବିପର୍ଯ୍ୟୟ ପରିଚାଳନାର ଅଧିକାରୀ ଉପସ୍ଥିତ ଥିଲେ । ଏହି ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଆଡଭାଇଜରି ଜାରି କରିବାକୁ କୁହାଯାଇଛି ।
ବୈଠକ ପରେ ମନସୁଖ ମାଣ୍ଡଭିୟ କହିଛନ୍ତି, 'ଆଇଏମଡି ଚଳିତ ବର୍ଷ ପାଇଁ ଅଲ-ନିନୋ ନେଇ ପୂର୍ବାନୁମାନ କରାଯାଇଛି ଏବଂ ଏଥିପାଇଁ ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହର ସମ୍ଭାବନା ଅଧିକ ରହିଛି । ଆଇଏମଡି କହିଛି ଯେ ଏହି ଗରମ ପ୍ରବାହରେ ତାପମାତ୍ରା ସାମାନ୍ୟରୁ ଅଧିକ ରହିବ ।' ସେ କହିଛନ୍ତି, 'ଏଇ ବର୍ଷ ଲୋକସଭା ନିର୍ବାଚନ ହେବାକୁ ଯାଉଛି ଏବଂ ହିଟ୍ୱେଭ ଯୋଗୁଁ ହିଟ୍ ଷ୍ଟ୍ରୋକ୍ ଯେପରି ନହେବ, ସେଥିରୁ ସୁରକ୍ଷା ପାଇଁ ମୁଁ ଆଇଏମଡି, ସ୍ୱାସ୍ଥ୍ୟ ବିଭାଗ ଏବଂ ବିପର୍ଯ୍ୟୟ ପରିଚାଳନା ଅଧିକାରୀଙ୍କ ସହ ବିସ୍ତୃତ ସମୀକ୍ଷା କରିଛି ।'
#WATCH | Delhi: Union Minister of Health & Family Welfare, Mansukh Mandaviya says, "IMD has predicted El-Nino for this year and hence the probability of heat wave is higher this year. IMD has said that the summer temperature will be higher than usual, this summer. This year is an… https://t.co/8VS1pur1aI pic.twitter.com/2FeCexUNUs
— ANI (@ANI) April 3, 2024
ଭାରତୀୟ ପାଣିପାଗ ବିଭାଗର ଚେତାବନୀ ଅନୁସାରେ ଗୁଜରାଟ, ମଧ୍ୟ ମହାରାଷ୍ଟ୍ର, ଉତ୍ତର କର୍ଣ୍ଣାଟକ, ରାଜସ୍ଥାନ, ମଧ୍ୟପ୍ରଦେଶ, ଓଡ଼ିଶା, ଉତ୍ତର ଛତିଶଗଡ଼ ଏବଂ ଆନ୍ଧ୍ର ପ୍ରଦେଶରେ ସବୁଠୁ ଅଧିକ ପ୍ରଭାବ ପକାଇବାର ଆଶଂକା ରହିଛି । ଏପ୍ରିଲ ଏବଂ ଜୁନ୍ ମଧ୍ୟରେ ଦେଶର ଅଧିକାଂଶ ଭାଗରେ ତାପମାତ୍ରା ସାମାନ୍ୟଠାରୁ ଅଧିକ ରହିବ ।