ମନୋଜ ତିଓ୍ୱାରୀଙ୍କ ଡିପ୍‌ଫେକ୍‌ ଭିଡିଓକୁ ନେଇ ଚର୍ଚ୍ଚା - ନିର୍ବାଚନ ବେଳେ ଆସିଥିଲା ଏହି ଭିଡିଓ

Published By : Prameya-News7 Bureau | February 20, 2020 IST

ନୂଆଦିଲ୍ଲୀ ୨୦।୦୨ - ଦିଲ୍ଲୀରେ ନିର୍ବାଚନ ଚାଲିଥିବା ବେଳେ ପ୍ରଦେଶ ବିଜେପି ଅଧ୍ୟକ୍ଷ ମନୋଜ୍‌ ତିଓ୍ୱାରୀଙ୍କର ଏକ ଭିଡିଓ ଭାଇରାଲ୍‌ ହୋଇଥିଲା । ହରିୟାନାର ଭାଷା କହୁଥିବା ଭିଡିଓକୁ ଲୋକେ ପସନ୍ଦ କରିବା ସହ ସେୟାର କରିଥିଲେ । ମନୋଜ ତିଓ୍ୱାରୀ ଇଂରାଜୀ ଓ ହରିୟାନାର ଭାଷା କହୁଥିବା ଦେଖଇବା ପାଇଁ ମିଳିଥିଲା । ଆଇର୍ଟିଫିସିଆଲ୍‌ ଇଣ୍ଟେଲିଜେନସି ବା ଡିପ୍‌ଫେକ୍‌ ଭିଡିଓକୁ ନେଇ ଏହାକୁ ତିଆରି କରାଯାଇଥିବା କୁହାଯାଉଛି ।

ଏହି ଭିଡିଓରେ ସେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲଙ୍କୁ ଲକ୍ଷ୍ୟ କରି ଅନେକ କଥା କହୁଥିଲେ । ଅସଲ ଭିଡିଓରେ ସେ ଏହାକୁ ହିନ୍ଦୀରେ କହିଥିଲେ । ମାତ୍ର ଟେକନୋଲଜିର ବ୍ୟବହାର କରାଯାଇ ଏହାକୁ ହରିୟାନା ଭାଷାରେ କରାଯାଇଥିଲା। ତାଙ୍କର ଭାବ ସମାନ ଥିଲେ ମଧ୍ୟ ଓଷ୍ଠ ଚାଳନା ବା ଲିପସିଙ୍ଗ୍‌ରେ ପରିବର୍ତ୍ତନ କରାଯାଇଥିଲା ।

ଏହାକୁ ବିଭିନ୍ନ ହ୍ୱାଟସ୍‌ଆପ୍‌ ଗ୍ରୁପରେ ୫,୮୦୦ ଥର ସେୟାର କରାଯାଇଛି । ଏହି ଭିଡିଓକୁ ଅନେକ ଲୋକ ପସନ୍ଦ କରିଥିବା କଥା ଦିଲ୍ଲୀ ବିଜେପି ମିଡିଆ ସେଲ୍‌ର ପ୍ରଭାରୀ ନୀଳକାନ୍ତ ବକ୍ସି କହିଛନ୍ତି । ଏହି ଭିଡିଓକୁ ଚଣ୍ଡୀଗଡର କମ୍ପାନୀ ଆଇଡିୟାଜ୍‌ ଫ୍ୟାକ୍ଟ୍ରୀରେ ତିଆରି କରାଯାଇଛି । ପୂର୍ବରୁ ନିର୍ବାଚନ ସମୟରେ ଏହାର ବ୍ୟବହାର କରାଯାଇ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.