ଅଭିନେତା ମନୋଜ ବାଜପେୟୀଙ୍କ ବଡ ଖୁଲାସା : "ସୁଟିଂ ସମୟରେ ୨ଥର ମରୁ ମରୁ ବଞ୍ଚିଛି"

Published By : Prameya-News7 Bureau | March 12, 2020 IST

ମୁମ୍ବାଇ ୧୨/୦୩ : ଅଭିନେତା ମନୋଜ ବାଜପେୟୀ ଏକ ବଡ ଖୁଲାସା କରିଛନ୍ତି | ସେ କହିଛନ୍ତି ଯେ, ୨୦୦୭ ମସିହାରେ ରିଲିଜ ହୋଇଥିବା ଚଳଚିତ୍ର ୧୯୭୧ର ସୁଟିଂ ସମୟରେ ଦୁଇଥର ତାଙ୍କ ସହ ଦୁର୍ଘଟଣା ଘଟିଛି ଯେଉଁଥିରୁ ସେ ମରୁ ମରୁ ବଞ୍ଚିଛନ୍ତି | ଏନେଇ ସେ ଇନ୍ସଟାଗ୍ରାମ ନିଜର ଅନୁଭୂତି ସେୟାର କରିଛନ୍ତି | ତାଙ୍କ ସହ ହୋଇଥିବା ଦୁର୍ଘଟଣାକୁ ମନେପକାଇ ସେ କହିଛନ୍ତି ଯେ, ସୁଟିଂ ପାଇଁ ଯେତେବେଳେ ସେ ମନାଲି ଯାଇଥିଲେ ସେତେବେଳେ ପ୍ରବଳ ଥଣ୍ଡା ଯୋଗୁଁ ଦୁଇଥର ତାଙ୍କ ଜୀବନ ଯାଉଯାଉ ରକ୍ଷା ପାଇଯାଇଥିଲା | 

ଇନ୍ସଟାଗ୍ରାମରେ ଚଳଚିତ୍ରର ଏକ ପୋଷ୍ଟର ସେୟାର କରି ସେ ଲେଖିଛନ୍ତି ଯେ, କିଛି ଅନୁଭୂତି କେବେ ହେଲେ ପିଛା ଛାଡ଼େନାହିଁ | ୧୯୭୧ ଏହିଭଳି ଏକ ଚଳଚିତ୍ର | ଅତ୍ୟଧିକ ଥଣ୍ଡାରେ ମନାଲିରେ ବିତାଇଥିବା ପ୍ରତ୍ୟେକ ମୁହୂର୍ତ୍ତକୁ ସେ ମନେପକାଇଛନ୍ତି | ୬୦ ଦିନର ସେହି ସୁଟିଂ ଅନୁଭୂତିକୁ ସେ ଜୀବନ ସାରା କେବେ ମଧ୍ୟ ଭୁଲିବେନି ବୋଲି କହିଛନ୍ତି | ଚଳଚିତ୍ର ୧୯୭୧ର ନିର୍ଦେଶନା ଅମୃତ ସାଗର ଦେଇଥିଲେ | ଏହି ଚଳଚିତ୍ରରେ ମନୋଜ ବାଜପେୟୀ, ରବି କିଶନ, ପିୟୁଷ ମିଶ୍ର, ଦୀପକ ଡେବ୍ରିୟାଲ, ମାନବ କୌଲ, କୁମୁଦ ମିଶ୍ର ଅଭିନୟ କରିଥିଲେ | ଅଭିନେତା ମନୋଜ ବାଜପେୟୀ ଦୁଇଥର ରାଷ୍ଟ୍ରୀୟ ପୁରସ୍କାର ପାଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.