ପ୍ରାଇଭେଟ୍‌ ପାର୍ଟରେ ମୁଦି ରଖି ଗର୍ଲଫ୍ରେଣ୍ଡକୁ କରୁଥିଲେ ପ୍ରପୋଜ୍‌ , ଆଉ ତା'ପରେ...

Published By : Prameya-News7 Bureau | November 26, 2021 IST

ନୂଆଦିଲ୍ଳୀ ୨୬।୧୧ : ବର୍ତ୍ତମାନ ପ୍ରେମରେ ଲୋକମାନେ ବିଭିନ୍ନ କ୍ରିଏଟିଭିଟି ଆଣୁଛନ୍ତି । କିଛି ଏଭଳି କରୁଛନ୍ତି ଯେଉଁଥିପାଇଁ ସେମାନେ ଆକର୍ଷିତ ହୋଇ ପାରିବେ । ବର୍ତ୍ତମାନ ଏହା ସାଧାରଣତ କଥା ହେଲାନି କେହି ପର୍ବତ ଉପରକୁ ଚଢିବା କିମ୍ବା ସମୁଦ୍ରର ଗଭୀରକୁ ଯାଇ ନିଜ ହୃଦୟର କଥା ତଥା ପ୍ରେମକୁ ପ୍ରକାଶ କରିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ । ହେଲେ ଭାରତ ବାହାରେ ଏହା ବେଶ୍‌ ଦେଖିବାକୁ ମିଳିଥାଏ । ଠିକ୍‌ ସେହିଭଳି  ଅଷ୍ଟ୍ରେଲିଆରେ ରହୁଥିବା  ଜଣେ ବ୍ୟକ୍ତିଙ୍କ ସହିତ ମଧ୍ୟ ହୋଇଥିଲା। ଏହି ବ୍ୟକ୍ତି ଜଣକ ତାଙ୍କ ପ୍ରେମିକାଙ୍କୁ ପ୍ରସ୍ତାବ ଦେବା ପାଇଁ ଏପରି ଏକ ଚିନ୍ତା ଧାରଣା ଆଣିଥିଲେ, ଯାହା ତାଙ୍କୁ ତାଙ୍କ ପାଇଁ ମହଙ୍ଗା ପଡିଥିଲା ।

ଏକ ରିପୋର୍ଟ ଅନୁଯାୟୀ, ସେହି ଯୁବକଙ୍କ ଗର୍ଲଫ୍ରେଣ୍ଡ ଏକ ଟିଭି ଶୋ’ରେ ସେହି ଦିନର ପୁରା କାହାଣୀ ବର୍ଣ୍ଣନା କରି କହିଛନ୍ତି । ଯେ ତାଙ୍କ ପ୍ରେମିକ ତାଙ୍କୁ କିପରି ଭାବେ ପ୍ରପୋଜ କରିଥାନ୍ତେ । ଏଥିପାଇଁ ସେ ଏକ ବିଶେଷ ପ୍ରସ୍ତୁତି ମଧ୍ୟ କରିଥିଲା । ହେଲେ , ସେ ଏହି ପ୍ରସ୍ତୁତି ବିଷୟରେ କିଛି ଜାଣି ନଥିଲେ । ସେ ପ୍ରପୋଜ କରିବା ଦିନ ଜାଣିବାକୁ ପାଇଲେ ଏବଂ ଏହା ପରେ ଦୁହେଁ ପ୍ରେମ ଭରା କଥା ଡାକ୍ତରଖାନାରେ ବସି ସମୟ ବିତାଇଥିଲେ ।

ବାସ୍ତବରେ, ଯୁବକ ଜଣକ ତାଙ୍କ ଗର୍ଲଫ୍ରେଣ୍ଡ ପାଇଁ ଏକ ମୁଦି କିଣିଥିଲେ ଏବଂ ଏହା ସହିତ ସେ ତାଙ୍କୁ ପ୍ରପୋଜ କରିବାକୁ ଯାଇଥିଲେ । ସାଧାରଣତ ଲୋକମାନେ ଏକ ମୁଦି ଦେଇ ନିଜ ସାଥୀକୁ ପ୍ରପୋଜ କରନ୍ତି । ହେଲେ ଏହି  ଯୁବକ ଜଣକ ଏକ ଅଦ୍ଭୁତ ଉପାୟ ବାହାର କରିଥିଲେ । ସେ ତାଙ୍କ ପ୍ରାଇଭେଟ୍‌ ପାର୍ଟରେ ମୁଦିକୁ ରଖିଥିଲେ । ଯେତେବେଳେ ସେ ତାଙ୍କ ଗର୍ଲଫ୍ରେଣ୍ଡ ସାମ୍ନାକୁ ଆସିବେ । ସେତେବେଳେ ସେ ଜିନ୍ସର ଜିପ୍‌କୁ ଖୋଲି ପ୍ରାଇଭେଟ୍‌ ପାର୍ଟରୁ ବାହାର କରିବେ ଏବଂ ମୁଦିଟିକୁ ଆପେ ଆପେ ବାହାରକୁ ଆସିବ । ହେଲେ ତାହା ହୋଇ ପାରି ନଥିଲା । କାହିଁକି ନା ତାଙ୍କ ଗର୍ଲଫ୍ରେଣ୍ଡ ତାଙ୍କ ଜିପ୍ ଖୋଲିବା ମାତ୍ରେ ମୁଦି ସହିତ ଚର୍ମରେ ଲାଗି ଜିପ୍‌ରେ ଲାଗି ଯାଇଥିଲା । ଦୀର୍ଘ ସମୟ ଧରି ଜିପ୍‌ରେ ଲାଗିଥିବା ଚର୍ମକୁ ବାହାର କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେଥିରେ ସେ ବିଫଳର ହୋଇଥିଲେ । ଯନ୍ତ୍ରଣା ହେବା ପରେ ଯୁବତୀ ଜଣଙ୍କ ତାଙ୍କୁ ଡାକ୍ତରଖାନାକୁ ନେଇ ଯାଇଥିଲେ । ଡାକ୍ତରମାନେ ମଧ୍ୟ ବହୁ ପ୍ରକାରରେ ଚେଷ୍ଟା ପରେ ତାଙ୍କ ପ୍ରାଇଭେଟ୍‌ ପାର୍ଟକୁ ଜିପରୁ ବାହାର କରିଥିଲେ। ଏହି ମୂର୍ଖ ଧାରଣା ପାଇଁ ଯୁବତୀ ଜଣକ ନିଜ ପ୍ରେମିକକୁ ବହୁତ ତାଗିଦ କରିବା ସହ ପାଟି ତୁଣ୍ଡ ମଧ୍ୟ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.