ତ୍ରିଷା କ୍ରିଷ୍ଣନଙ୍କ ବିରୋଧରେ ମାନହାନି ମାମଲା କରିବେ ମନସୁର ଅଲି ଖାନ, କହିଲେ- କ୍ଷମା ମାଗିବା କଥା କେବଳ ଥଟ୍ଟା

Published By : Prameya-News7 Bureau | November 28, 2023 IST

ନୂଆଦିଲ୍ଲୀ: ତାମିଲ ଅଭିନେତ୍ରୀ ତ୍ରିଷା କ୍ରିଷ୍ଣନ୍‌ଙ୍କୁ ନେଇ ବିବାଦୀୟ ବୟାନ ପାଇଁ ଅଭିନେତା ମନସୁର ଅଲୀ ଖାନ୍‌ ନିକଟରେ କ୍ଷମା ମାଗିଥିଲେ। ହେଲେ ଏବେ ସେ ନିଜ ବୟାନରୁ ଓହରିଛନ୍ତି। ଏମିତିକି ଏବେ ସେ ଅଭିନେତ୍ରୀଙ୍କ ବିରୋଧରେ ମାନହାନି ମାମଲା କରିବା କଥା କହିଛନ୍ତି। ଏକ ସାକ୍ଷାତକାରରେ ମନସୁର କହିଛନ୍ତି, ସେ ମାନହାନି ମାମଲା କରୁଛନ୍ତି ଏବଂ କ୍ଷମା ମାଗିବା କଥା କେବଳ ଥଟ୍ଟା ଥିଲା।

ସୂଚନାଥାଉକି, ଲୋକେଶ କନଗରାଜଙ୍କ ଫିଲ୍ମ ଲିଓରେ ତ୍ରିଷା ଏବଂ ମନସୁର କାମ କରିଥିଲେ। କିନ୍ତୁ ସେମାନେ କୌଣସି ସ୍କ୍ରିନ୍‌ ସେୟାର କରିଥିଲେ। ମନସୁରଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ସେ କହିଥିଲେ ଯେ ‘‘ଯେତେବେଳେ ତ୍ରିଷାଙ୍କ ସହ ଅଭିନୟ କରିବା କଥା ଶୁଣିଥିଲି, ଭାବିଲି ଫିଲ୍ମରେ ଏକ ବେଡ୍‌ରୁମ୍‌ ସିନ୍‌ ଥିବ। ଭାବିଥିଲା ତାଙ୍କୁ ମଧ୍ୟ ଅନ୍ୟ ଅଭିନେତ୍ରୀଙ୍କ ଭଳି ବେଡ୍‌ରୁମ୍‌କୁ ସେହିଭଳି ନେଇଯିବି ଯେଉଁଭଳି ପୂର୍ବରୁ କରିଥିବା ଫିଲ୍ମରେ ଅନ୍ୟ ଅଭିନେତ୍ରୀଙ୍କ ସହ କରିଥିଲି। ଅନେକ ଫିଲ୍ମରେ ଏଭଳି କରିଛି ଏହା ମୋ ପାଇଁ କିଛି ନୂଆ କଥା ନୁହେଁ। କିନ୍ତୁ ଏମାନେ କାଶ୍ମୀର ସିଡ୍ୟୁଲ ସମୟରେ ସେଟ୍‌ରେ ମତେ ତ୍ରିଷାଙ୍କୁ ଦେଖାଇନଥିଲେ।’’

ଆହୁରି ପଢ଼ନ୍ତୁ: ତ୍ରିଷା କ୍ରିଷ୍ଣନଙ୍କ ଉପରେ ବୟାନବାଜି କରି ଅଡ଼ୁଆରେ ଅଭିନେତା, ରୁଜୁ ହେଲା ମାମଲା

ଆଉ ଏହାକୁ ନେଇ ବେଶ୍‌ ବିବାଦ ମଧ୍ୟ ହୋଇଥିଲା। ଏହି ଭିଡିଓ ଭାଇରାଲ ହେବା ପରେ ତ୍ରିଷା ମଧ୍ୟ ଏହାର ଘୋର୍‌ ନିନ୍ଦା କରିଥିଲେ। ସେ ଏହାକୁ ଲିଙ୍ଗଗତ ଭେଦଭାବ, ଅପମାନଜନକ, ମହିଳା ବିରୋଧୀ ଏବଂ ଅତି ଖରାପ ବୋଲି କହିଥିଲେ। ଘଟଣାରେ ରାଷ୍ଟ୍ରୀୟ ମହିଳା ଆୟୋଗ ମାମଲାରେ ନିଜଆଡ଼ୁ ମାମଲାରେ ହସ୍ତକ୍ଷେପ କରିବା ସହ ତାମିଲନାଡୁ ପୋଲିସ ବିରୋଧରେ ମାମଲା ରୁଜୁ କରିବା ନିର୍ଦ୍ଦେଶ ଜାରି କରିଥିଲେ। ଆଉ ନିଜ ବିରୋଧରେ ସମନ ଜାରି ହେବା ପରେ ମନସୁର ଏକ ବୟାନ ଦେଇ ସମୟ ମାଗିଥିଲେ। ମାମଲା ରୁଜୁ ହେବା ପରେ ସେ ତ୍ରିଷାଙ୍କୁ କ୍ଷମା ମାଗି ତାଙ୍କ ବିବାହରେ ଆଶୀର୍ବାଦ ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ। ହେଲେ ଏବେ ସେ ନିଜ କଥାରୁ ୟୁ-ଟର୍ଣ୍ଣ ମାରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.