କେରଳ ଛୁଇଁଲା ମୌସୁମୀ, ସପ୍ତାହେ ବିଳମ୍ୱରେ ଆସିଲା

Published By : Prameya-News7 Bureau | June 08, 2023 IST

ଭୁବନେଶ୍ୱର ୦୮/୦୬: କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ସପ୍ତାହେ ବିଳମ୍ୱରେ ଛୁଇଁବା ନେଇ ସ୍ପଷ୍ଟ କଲା ପାଣିପାଗ ବିଭାଗ । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।

ଆରବସାଗରରେ ସୃଷ୍ଟି ହୋଇଥିବା ଭୀଷଣ ବାତ୍ୟା ଯୋଗୁ କେରଳରେ ମୋସୁମୀ ବାୟୁ ପହଞ୍ଚିବାରେ ବିଳମ୍ବ ହୋଇଥିଲା । ବୁଧବାର ୪୮ ଘଣ୍ଟା ମଧ୍ୟରେ ମୌସୁମୀ କେରଳ ଛୁଇଁବା ନେଇ ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ । ତେବେ ଜୁନ ୨୦ବେଳକୁ ମୌସୁମୀ ଓଡ଼ିଶା ଛୁଇଁପାରେ ବୋଲି ଆକଳନ କରାଯାଉଛି । ଆରବ ସାଗରରେ ବାତ୍ୟା କାରଣରୁ ମୌସୁମୀ ବିଳମ୍ବ ହେଉଛି ଆଉ ଏଣେ ସାରା ଓଡ଼ିଶା ଅସହ୍ୟ ତାତିରେ ଜଳୁଛି ।

wp:embed {"url":"https://www.prameyanews7.com/depression-over-the-southeast-arabian-sea/","type":"wp-embed","providerNameSlug":"prameya-news-7"}
https://www.prameyanews7.com/depression-over-the-southeast-arabian-sea/
/wp:embed

ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜରେ ଗ୍ରୀଷ୍ମପ୍ରବାହ ଜାରି ରହିବ । ଆସନ୍ତା ଦୁଇ ଦିନ କେତେକ ଜିଲ୍ଲାରେ ସର୍ବୋଚ୍ଚ ତାପମାତ୍ରା ୨ ଡିଗ୍ରି ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏଥିସହ କେତେକ ଜିଲ୍ଲାରେ ସ୍ବାଭାବିକ ତାପମାତ୍ରା ୩ରୁ ୫ ଡିଗ୍ରି ଅଧିକ ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.