ନିୟମିତ ସମୟର ୪ ଦିନ ପୂର୍ବରୁ ପଶ୍ଚିମବଙ୍ଗ ପହଞ୍ଚିଲା ମୌସୁମୀ, ଆଗାମୀ ୫ ଦିନ ପର୍ଯ୍ୟନ୍ତ ପୂର୍ବୋତ୍ତରରେ ବର୍ଷା ଅନୁମାନ

Published By : Prameya-News7 Bureau | June 04, 2022 IST

କୋଲକାତା ୪।୬: ଦକ୍ଷିଣ-ପଶ୍ଚିମ ମୌସୁମୀ ଶୁକ୍ରବାର ପଶ୍ଚିମବଙ୍ଗରେ ପ୍ରବେଶ କରିଛି। ଫଳରେ ପୂର୍ବୋତ୍ତରର ପାଣିପାଗ ବଦଳିଥିବା ବେଳେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ବର୍ଷା ଆକଳନ କରାଯାଉଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଚଳିତବର୍ଷ ସଅଳ ମୌସୁମୀ ପୂର୍ବାନୁମାନ କରିଥିଲେ। ସେହି ଅନୁସାରେ ନିୟମିତ ସମୟର ୯ ଦିନ ପୂର୍ବରୁ ଅର୍ଥାତ ମେ ୧୫ ତାରିଖ ବେଳକୁ ମୌସୁମୀ ଆଣ୍ଡାମାନ ନିକୋବର ପହଞ୍ଚି ସାରିଥିବା ବେଳେ ସ୍ଥିର ହୋଇଯାଇଥିଲା।

{"id":638235,"width":839,"height":443,"sizeSlug":"full","linkDestination":"none"}

ଏଣୁ ଆଇଏମଡିଙ୍କ ଆକଳନର ୨-୩ ଦିନ ବିଳମ୍ବରେ ମୌସୁମୀ କେରଳ ପହଞ୍ଚିଥିବା ବେଳେ ନିୟମିତ ସମୟ ପୂର୍ବରୁ ପଶ୍ଚିମବଙ୍ଗ ପହଞ୍ଚିଛି। ଆଇଏମଡିଙ୍କ ଅନୁସାରେ ୮ ଜୁମ ସକାଳ ସୁଦ୍ଧା ମୌସୁମୀ କୁଚବିହାର, ଜଲପାଇଗୁଡି, ଅଲିପୁରଦ୍ୱାର, ଦାର୍ଜିଲିଂ ଓ କାଲିମପଙ୍ଗରେ ବର୍ଷା ଆରମ୍ଭ ହୋଇଯିବ। ପାଣିପାଗ ବିଭାଗଙ୍କ ଅନୁସାରେ ଉପକୂଳ ଉତ୍ତର ଓଡିଶା ଏବଂ ପଶ୍ଚିମବଙ୍ଗର ଗାଙ୍ଗେୟ କ୍ଷେତ୍ର ଉପରେ ସାଇକ୍ଲୋନିକ ସର୍କଲ ସୃଷ୍ଟି ହେବା ଯୋଗୁ ପୂର୍ବୋତ୍ତର ଭାରତକୁ ଦକ୍ଷିଣ-ପଶ୍ଚିମବାୟୁ ସଞ୍ଚାଳନ ହେବା ଯୋଗୁ ମୌସୁମୀ ସକ୍ରିୟ ହୋଇଛି।

{"id":638233,"sizeSlug":"full","linkDestination":"none"}
imd

ଆଇଏମଡିଙ୍କ ଅନୁସାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଶୁକ୍ରବାର ସମଗ୍ର ଉତ୍ତର-ପୂର୍ବ ରାଜ୍ୟମାନଙ୍କ ସମେତ  ଉପ ହିମାଳୟ ପଶ୍ଚିମବଙ୍ଗ, ସିକ୍କିମର କିଛି ଅଂଶ ଉପରେ ବ୍ୟାପ୍ତ ହୋଇଛି। ଏଣୁ ଏହି ସବୁ କ୍ଷେତ୍ରରେ ଆଗାମୀ ଦିନମାନଙ୍କରେ ବର୍ଷା ଅନୁମାନ କରାଯାଉଛି। ଏହା ପୂର୍ବରୁ ଆଇଏମଡି କେରଳ, ଉପକୂଳ କର୍ଣ୍ଣାଟକ ଓ ଲକ୍ଷାଦ୍ୱୀପରେ ହାଲୁକାରୁ ମଧ୍ୟମ ବର୍ଷା ଆକଳନ କରୁଥିଲେ। ଏହା ଛଡା ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଉତ୍ତର ଅନ୍ତରୀଣ କର୍ଣ୍ଣାଟକରେ ବର୍ଷା ଆକଳନ କରିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.