ପରଲୋକରେ ମନୋଜ ବାଜପେୟୀଙ୍କ ମାଆ, ଦୀର୍ଘ ଦିନ ଧରି ଥିଲେ ଅସୁସ୍ଥ

Published By : Prameya-News7 Bureau | December 08, 2022 IST

ମୁମ୍ଵାଇ ୦୮।୧୨: ବଲିଉଡର ଜଣାଶୁଣା ଅଭିନେତା ମନୋଜ ବାଜପେୟୀ। ତାଙ୍କ ମାଆ ଗୀତା ଦେବୀଙ୍କର ଦେହାନ୍ତ ହୋଇଛି। ଦୀର୍ଘ ଦିନର ଅସୁସ୍ଥତା ପରେ ଅଭିନେତାଙ୍କ ମାତା ଗୀତା ଦେବୀ ଗୁରୁବାର ଅର୍ଥାତ୍‌ ଆଜି ସକାଳ ୮.୩୦ରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି।ମୃତ୍ୟ ବେଳକୁ ତାଙ୍କର ବୟସ ୮୦ ବର୍ଷ ଥିଲା । ସୂଚନାନୁସାରେ, ମନୋଜ ବାଜପେୟୀଙ୍କ ମା ଗୀତା ଦେବୀ ଅସୁସ୍ଥତା ହେତୁ ଦିଲ୍ଲୀ ଡାକ୍ତରଖାନାରେ କିଛି ଦିନହେବ ଚିକିତ୍ସିତ ହେଉଥିଲେ। ଗତ ଏକ ସପ୍ତାହ ମଧ୍ୟରେ ଗୀତା ଦେବୀଙ୍କ ସ୍ଵାସ୍ଥ୍ୟବସ୍ଥା ଅବସ୍ଥା ବିଗିଡି ଯାଇଥିଲା। ପରେ ତାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀର ପୁଷ୍ପାଞ୍ଜଳି ମେଡିକାଲ ସେଣ୍ଟରରେ ଏବଂ ମ୍ୟାକ୍ସ ସ୍ପେସିଆଲିଟି ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

ଏଥିସହିତ ତାଙ୍କ ମାଆଙ୍କ ମୃତ୍ୟୁରେ ମନୋଜଙ୍କ ପୂରା ପରିବାର ଚକିତ ହୋଇଯାଇଛି। ସୁଃଖରେ ଭାଙ୍ଗି ପଡିଛନ୍ତି ଅଭିନେତା। କହିବାକୁ ଗଲେ ଅଶୋକ ପଣ୍ଡିତ ମନୋଜଙ୍କ ମା’ଙ୍କ ମୃତ୍ୟୁ ବିଷୟରେ ଏକ ଟୁଇଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି। ସେ ତାଙ୍କ ଟ୍ଵିଟରେ ଲେଖିଛନ୍ତି, "ମନୋଜ ବାଜପେୟୀ ତୁମର  ମା'ଙ୍କ ଦୁଃଖଦ ମୃତ୍ୟୁରେ ତୁମକୁ ଏବଂ ଆପଣଙ୍କ ପରିବାରକୁ ଆମର ହୃଦୟରୁ ସମବେଦନା। ଓମ୍ ଶାନ୍ତି!"

ମନୋଜଙ୍କ ପିତା ମାଆଙ୍କ ମୃତ୍ୟୁର ଏକ ବର୍ଷ ବ୍ୟବଧାନରେ ହୋଇଛି । କହିବାକୁ ଗଲେ ଗତ ବର୍ଷ ଅକ୍ଟୋବର ମାସରେ  ଅଭିନେତାଙ୍କ ବାପାଙ୍କର ମୃତ୍ୟୁ ହୋଇଥିଲା।  ମନୋଜ ବାଜପେୟୀ ତାଙ୍କ ମା ଏବଂ ପିତାଙ୍କ ସହ ଅତି ଘନିଷ୍ଠ ଥିଲେ। ଗୋଟିଏ ବର୍ଷ ମଧ୍ୟରେ, ଅଭିନେତା ବହୁତ ଦୁଃଖିତ କାରଣ ଉଭୟ ପିତାମାତାଙ୍କ ଛାଇ ତାଙ୍କ ଉପରୁ ଚାଲିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.