୪୮ ଘଣ୍ଟାରେ କେରଳ ଛୁଇଁବ ମୌସୁମୀ ! ପାଗ ଅନୁକୂଳ ଥିବା କହିଲା ପାଣିପାଗ ବିଭାଗ
7/06/2023 at 12:03 PM

ଭୁବନେଶ୍ୱର ୦୭/୦୬: ଆସନ୍ତା ୪୮ ଘଣ୍ଟା ମଧ୍ୟରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । କେରଳ ଉପକୂଳ ଛୁଇଁବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି । ପାଗ ସମ୍ପୂର୍ଣ୍ଣ ଅନୁକୂଳ ଥିବା କହିଲା ପାଣିପାଗ ବିଭାଗ ।
ସୂଚନା ଥାଉକି, ୧୫ ତାରିଖ ପରେ ଓଡିଶା ଛୁଇଁପାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଆରବ ସାଗରରେ ଲଘୁଚାପ ସୃଷ୍ଟି ହେବା ଯୋଗୁଁ ବିଳମ୍ବରେ ଆସିପାରେ ମୌସୁମୀ । କେରଳ ଅଭିମୁଖେ ବଢୁଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁକୁ ଏହା ବିଳମ୍ବିତ କରୁଛି । ଏହା ପ୍ରଭାବରେ ୮ତାରିଖରୁ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ଖରା ହେବା ସମ୍ଭାବନା ରହିଛି । ୪୦ରୁ ୪୫ ଡିଗ୍ରୀ ଛୁଇଁପାରେ ତାପମାତ୍ରା ।
ସେପଟେ ଆରବ ସାଗରରେ ସୃଷ୍ଟି ହୋଇଥିବା ଅବପାତ ବାତ୍ୟାର ରୂପ ନେଇଛି । ଏହା ଏବେ ପୂର୍ବ ମଧ୍ୟ ଏବଂ ଦକ୍ଷିଣ ପୂର୍ବ ଆରବ ସାଗର ମଧ୍ୟରେ ଗୋଆ ଉପକୂଳଠାରୁ ୯୨୦ କିଲୋମିଟର ଦୂରରେ ସକ୍ରିୟ ରହିଛି । ୮ ତାରିଖ ସୁଦ୍ଧା ଏହା ଭୀଷଣ ବାତ୍ୟାର ରୂପ ନେବ । ଆସନ୍ତା ୧୦ ତାରିଖ ଅପରାହ୍ନ ସୁଦ୍ଧା ଏହି ବାତ୍ୟା ଅତି ଭୀଷଣ ବାତ୍ୟାର ରୂପ ନେବ । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୨୫ କିଲୋମିଟର ରହିବ । ଆସନ୍ତା ୨୪ଘଣ୍ଟା ପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିବ । ଏହାପରେ ଏହି ବାତ୍ୟା ସମୁଦ୍ର ଭିତରେ ଦୁର୍ବଳ ହୋଇଯିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
You Can Read :